ଘରର ରୋଷେଇ ଘରେ ଭୁଲରେ ବି ମହିଳାମାନେ କରନ୍ତୁ ନାହିଁ ଏହି ୧୦ଟି କାମ, ରାଗି ଚାଲିଯିବେ ମା’ ଲକ୍ଷ୍ମୀ

ସମସ୍ତଙ୍କ ଘରର ରୋଷେଇ ଘର ତାଙ୍କର ବହୁତ ଖାସ ଘର ହୋଇଥାଏ । ଏହା ସେହି ଜାଗା ହୋଇଥାଏ ଯେଉଁଠି ଆମେ ଆମର ପରିଶ୍ରମରେ କମାଇଥିବା ଟଙ୍କାରେ କିଣା ଯାଇଥିବା ସାମଗ୍ରୀକୁ ରଖିଥାଉ । ଏହି ଜାଗାରେ ଘରର ସବୁ ସଦସ୍ୟଙ୍କ ପାଇଁ ଖାଇବା ତିଆରି କରାଯାଇଥାଏ । ଏମିତିରେ ଏହି ଜାଗା ଆପଣଙ୍କ ଘରର ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତିରେ ବହୁତ ପ୍ରଭାବ ପକାଇଥାଏ । ଆମେ କେଉଁ ଦିଗକୁ ଚାହିଁ ରୋଷେଇ କରିବା,

କେଉଁ ଦିଗକୁ ଚାହିଁ ଖାଇବା, ଏହି ସବୁ କଥା ଘରର ଖୁସି ଓ ଶାନ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ ।

 

ତେଣୁ ରୋଷେଇ ଘରର ସବୁ କାମ ବାସ୍ତୁ ହିସାବରେ ହେବା ବହୁତ ଜରୁରୀ ହୋଇଥାଏ । ଏହି କଥାକୁ ଆଖିରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହା ଘରର ମହିଳାମାନେ ରୋଷେଇ ଘରେ କରିବା ଅନୁଚିତ ।

ମହିଳାମାନେ ଘରର ରୋଷେଇ ଘରେ କରନ୍ତୁ ନାହିଁ ଏହି କାମ

୧ -ବାସ୍ତୁ ଅନୁସାରେ ଘରର ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଅନୁଚିତ ହୋଇଥାଏ । ଏମିତି କରିବା ଦ୍ଵାରା ଘରର ସଦସ୍ୟଙ୍କର ଚର୍ମ ରୋଗ ହେବାର ସମ୍ଭାବନା ଥାଏ ।

୨ -ରୋଷେଇ ଘରର ଉତ୍ତର ଦିଗକୁ ମୁହଁ କରି ରୋଷେଇ କରିବା ବି ଉଚିତ ନୁହେଁ ,ଏହା ଦ୍ଵାରା ଘରର ବ୍ୟବସାୟରେ ହାନି ହୋଇଥାଏ ।

୩ -ଦକ୍ଷିଣ ପଶ୍ଚିମ ଦିଗକୁ ଚାହିଁ ରୋଷେଇ କରିବାର ଭୁଲ କେବେ କରନ୍ତୁ ନାହିଁ ,ଏହା କରିବା ଦ୍ଵାରା ଘରର ସୁଖ ଶାନ୍ତି ଭଙ୍ଗ ହୋଇଥାଏ ।

୪ -ବାସ୍ତୁ ଅନୁସାରେ କୁହାଯାଇଛି ରୋଷେଇ ଘରର ଝରକା ପୂର୍ବ ଦିଗକୁ ରହିବା ଦରକାର,ଏହାକୁ ଶୁଭ ବୋଲି ମନାଯାଇଥାଏ ।

୫ -ରୋଷେଇ ଘରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଖାଇବା ତିଆରି କରିବା ଉଚିତ ,ଏହା ଦ୍ଵାରା ଘରର ସୁଖ ସବୃଦ୍ଧି ବଢିଥାଏ ।

୬ -ଯଦି କୋଉ ମହିଳା ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ତିଆରି କରିଥାଏ ଏହା ତାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

୭ -ରୋଷେଇ ଘରର ନଳରୁ କେବେବେ ପାଇଁ ଖୋଲା ରଖିବା ଉଚିତ ନୁହେଁ ,ଏହା କରିବା ଦ୍ଵାରା ଧନ ହାନି ହୋଇଥାଏ ।

୮ -ରୋଷେଇ ଘର ଆଗରେ କେବେବି ଝାଡୁ, ଚପଲ ରଖିବେ ନାହିଁ ,ଏହା କରିବା ଦ୍ଵାରା ଆନ୍ନ ର କମି ହୋଇଥାଏ ।

୯- ରୋଷେଇ ଘରେ କେବେବି କୁଲା ରଖ ନାହିଁ ,ଏହା କରିବା ଦ୍ଵାରା ଘରେ ବେମାରି ଖେଳିଯାଇଥାଏ ।

୧୦- ରୋଷେଇଘରେ ଯେବେ ବି ଖାଦ୍ୟ ପ୍ରସ୍ତୁତ କରିବେ ତା ଆଗରୁ ଗାଧୋଇ ସାରି ଖାଇବା ବନେଇବା ଦରକାର, ଯେଉଁ ବ୍ୟକ୍ତି ଏଭଳି କରନ୍ତି ନାହିଁ ସେଠି ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *