ରୋଷେଇ ଘରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ଅନର୍ଥ

ବନ୍ଧୁଗଣ କଢେଇ ଆମ ରୋଷେଇ ଘରେ ସବୁଠାରୁ ଦରକାରୀ ପାତ୍ର ଅଟେ । ଯଦି ଆମ ରୋଷେଇଘରେ କଢେଇ ନଥାଏ ତେବେ ଆମେ ରୋଷେଇ ଖାଦ୍ଯ ତଥା ତରକାରୀ ଇତ୍ୟାଦି ବନାଇପାରି ନଥାନ୍ତୁ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କଢେଇକୁ କେଉଁଠାରେ ରଖି ରୋଷେଇ କରିବା ଉଚିତ ତାହା ବିଷୟରେ କୁହାଯାଇଛି । ବନ୍ଧୁଗଣ କଢେଇଟି ରାହୁଙ୍କର ପ୍ରତିନିଧିତ୍ଵ କରିଥାଏ । ସେଥିପାଇଁ ନିଜ ରୋଷେଇଘରକୁ ସବୁବେଳେ ସଫା ରଖିବା ସହିତ କଢେଇକୁ ମଧ୍ୟ ଭଲ ଭାବରେ ସଫା ରଖନ୍ତୁ ।

ଯଦି କୌଣସି ମହିଳା କଢେଇଟିକୁ ଭଲ ଭାବେ ପରିଷ୍କାର ଅର୍ଥାତ ନଧୋଇ ସେଥିରେ ପୁନ୍ନର୍ବାର ରୋଷେଇ କରିଥାଏ ତେବେ ତାହାର ପ୍ରଭାବ ସିଧାସଳଖ ମହିଳାଙ୍କ ସ୍ଵାମୀ ଉପରେ ପଡିଥାଏ । ଏହାର କୁପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ମଧ୍ୟ ପଢିଥାଏ । ଯାହା ଫଳରେ ସ୍ବାମୀଙ୍କ ସହିତ ପିଲାମାନେ ମଧ୍ୟ ନିଶା ଦ୍ରବ୍ଯ ସେବନ କରିଥାନ୍ତି । ବନ୍ଧୁଗଣ ରୋଷେଇ ଘରେ ମା ଲକ୍ଷ୍ମୀଙ୍କର ବାସ ହେଇଥାଏ । ଘରର ଲକ୍ଷ୍ମୀପ୍ରତିମା ମହିଳା ମାନଙ୍କୁ କୁହାଯାଇଛି । ଯଦି ଘର ସହିତ ରୋଷେଇଘରର ସଫା ନକରନ୍ତି ତେବେ ରାହୁଙ୍କର ଆଗମନ ହେଇଥାଏ ଏବଂ ଆପଣ ନାନା ପରିସ୍ଥିତିର ସାମ୍ନା କରିଥାନ୍ତି ।

ବନ୍ଧୁଗଣ ଆପଣ ନୀତିଦିନ ସକାଳୁ ରୋଷେଇ କରିବାକୁ ଗଲାବେଳେ ରୋଷେଇଘରେ ଥିବା କଢେଇରେ କିଛି ଜଳ ଅର୍ଥାତ ପାଣି ନେଇ ସେଥିରେ କିଛି ଲୁଣ ପକାଇ ଗରମ କରନ୍ତୁ । ଧ୍ୟାନ ରଖିବେ ଯେ ଆପଣ ପକାଇଥିବା ଲୁଣରେ କିଛି ପଦାର୍ଥ ଯେପରି ହଳଦୀ କିମ୍ବା ଲଙ୍କା ଗୁଣ୍ଡ ଇତ୍ୟାଦି ମିଶିନଥାଉ । ଏହାପରେ ଆପଣ ଖାଦ୍ଯ ବନାଇସାରିବା ପରେ ଗୋମାତାଙ୍କୁ କିମ୍ବା ଶ୍ଵାନକୁ କିଛି ମାତ୍ରାରେ ଖାଦ୍ଯ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଘରର ସମସ୍ତ ନକାରାତ୍ମକ ଊର୍ଜା ସମାପ୍ତ ହେଇଯାଇଥାଏ । ଆପଣଙ୍କ ଘରେ ସୁଖ ଶାନ୍ତିର ଲହରୀ ଖେଳି ଉଠିଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ ଖାଲି କଢେଇର ବ୍ୟବହାର ହେଉନାହିଁ କୌଣସି କାରଣ ବଶତ କଢେଇକୁ ଆପଣ ଆଉ ବ୍ୟବହାର କରୁ ନାହାନ୍ତି । ତେବେ ଆପଣ ସେହି କଢେଇକୁ କୌଣସି ଏକ ସ୍ଥାନରେ ଲୁଚେଇ ରଖନ୍ତୁ । ଯେପରିକି ପରିବାର ଛଡା ଅନ୍ୟ କୌଣସି ବାହାର ବ୍ଯକ୍ତିର ନଜର ସେହି କଢେଇ ଉପରେ ନପଡିବା ଦରକାର । କଢେଇକୁ ଓଲଟା କରି କେବେ ରୋଷେଇ ଘରେ ରଖନ୍ତୁ ନାହିଁ । ଏହା ବ୍ଯତୀତ କଢେଇଟିକୁ ଖାଲିଟାରେ କେବେ ଚୂଲିରେ ବଶାନ୍ତୁ ନାହିଁ । ବନ୍ଧୁଗଣ ଗରମ କଢେଇ ଉପରେ କେବେ ଆପଣ ମାନେ ପାଣି ଛିଟା ମାରିବେ ନାହିଁ । ରୋଷେଇ ପରେ କଢେଇକୁ ଲେମ୍ବୁ ଏବଂ ଲୁଣରେ ଘଷି ଧୁଅନ୍ତୁ ।

ଏପରି କରିବା ଦ୍ଵାରା କଢେଇ ଚମକିବା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଉଠିବ । କୌଣସି ଧାରୁଆ ଜିନିଷରେ କଢେଇକୁ ସଫା କରନ୍ତୁ ନାହିଁ । ଯଦି କୌଣସି ଖାଦ୍ଯ ପଦାର୍ଥ ଲାଗିଯାଇଥାଏ ତେବେ ପ୍ରଥମେ ତାକୁ ପାଣିରେ ବତୁରାଇ ଦିଅନ୍ତୁ ଏବଂ ପରେ ସଫା କରନ୍ତୁ । କଢେଇକୁ କେବେ ଅଇଁଠା କରନ୍ତୁ ନାହିଁ । ଏହା କରିବା ଦ୍ଵାରା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ବନ୍ଧୁଗଣ ରୋଷେଇ ଘର ନୀତିଦିନ ସକାଳୁ ପରିଷ୍କାର କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଖୁସିର ବାତାବରଣ ଲାଗି ରହିଥାଏ ।

ଆପଣଙ୍କର ଉନ୍ନତି କ୍ରମଶ ବଢିଚାଲିଥାଏ । ଆପଣଙ୍କ ସମସ୍ତ ବାଧା-ବିଘ୍ନ ଅତିସହଜରେ ଦୂର ହେଇଯାଇଥାଏ । ବନ୍ଧୁଗଣ ଗୃହରେ ଜଣେ ମହିଳା, ମା ଲକ୍ଷ୍ମୀ ଏବଂ ମା ଅର୍ନପୂର୍ଣାଙ୍କ ରୂପସ୍ୱରୂପ ଅଟନ୍ତି ତେଣୁ ମହିଳା ମାନେ ନିଜ ଗୃହ ସହିତ ନିଜ ରୋଷେଇ ଘରର ଧ୍ୟାନ ରଖିବା ଉଚିତ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *