ତୃତୀୟ ଲହର ପୂର୍ବରୁ ଶିଶୁଙ୍କ Immunity ବଢାଇବାର ରାମବାଣ ଉପାୟ- Dr. Rujuta Diwekar

ଆମ ଦେଶରେ ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀର ପ୍ରଭାବ ଧୀରେ ଧୀରେ କମ ହେବାର ଦେଖିବାକୁ ମିଳୁଛି । କିନ୍ତୁ ଏହା ସହିତ ଏକ ନୂଆ ସଙ୍କଟ ମଧ୍ୟ ଆସୁଛି । କରୋନାର ତୃତୀୟ ଲହରୁକୁ ନେଇ ବର୍ତ୍ତମାନ ସମସ୍ତ ଚିନ୍ତାରେ ପଡି ଯାଇଛନ୍ତି । ବିଶେଷ କରି ଶିଶୁମାନଙ୍କ ଉପରେ କରୋନାର ତୃତୀୟ ଲହରର ପ୍ରଭାବ କେମତି ରହିବ ଏହା ବର୍ତ୍ତମାନ ଏକ ବଡ ପ୍ରଶ୍ନ ଅଟେ ।

ଏମିତିରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି କରିବା ବହୁତ ଜରୁରୀ ଅଟେ । କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ବି ପ୍ରକାରର ଦାମୀ ଫୁଡ ସପ୍ଲିମେଣ୍ଟ ଓ ଡାଏଟେ କରିବାକୁ ପଡିବ ନାହିଁ । ଆପଣ ଘର ରୋଷେଇ ହେଉଥିବା କିଛି ଖାଦ୍ୟ ପଦାର୍ଥ ଓ ସଠିକ ଜୀବନଶୈଳୀ ଦ୍ଵାରା ନିଜର ପିଲାମାନଙ୍କର ପ୍ରତିରୋଧକ ଶକ୍ତିକୁ ବଢାଇ ପାରିବେ । ଆଜି ଆମେ ଆପଣଙ୍କୁ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ।

ଯାହାକୁ ଯଦି ଆପଣ ନିଜର ପିଲାମାନଙ୍କୁ ସବୁଦିନ ଦେଉଛନ୍ତି ତେବେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଜଲ୍ଦି ବଢିବାରେ ଲାଗିବ ଓ ସେମାନଙ୍କୁ କରୋନା ଭଳି ଭାଇରସରୁ ଲଢି ପାରିବେ । ଆପଣ ସବୁଦିନ ନିଜର ପିଲାମାନଙ୍କୁ ଦିନକୁ ଥରେ ଘର ପାଖରେ ମିଳୁଥିବା କୌଣସି ବି ଫଳ ଦିଅନ୍ତୁ । ସେଓ, ଅଙ୍ଗୁର, ବେଦେନା, ଜାମୁକୋଳି, ଆମ୍ବ, ଅମୃତଭଣ୍ଡା ଓ ବରକୋଳି ଇତ୍ୟାଦି ।

କୌଣସି ବି ଦାମୀ ଫଳ ପରିବର୍ତ୍ତେ ଆପଣ ସାଧାରଣ ଫଳ ସେବନ କରିବା ଦ୍ଵାରା ବି ଆପଣଙ୍କ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢିବ । ସନ୍ଧ୍ୟା ସମୟରେ ଭଲ ଭିଟାମିନ ଯୁକ୍ତ ଖାଦ୍ୟ ଦିଅନ୍ତୁ । ଏହି ସମୟରେ ଆପଣ ସେମାନଙ୍କୁ କିଛି ମିଠା ମଧ୍ୟ ଦେଇ ପାରିବେ । ରାତିରେ ଭାତ, ଡାଲି କିମ୍ବା କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ନିଜର ପିଲାମାନଙ୍କୁ ଦେଇ ପାରିବେ । ଭାତ ବହୁତ ସହଜରେ ହଜମ ହୋଇଥାଏ ସେଥିପାଇଁ ଆପଣ ପିଲାମାନଙ୍କୁ ଭାତ ଅତ୍ୟଧିକ ମାତ୍ରରେ ଦିଅନ୍ତୁ ।

ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି କି ଆପଣ ପ୍ରତିଦିନ ଘରେ ତିଆରି ଆଚାର ଓ ଚଟଣି ପିଲାମାନଙ୍କୁ ଦିଅନ୍ତୁ । ଏହା ପେଟରେ ବ୍ୟକ୍ଟେରିୟା ବଢାଇଥାଏ । ପିଲାମାନଙ୍କୁ କାଜୁ ଦିଅନ୍ତୁ ଯାହା ପିଲାମାନଙ୍କୁ ଏନର୍ଜେଟିକ ଓ ଆକ୍ଟିଭ ରଖିବାରେ ସାହାର୍ଯ୍ୟ କରିଥାଏ । ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ପାଇଁ ଆପଣ ତାଙ୍କର ଶୋଇବା ସମୟ ପ୍ରତି ଧ୍ୟାନ ରଖନ୍ତୁ ।

କହିଦେଉଛୁ କି ଛୋଟ ହେଉ କିମ୍ବା ବଡ ପିଲା ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଜଗି ରହିବା ଓ ସକାଳେ ଡେରିରେ ଉଠିବା ଗୋଟିଏ ପିଲା ପାଇଁ ଉଚିତ ନୁହେଁ । ସମସ୍ତେ ୮ ଘଣ୍ଟା ନିଦ୍ରା ନେବା ଉଚିତ । ୮ ଘଣ୍ଟା ଶୋଇବା ଦ୍ଵାରା ପିଲାମାନ ଅଧିକ ମୋଟା ହୁଅନ୍ତି ନାହିଁ । ଏହା ସହିତ ବାହାର ଖାଦ୍ୟ ଖାଇବାର ଇଚ୍ଛା ମଧ୍ୟ କମ ହୋଇଯାଏ । ଏହା ସହିତ ପିଲାମାନଙ୍କୁ ବି ନିଜ ସହିତ ଶାରୀରିକ ବ୍ୟାୟମ ମଧ୍ୟ କରାନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *