ଋତୁସ୍ରାବ ହେବାର କେତେ ଦିନ ପରେ ନାରୀମାନେ ଠାକୁର ପୂଜା କରି ପାରିବେ ? ଋତୁସ୍ରାବ ସମୟରେ ପ୍ରସାଦ ସେବନ କରିବେ କେ ନାହିଁ ? କେତେ ଦିନ ପରେ ସହବାସ କରିବେ ?

ସାଧାରଣତ ନାରୀ ମାନଙ୍କର ମାସିକ ଧର୍ମ ହେବା ସ୍ଵାଭାବିକ କଥା ଯାହା ପ୍ରତି ମାସରେ ଥରେ ହୋଇଥାଏ । କିନ୍ତୁ ଋତୁସ୍ରାବ ଚାଲିଥିବା ସମାୟରେ ନରୀ ମାନେ ଠାକୁରଙ୍କ ଭୋଗ ଖାଇ ପାରିବେ କି ନାହି ସେହି ବିଷୟରେ ଆଜି ଆମେ ଆପଣଙ୍କ ପାଇଁ ଆଲୋଚନା କରିବାକୁ ଯାଉଛୁ । ବନ୍ଧୁଗଣ ମାସିକ ଧର୍ମ ସମୟରେ ନାରୀ ମାନେ ଠାକୁର ପୂଜା କରିବା ବା ମନ୍ଦିର ଯିବାକୁ ନିଷେଧ କରା ଯାଇଛି । ଏମିତିକି ଠାକୁର ପୂଜା ପାଇଁ ଯେଉଁ ଭୋଗ ଯେଉଁଠି ସଜଡା ଯାଇଥାଏ ବା ଭୋଗ ତିଆରି ହୋଇଥାଏ ତାହା ମଧ୍ୟ ମାସିକ ଧର୍ମ ସମୟରେ ମହିଳା ମାନେ ସ୍ପର୍ଶ କରିପାରିବେ ନାହି ।

କିନ୍ତୁ ଭୋଗ ଠାକୁରଙ୍କ ପାଖରେ ଲାଗିବା ପରେ ମହିଳା ମାନେ ସେବନ କରି ପାରିବେ କାରଣ ଆଉ ଥରେ ଭୋଗ ଠାକୁରଙ୍କ ପାଖକୁ ଯାଏ ନାହି । ଯଦି ମହିଳା ମାନେ ପୂଜା କରୁଛନ୍ତି ଯେମିତି ୧୬ ସୋମବାର ବ୍ରତ, ନବରାତ୍ରି, ୧୬ ଶୁକ୍ରବାର ବ୍ରତ କରୁଥିଲେ ମାସିକ ଧର୍ମ ହୋଇଗଲେ ପରିବାରର କେହି ଜଣେ ସଦସ୍ୟ ପୂଜା କରି ପାରିବେ । ଏହି ସମୟରେ ମୁଣ୍ଡ ଧୋଇ ନାରୀ ମାନେ ଉପବାସ କରିବା ସହ ସାତ୍ଵିକ ଭୋଜନ ଗ୍ରହଣ କରିପାରିବେ ।

ଏହା ଛଡା ପ୍ରସାଦ ମଧ୍ୟ ପାଇ ପାରିବେ । ଯେମିତି ପୂଜା ବ ବ୍ରତ ସରିବା ପରେ ଆମେ ପ୍ରସାଦ ଗ୍ରହଣ କରିଥାଉ ଠିକ ସେମିତି ପ୍ରସାଦ ପାଇ ପାରିବେ । ମାଣବସା ସମୟରେ ଋତୁସ୍ରାବ ହୋଇଥିଲେ ମହିଳା ମାନେ ମାଣ ବସାଇ ପାରିବେ । ୫ ଦିନ ହୋଇଥିଲେ ଦେବତାଙ୍କ ପୂଜା କାର୍ଯ୍ୟ କରିବା ସହ ଶ୍ରାଦ୍ଧ ଦେଇ ପାରିବେ । କିନ୍ତୁ ଧ୍ୟାନ ରଖିବେ ନାରୀ ମାନଙ୍କର ଋତୁସ୍ରାବ ବନ୍ଦ ହୋଇଥିବା ଦରକାର ।

ମାସିକ ଧର୍ମ ହେବାର ୫ ଦିନରେ ଦେବୀ ମାନଙ୍କର ପୂଜା ମହିଳା ମାନେ କରି ପାରିବେ । ଋତୁସ୍ରାବ ୪ ଦିନରେ ମହିଳା ମାନେ ମୁଣ୍ଡ ଧୋଇ ଶୁଦ୍ଧ ହୋଇ ପାରିବେ । ଯେବେ ୭ ଦିନ ହୋଇଯିବ ତା ପରେ ମହାଦେବ ଓ ପ୍ରଭୁ ହନୁମାନଙ୍କ ପୂଜା ନାରୀମାନେ କରି ପାରିବେ । ମହାଦେବ ଓ ପ୍ରଭୁ ହନୁମାନଙ୍କ ପୂଜା ମାସିକ ଧର୍ମର ୪ ବା ୫ ଦିନରେ କରି ପାରିବେ ନାହି । ଏମିତିକି ୮ ଦିନରେ ମଧ୍ୟ ପୂଜା କରି ପାରିବେ ।

୩ କି ୪ଦିନ ମଧ୍ୟରେ ଋତୁସ୍ରାବ ବନ୍ଦ ହୋଇଥିଲେ ମଧ୍ୟ ପୂଜା କରି ପାରିବେ ନାହି । ୪ ଦିନ ପରେ ପରିଷ୍କାର ହୋଇ ମାଣ ବସାଇ ପାରିବେ । ଏହା ଛଡା ଅନ୍ୟ କୌଣସି କାମ କରି ପାରିବେ ନାହି । ଏହା ଛଡା ଋତୁସ୍ରାବ ହେବାର ୪ ଦିନ ପରେ ଆପଣ ସ୍ବାମୀଙ୍କ ସହ ସହବାସ କରି ପାରିବେ ।

ତେବେ ଯେଉଁ ନାରୀ ମାନଙ୍କର ଋତୁସ୍ରାବ ହୋଇଥିବ ସେମାନେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଦରକାର । ଏପରି କରିଲେ ଘର ପରିବାରର ସୁଖ ଶାନ୍ତି ଓ ସମୃଦ୍ଧିର ଆଗମନ ହୋଇ ପାରିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *