ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ଜାତି ଧର୍ମ ଥିବା ବ୍ୟକ୍ତିଙ୍କ ସହ ଭେଟ ହୋଇଥାଉ । ଏମିତି କିଛି ମଣିଷ ଏ ଦୁନିଆରେ ଅଛନ୍ତି ଯେଉଁ ମାନେ ନିଜ ଜୀବନରେ ଅସଫଳ ହୋଇଥାନ୍ତି । ଯେଉଁ ମାନେ ନିଜ ଜୀବନରେ ମାନି ନେଇଛନ୍ତି କି ତାଙ୍କ ଦ୍ଵାରା କିଛି କାମ ହେଇ ପାରିବ ନାହି ସେମାନେ ଜୀବନରେ କିଛି କରି ପାରିବେ ନାହି । ଏଭଳି ବ୍ୟକ୍ତି ବର୍ତ୍ତମାନ ଓ ଭବିଷ୍ୟତରେ କିଛି କାମ କରି ପାରିବେ ନାହି କି ସଫଳତା ପାଇ ପାରିବେ ନାହି ବୋଲି ଭଗବାନ କୃଷ୍ଣ କହିଛନ୍ତି ।
କୌଣସି କାମ କରିବା ପାଇଁ ଯୋଗ୍ୟତା ରହିବା ଜରୁରୀ ନୁହେଁ । ଏ ଦୁନିଆରେ ଏମିତି କିଛି ନାହି ଯାହା ପାଇଁ ଯୋଗ୍ୟତା ଆବଶ୍ୟକ ଅଟେ । ଏମିତି କୌଣସି ଅକ୍ଷର ନାହି ଯାହା ବିନା ମନ୍ତ୍ର ରେ ହୋଇ ପାରିବ ନାହି । ଏମିତି କୌଣସି ଜଡିବୁଟି ନାହି ଯାହା ଔଷଧ ଭାବେ ବ୍ୟବହାର କରାଯାଏ ନାହି । ଏମିତି କିଛି ବିଷ ନାହି ଯାହା ସମୟ ଆସିଲେ ଅମୃତ ହେବ ନାହି । ଠିକ ଏହିଭଳି କୌଣସି ବ୍ୟକ୍ତି ଅଯୋଗ୍ୟତା ନାହି । ପ୍ରତେକ ବ୍ୟକ୍ତି କୁ ତାର ଚିନ୍ତାଧାରା ହିଁ ଯୋଗ୍ୟ କରିଥାଏ ।
ଚିନ୍ତାଧାରା ଦ୍ଵାରା ବ୍ୟକ୍ତି ନିଜକୁ ଅନ୍ୟ ଆଗରେ ପେଶ କରିଥାଏ । ତେଣୁ ପ୍ରତେକ ବ୍ୟକ୍ତି ପ୍ରଥମେ ନିଜକୁ ଜାଣିବା ଉଚିତ । ଏହା ପରେ ବ୍ୟକ୍ତି ନିଜେ ବୁଝି ପାରିବ କି ତା ଭିତରେ ସବୁ କିଛି କରିବା ପାଇଁ ଯୋଗ୍ୟତା ରହିଛି ବୋଲି ଭଗବାନ କୃଷ୍ଣ କହିଛନ୍ତି । ନିଜ ସୋଇଥିବା ଅନ୍ତରାତ୍ମାକୁ ଜାଗୃତ କରିବା ଉଚିତ । ଏମିତି କରିବା ଦ୍ଵାରା ଆପଣ ମାନେ ଦେଖିବେ ଯେଉଁ ସଂସାର ଆଶା ରେ ତିଷ୍ଠି ରହିଛି ସେଠାରେ କୌଣସି ନିରାଶା, ହତାସା କି ହାର ଭଳି ଅସ୍ତିତ୍ଵ ର ସ୍ଥାନ ରହିବ ନାହି ।
ବ୍ୟକ୍ତି ନିଜ ଭିତରେ ଥିବା ଗୁଣ କୁ ପ୍ରଥମେ ଚିହ୍ନିବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ କିଛି କାମ କରିବାକୁ ଆଗ୍ରହ ପ୍ରକାଶ କରିବ । ଯାହା ଦ୍ଵାରା ବ୍ୟକ୍ତି ବଡ ସଫଳତା ହାସଲ କରିବାରେ ପଛେଇ ରହିବ ନାହି । ଭଗବାନ କୃଷ୍ଣଙ୍କ ମତରେ ବ୍ୟକ୍ତି ନିଜର ଚିନ୍ତାଧାରା କୁ ବଦଳାଇ ପାରିଲେ ଜୀବରେ ସଫଳତା ପାଇବାରେ ଆଗରେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।