ସକାଳୁ ଉଠି ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ନଚେତ ଧନୀ ବି ହୋଇଯିବ କାଙ୍ଗାଳ!

ଆପଣ ମାନେ ଜାଣିଥିବେ ବ୍ଯକ୍ତିର ଆରମ୍ଭ ସକାଳ ସମୟରେ ଭଲ ରହିଲେ ଦିନ ତମାମ ଭଲ ରହିଥାଏ । ଏମିତି କି ହସ ଖୁସିରେ ସମୟ କଟିଥାଏ । କିନ୍ତୁ କିଛି ଲୋକ ଏମାନେ ସକାଳ ସମୟରେ ଏମିତି କିଛି କାମ କରିତହାନ୍ତି ଯାହା ଦ୍ଵାରା ଦିନର ଆରମ୍ଭ ଠିକ ହୋଇପାରେ ନାହି । ଯାହା ଦ୍ଵାରା ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହେବା ସହ ତାର ମନ ମଧ୍ୟ ଭଲ ରହେ ନାହି । ସକାଳେ ଉଠିବା ପରେ ଏମିତି କିଛି କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ବ୍ୟକ୍ତିର ଦିନ ସାରା ସମସ୍ତଙ୍କ ସହ କଳହ ହେବା ସହ ବ୍ୟକ୍ତି ମାନସିକ ଚିନ୍ତା ରେ ରହିବ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ ବ୍ୟକ୍ତି କେଉଁ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପ୍ରଥମ କଥା ହେଉଛି ବ୍ୟକ୍ତି ସକାଳୁ ଉଠିବା ପରେ ନିଜ ପରିବାର ବା ଜୀବନ ସାଥି ସହ କଳହ ବା ବିବାଦ କରିବା କୁହିତ ନୁହେଁ । ପରିବାର ସହ ସକାଳ ସମୟରେ ପ୍ରସନ୍ନ ଭାବ ରଖି ଆଲୋଚନା କରନ୍ତୁ । ଯଦି ସକାଳ ସମୟରେ ଆପଣଙ୍କର କଳହ ହୋଇଯାଏ ତେବେ ଦିନ ସାରା ଆପଣ ମାନସିକ ଚିନ୍ତା ରେ ରହିବେ ଓ ଏହାର ପ୍ରଭାବ ଆପଣଙ୍କ କାମ ଉପରେ ମଧ୍ୟ ପଡିପାରେ । ବ୍ୟକ୍ତି ନିଜେ ଦୁଖୀ ରହିବା ସହ ତାଙ୍କ ପରିବାର ଲୋକେ ମଧ୍ୟ ଦୁଖୀ ରହିବେ । ତେଣୁ ସକାଳ ସମୟରେ ସମସ୍ତଙ୍କ ସହ ଭଲ ଭାବେ କଥାବାର୍ତ୍ତା କରନ୍ତୁ ।

୨- ଦିତୀୟରେ ହେଉଛି କ୍ରୋଧ ଯାହା ମଣିଷର ସବୁଠାରୁ ବଡ ଶତ୍ରୁ ହୋଇଥାଏ । କ୍ରୋଧରେ ବ୍ୟକ୍ତି ଯେଉଁ କାମ କରିଥାଏ ତାହା ପାଇଁ ଅନେକ ସମସ୍ଯା ହେବା ସହ ଚିନ୍ତା ର କାରଣ ମଧ୍ୟ ହୋଇଥାଏ । ରାଗ ଦ୍ଵାରା ବ୍ୟକ୍ତି ନିଜର କ୍ଷତି କରିବା ସହ ଅନ୍ୟର ମଧ୍ୟ କ୍ଷତି କରିତହାଏ । ଯାହା ପରେ ବ୍ୟକ୍ତି କୁ ପରେ ଅନୁତାପ କରିବାକୁ ପଡିଥାଏ । ଯଦି ସକାଳର ଆରମ୍ଭରେ ବ୍ୟକ୍ତି ରାଗିଥାଏ ତେବେ ଦିନ ସାରା ସେମିତି ରହିଥାଏ । ରାଗରେ ବ୍ୟକ୍ତି ଏମିତି କିଛି କହିଥାଏ ଯାହା ସମ୍ପର୍କକୁ ବରବାତ କରିଦିଏ । ରାଗରେ ବ୍ୟକ୍ତି ଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ଯ ଜାଣିପାରେ ନାହି । ତେଣୁ କ୍ରୋଧକୁ କାବୁ କରିବା ପାଇଁ ସକାଳ ସମୟରେ ଯୋଗ ଓ ଧ୍ୟାନ କରନ୍ତୁ ।

୩- ତୃତୀୟରେ ହେଉଛି କାହାରି ଅପମାନ କରନ୍ତୁ ନାହି । ସକାଳ ସମୟରେ ଗୁରୁଜନ ମାନଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ । ପରିବାରରେ ଅନେକ ସମୟରେ ଏମିତି ହୋଇଥାଏ ଯାହା ପାଇଁ ଅନ୍ୟକୁ ଅପମାନ କରିବା ଠିକ ନୁହେଁ । ଯାହା ଦ୍ଵାରା ଦୁଇ ପକ୍ଷ କଷ୍ଟ ଅନୁଭବ ଅକରିଥାନ୍ତି । ଯଦି ସକଳ ସମୟରେ ଏମିତି ହୁଏ ତେବେ ଦିନ ତମାମ ମନ ଉଦାସ ରହିଥାଏ । ତେଣୁ ପ୍ରତେକ ମଣିଷକୁ ଉଚିତ ବ୍ୟବହାର ଦେଖାଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *