ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରହ୍ମପୁର ର ନୂଆବୋହୁ ତପସ୍ଵିନୀ ଦାସ ଙ୍କ ଘଟଣା ବିଷୟରେ ଆପଣ ମାନେ ଜାଣିଥିବେ । ସେ ତାଙ୍କ ଶାଶୁଘରକୁ ଫେରିବା ପାଇଁ ଦୀର୍ଘ ଦିନ ହେବ ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଇ ବସିଥିଲେ । ଶେଷରେ କୋର୍ଟରେ ଏହି ମାମଲା ର ଶୁଣାଣି ହେବା ପରେ ତପସ୍ଵିନୀ ଓ ସୁମିତଙ୍କୁ ୭ ଦିନ ପାଇଁ ଏକାଠି ରହିବା ପାଇଁ ଅନୁମତି ଦିଆ ଯାଇଥିଲା । ତେବେ ବର୍ତ୍ତମାନ ସୂଚନା ଅନୁସାରେ ଦୁହେଁ ପୁଣି ଥରେ ହୁଏ ତ ଏକାଠି ହୋଇ ପାରନ୍ତି ।
ସଫଳ ହୋଇପାରେ ତପସ୍ଵିନୀଙ୍କ ୧୦ ତାରି ୧୧ ଦିନର ତପସ୍ୟା । ଶଶୁର ଘରର ଗୃହ ଲକ୍ଷ୍ମୀ ହୋଇ ଫେରି ପାରନ୍ତି ତପସ୍ଵିନୀ । ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ଦାଂପତ୍ଯ ଜୀବନରେ ଆଜି ଆସିପାରେ ନୂଆ ମୋଡ ବୋଲି ସୂଚନା ରହିଛି । ନିଜ ସ୍ଵାମୀ ଙ୍କ ସହ ରହିବା ପାଇଁ ଜିଦ ଧରି ଦୀର୍ଘ ୧୧ ଦିନ କାଳ ଶାଶୁ ଘର ଆଗରେ ଅନଶନ କରିଥିଲେ ତପସ୍ଵିନୀ ।
ଏହା ପରେ କୋର୍ଟ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାକୁ ୭ ଦିନ ଧରି ଗୋଟିଏ ଘରେ ରହିବାକୁ ନିର୍ଦେଶ ଦେଇଥିଲେ । ଆଜି ସାରିଲା ୭ ଦିନର ସମୟ ସୀମା । ଗୋଟିଏ ଘରେ ଗୋଟିଏ ଛାତ ତଳେ ଗୋଟିଏ ରୁମ ରେ ଦୀର୍ଘ ୭ ଦିନ ଧରି ଏକାଠି ରହିଥିଲେ ଡାକ୍ତର ସୁମିତ ଓ ତପସ୍ଵିନୀ ।
ପରସ୍ପରକୁ କିପରି ବ୍ୟବହାର କରୁଥିଲେ ତାହାର ସଠିକ ରିପୋର୍ଟ ନେଇ ଆଜି କୋର୍ଟ ରେ ହାଜର ହେବେ ଆସିକା ଥାନା ଅଧିକାରୀ ଓ ପ୍ରୋଟେକ୍ସନ ଅଧିକାରୀ । ସବୁ ବିଚାରକୁ ଅନୁଧ୍ୟାନ କରିବା ପରେ ଆଜି କୋର୍ଟ ସନ୍ଧ୍ୟା ସମୟରେ ଦୁହିଙ୍କ ବାବାଦୀୟ ଦାଂପତ୍ଯ ମାମଲା ରେ ଶୁଣାଣି ହେବ ।
ତେବେ ଆଜି କୋର୍ଟ କଣ ନିସ୍ପତି ନେବେ ତାହା ଦେଖିବା ବାକି ରହିଲା । ଆଶା କରୁଛୁ ଏହି ଦୁଇ ଦମ୍ପତି ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । କାରଣ ଅନେକ ଦିନ ହେବ ଦୁହିଙ୍କ ମନରେ ପରସ୍ପର ପାଇଁ ମନ ମାଳିନ୍ୟ ସୃଷ୍ଟି ହୋଇଥିଲା । ଯାହା ଧୀରେ ଧୀରେ ସମୟ କ୍ରମେ ହ୍ରାସ ପାଇବାରେ ଲାଗିଛି ।
ବନ୍ଧୁଗଣ ଆପଣ ମାନଙ୍କର ସୁମିତ ଓ ତପସ୍ଵୀନିଙ୍କ ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।