“ସାବିତ୍ରୀ ଅମାବାସ୍ୟା” ଦିନ ଲାଗୁଛି “ସୂର୍ଯ୍ୟ ପରାଗ”, ବିବାହିତା ନାରୀ କେଉଁ ସମୟରେ କରିବେ ପୂଜା ?

ବନ୍ଧୁଗଣ ହିନ୍ଦୁ ଧର୍ମରେ ବିବାହିତା ନାରୀ ମାନଙ୍କର ଏକ ମହତ୍ଵପୂର୍ଣ୍ଣ ପୂଜା ଅଟେ ସାବିତ୍ରୀ ଅମାବାସ୍ୟା । ଏହି ଦିନଟି ବିବାହିତା ନାରୀ ମାନଙ୍କ ପାଇଁ ହୋଇଥାଏ । ଏହି ଦିନର ପ୍ରଥା ରହିଅଛି ପ୍ରାତଃ ସମୟରୁ ବିବାହିତା ନାରୀ ମାନେ ଉଠି ନିଜର ନିତ୍ୟକର୍ମ ସାରି ନୂତନ ଶାଢୀ ପିନ୍ଧି ମାତା ସାବିତ୍ରୀ ଙ୍କ ମନ୍ଧିରକୁ ଯାଇ ମାତାଙ୍କୁ ନୂତନ ଶାଢୀ, ଶଙ୍କା, ସିନ୍ଧୁର ଦେଇ ପୂଜା କରିଥାନ୍ତି ।

ଏହି ଦିନ ବିବାହିତା ନାରୀ ମାନେ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା ନିମନ୍ତେ ପୂଜା କରିଥାନ୍ତି । ବନ୍ଧୁଗଣ ପୁରାଣ ଅନୁଯାୟୀ ଏହିଦିନ ସାବିତ୍ରୀ ନିଜ ସ୍ଵାମୀଙ୍କୁ ଯମଙ୍କ ସମୁଖରୁ ଛଡେଇ ଆଣିଥିଲେ । ଏଥିପାଇଁ ଏହି ଦିନ ବିବାହିତା ନାରୀ ମାନେ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା ତଥା ଦୀର୍ଘାୟୁ ନିମନ୍ତେ ପୂଜା ତଥା ଉପବାସ କରିଥାନ୍ତି । ବନ୍ଧୁଗଣ ଜ୍ୟଷ୍ଠ ମାସର ଅମାବାସ୍ୟା ତିଥି ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

କାରଣ ଏହିଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ବନ୍ଧୁଗଣ ଚଳିତ ବର୍ଷ ଜୁନ ମାସର ୧୦ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ପଡୁଅଛି । ଏହାବ୍ୟତୀତ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ଜୁନ ୧୦ ତାରିଖରେ ପଡୁଅଛି । ବନ୍ଧୁଗଣ ଏହାର ଅର୍ଥ ଗୋଟିଏ ଦିନ ରେ ସାବିତ୍ରୀ ଅମାବାସ୍ୟା ତଥା ସୂର୍ଯ୍ୟ ପରାଗ ମଧ୍ୟ ଲାଗିବାକୁ ଯାଉଅଛି ।

ଏହା ଫଳରେ ଏହି ତିଥି ତଥା ଏହି ଦିନର ମହତ୍ଵ ଆହୁରି ଅଧିକ ବଢିଯିବ । ବନ୍ଧୁଗଣ ପାଞ୍ଜି ଅନୁଯାୟୀ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ୧ ଘଟିକା ୪୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ୪୧ ମିନିଟ ରେ ଶେଷ ହେବ । ବନ୍ଧୁଗଣ ସୂର୍ଯ୍ୟ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୁତକ ଲାଗିଥାଏ । ଏହି ସୁତକ ସମୟରେ କୌଣସି ପୂଜାପାଠ ତଥା ଶୁଭ କାର୍ଯ୍ୟ କରାଯାଇନଥାଏ ।

ଏହାକୁ ନେଇ ବର୍ତ୍ତମାନ ବିବାହିତା ନାରୀ ମାନଙ୍କ ମନରେ ଆଶଙ୍କା ରହିଅଛି ଯେ କେଉଁ ସମୟରେ ବଟ ସାବିତ୍ରୀ ପୂଜା କରିବେ ? ଆସନ୍ତୁ ଜାଣିବା ସାବିତ୍ରୀ ପୂଜା କରିବାର ସଠିକ ସମୟ, ଅର୍ଥାତ କେଉଁ ସମୟରେ ମହିଳା ମାନେ ସାବିତ୍ରୀ ପୂଜା କରିପାରିବେ ? ବନ୍ଧୁଗଣ ଜୁନ ୧୦ ତାରିଖରେ ଲାଗୁଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଭାବରେ ଲାଗିବାକୁ ଯାଉଅଛି । ଏହି ଦିନରେ ସୁର୍ଜ୍ୟପରାଗ ଭାରତର ଅଳ୍ପ କେତେକ ସ୍ଥାନରେ ଦୃଶ୍ୟମାନ ହେବାକୁ ଯାଉଅଛି । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଆଂଶିକ ସୂର୍ଯ୍ୟ ପରାଗ ର ସୁତକ କାଳ ମାନ୍ୟ ଅଟେ ନାହିଁ ।

ଏଥିପାଇଁ ବିବାହିତା ନାରୀ ମାନେ ଏହି ଦିନରେ ସାବିତ୍ରୀ ବ୍ରତ ପୂଜା ଯେ କୌଣସି ସମୟରେ କରିପାରିବେ । ବିବାହିତା ମାନେ ଯେ କୌଣସି ସମୟରେ ପୂଜା କରିଲେ ମଧ୍ୟ ତାହା ଦୋଷ ମାନ୍ୟ ଅଟେ ନାହିଁ  । ବନ୍ଧୁଗଣ ଜୁନ ୯ ତାରିଖ ବୁଧବାର ଦିନ ଅପରାହ୍ନ ୧ ଘଟିକା ୫୭ ମିନିଟ ରେ ଅମାବାସ୍ୟା ଆରମ୍ଭ ହେବାକୁ ଯାଉଛି । ଏବଂ ଏହା ଜୁନ ୧୦ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୪ ଘଟିକା ୨୦ ମିନିଟ ରେ ସମାପ୍ତ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ପ୍ରସଙ୍ଗରେ  ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *