ସାତ ଦିନ ପର୍ଯ୍ୟନ୍ତ ଲୋକାଙ୍କ ମଧ୍ୟରେ ବୁଲୁଥିଲା କରୋନା ପୀଡିତ, ଆଉ ତା ପରେ…

କରୋନା ପଜିଟିଭ ଲୋକ ଗୋଟେ ସପ୍ତାହ ଆଇସୋଲେସନ ବାହାରେ ବୁଲୁଥିଲା, ଏହି ସମୟରେ ସେ ପରିବାର ଲୋକଙ୍କ ସହ ଆଖ ପାଖ ଲୋକଙ୍କ ସମ୍ପର୍କ ରେ ମଧ୍ୟ ରହିଲା, ଏହି କାରଣ ପାଇଁ ବର୍ତ୍ତମାନରେ ପୀଡିତ ଘର ସଦସ୍ୟମାନଙ୍କୁ ଆଇସୋଲେସନ ରେ ରଖା ଯାଇଛି, ଏହି ପାଇଁ ପ୍ରଶାସନ ଗୋଟେ କିଲୋମିଟର ଦୂରତା ରେ ସାନିଟାଇଜର ବର୍ଷା କରିବା ପାଇଁ ନିଷ୍ପତ୍ତି କରିଛନ୍ତି, ଏହା ପରେ ସେହି ଜାଗାରେ ରହୁଥିବା ଲୋକଙ୍କୁ ନଜରରେ ରଖା ଯାଇଛି ଓ ଲୋକଙ୍କୁ କୁଆଡେ ବାହାରେ କାହା ସହ ମିଶିବା ବା କୌଣସି କାମ ପାଇଁ ଛଡା ଯାଉ ନାହିଁ ।

ବହୁତ ଶୀଘ୍ର ଏହି ଜାଗାରେ ଥିବା ଲୋକଙ୍କ ମଧ୍ୟ ଯାଞ୍ଚ କରା ଯିବ, ୩୫ ବର୍ଷ ଏହି ଯୁବକ ସାଉଦିରୁ ୧୫ ମାର୍ଚ୍ଚକୁ ଫେରି ଥିଲା ।

ଏୟରପୋର୍ଟରେ ହୋଇଥିବା ଯାଞ୍ଚରେ ସେହି ଲୋକ ନର୍ମଲ ଥିଲା ଯାହା ପରେ ତାକୁ ଘରୁକୁ ଯିବା ପାଇଁ ଅନୁମତି ଦିଆ ଯାଇଥିଲା ଘରକୁ ଫେରିଲା ପରେ ମଧ୍ୟ ଯୁବକ ସାମାନ୍ୟ ଥିଲା ଓ ଲୋକଙ୍କ ସହ ମିଳାମିଶା କରୁଥିଲା । ଚାରି ଦିନ ପରେ କାସ ଥଣ୍ଡା ଆରମ୍ଭ ହୋଇଯାଇଥିଲା, ଜାଗା ପରିବର୍ତ୍ତନ ଭାବି ଯୁବକ ଔଷଧ ଖାଇଲେ, କିନ୍ତୁ ଦେହ ଭଲ ହେଲା ନାହିଁ, ଏହା ପରେ ସେହି ଲୋକ ୨୧ ମାର୍ଚ୍ଚରେ ଜିଲ୍ଲା ହସ୍ପିଟଲରେ ପହଞ୍ଚିଲା ।

ଏହା ପରେ ସରକାର ସେହି ଯୁବକ ରହୁଥିବା ଜାଗାକୁ ଘେରି ଲୋକ ମାନଙ୍କୁ କୁଆଡେ ଯିବା ପାଇଁ ବନ୍ଦ କରା ଯାଇଛି । ସନ୍ଧ୍ୟାରେ ରିପୋର୍ଟ ଆସିଲା ପରେ ଏଠାରେ ବୁଲୁଥିବା ଲୋକ ଓ ଠେଲା ଗାଡି ଲୋକଙ୍କୁ ପୋଲିସ ସାଇଡ କରିଥିଲା ଓ ନିଜ ନିଜ ଘରକୁ ଯିବା ପାଇଁ କହିଥିଲା । ଏହି ଜାଗାକୁ କ୍ଷେତ୍ର ପ୍ରଶାସନ ନିଜ ନଜରରେ ରଖିଛନ୍ତି । ସିଏମଓ ଡକ୍ଟର ରାମଜି ପାଣ୍ଡେ କହିଛନ୍ତି ଯେ ଯୁବକ ଓ ତାଙ୍କ ପରିଜନ ଦ୍ଵାରା ଖବର ପ୍ରାପ୍ତ କରା ଯାଇଛି, ସେହି ଲୋକ ଗୋଟେ ସପ୍ତାହ ଭିତରେ ଯେଉଁ ଯେଉଁ ଲୋକଙ୍କ ସହ ମିଳାମିଶା କରିଛନ୍ତି, ତାଙ୍କୁ ମଧ୍ୟ ସନ୍ଦିଗ୍ଧ ଶ୍ରେଣୀ ରେ ରଖା ଯାଇଛି ଓ ଯାଞ୍ଚ କରା ଯିବ ।

ତେବେ ଯଦି ଏହିଭଳି ଆପଣଙ୍କ କମ୍ୟୁନିଟିରେ କେହି ବିଦେଶ ଫେରନ୍ତା ଅଛନ୍ତି ସେମାନଙ୍କ ଠାରୁ ଏବେ ଦୂରେଇ ରୁହନ୍ତୁ । କାହିଁକି ନା ଏହି ରୋଗ ସଙ୍ଗେ ସଙ୍ଗେ ଜଣା ପଡେ ନାହିଁ ଓ ସେହି ବ୍ୟକ୍ତି ଠାରୁ ଅନ୍ୟକୁ ବ୍ୟାପୀ ପାରେ । ନିଜ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ସରକାରଙ୍କ ଆଦେଶକୁ ପାଳନ କରନ୍ତୁ । ନଚେତ ଠାରେ ପୀଡିତ ହେଲେ ଆଉ କେହି ବଞ୍ଚାଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *