୭ ଫେରାର ଠିକ ପୂର୍ବରୁ ମଣ୍ଡପରେ ପହଞ୍ଚିଲେ ଯୁବତୀ ,କହିଲେ ‘ମୋ ପେଟରେ ବଢୁଛି ବରର ପିଲା’, ଜାଣନ୍ତୁ ତା ପରେ କଣ ହେଲା ?

ବରଣମାଳା ର ବିଧି ହୋଇ ସାରିଥିଲା । ବର -କନ୍ୟା ଫେରା ନେବା ପାଇଁ ମଣ୍ଡପକୁ ଯାଉଥିଲେ । ଚାରିପଟେ ଖୁସିର ମାହୋଲ ଥିଲା । ହଠାତ ସେହି ବିବାହ ମଣ୍ଡପରେ ଆସି ପହଞ୍ଚିଲା ଏକ ଯୁବତୀ ଏବଂ ସେ କହିଲା କି ମୋ ପେଟରେ ବରର ପିଲା ବଢୁଛି । ଏହା ଶୁଣି କେବଳ କନ୍ୟାର ପାଦତଳୁ ମାଟି ଖସି ନଥିଲା ବରଂ ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଚମକାଇ ଦେଲା ଭଳି ଏହି ଘଟଣା ରାଜସ୍ଥାନ କୋଟା ର କୁହାଡି ପୋଲିସ ଥାନା ଇଲାକାର ଅଟେ ।

Image Courtesy: Google

ଦିଲ୍ଲୀରୁ ପହଞ୍ଚିଲା ବରର ପ୍ରେମିକା

ଉତ୍ତରପ୍ରଦେଶର ଜାଲୋନ ଜିଲ୍ଲାର ଗାଁ କାହ୍ନାପୁର ବାସିନ୍ଦା ଦୀପକ ରାଜାବତ ଙ୍କ ବିବାହ ରବିବାର ଦିନ କୋଟାର କୁହାଡି କ୍ଷେତ୍ରର ନାତା ଇଲାକାର ଯୁବତୀଙ୍କ ସହିତ ହେଉଥିଲା । ସେହି ବିବାହ ସମୟରେ ଦୁଇଜଣ ଝିଅ ସେଠାରେ ପହଞ୍ଚିଲେ ଏବଂ ଜଣେ ଯୁବତୀ ଦୀପକଙ୍କ ଉପରେ ଆରୋପ ଲଗାଇଲେ କି ସେ ତାଙ୍କ ସହିତ ଗତ ଛଅ ବର୍ଷରୁ ବିବାହ ନାମରେ ଦୁଷ୍କର୍ମ କରିଥିଲେ ।

ପ୍ରେମିକା ଦେଖାଇଲେ ଭିଡିଓ ଓ ଫଟୋ

ନିଜକୁ ଦୀପକ ରାଜବତ ଙ୍କ ପ୍ରମିକା କହୁଥିବା ଦିଲ୍ଲୀର ଯୁବତୀ ପ୍ରମାଣ ଭାବେ ଦୁଇଜଣଙ୍କର ବହୁତ ସାରା ଫଟୋ ଏବଂ ଭିଡିଓ ଦେଖାଇଲେ । ଏହା ସହିତ ଯୁବତୀ କହିଲେ କି ସେ ବରର ପିଲାର ମାଆ ହେବାକୁ ଯାଉଛନ୍ତି । ତାଙ୍କ ପେଟରେ ୫ ମାସର ପିଲା ବଢୁଛି । ସେ ଦୀପକଙ୍କ ବିରୁଦ୍ଧରେ ଦିଲ୍ଲୀର ପୋଲିସ ଥାନାରେ ୫ ଫେବୃଆରୀ କୁ ଦେହ ଶୋଷଣ ର ମାମଲା ବି ଲେଖାଇ ରଖିଛି ।

Image Courtesy: Google

କନ୍ୟାର ସମ୍ପର୍କୀୟ ମାନଙ୍କର ଯୁକ୍ତି

ବିବାହରେ ସାତ ଫେରା ନେବା ପୂର୍ବରୁ ଏହି ଡ୍ରାମାକୁ ଦେଖି କନ୍ୟାଙ୍କ ସମ୍ପର୍କୀୟ ମାନେ କହିଲେ କି ତାଙ୍କୁ ବରର ପ୍ରେମ ସମ୍ବନ୍ଧ ବିଷୟରେ କିଛି ବି ଜଣାନଥିଲା । ତାଙ୍କୁ ତ କୌଣସି ସମ୍ପର୍କୀୟ ଙ୍କ ଦ୍ଵାରା ଜଣାପଡିଥିଲା କି ବର ଦିଲ୍ଲୀର ନିଜି କମ୍ପାନିରେ ଚାକିରି କରିଥିଲା ।

ବର ଶାନ୍ତିଭଙ୍ଗ ର ଦୋଷରେ ଗିରଫହେଲେ

Image Courtesy: Google

ସେଠାରେ ବିବାହରେ ଘଟଣା ବାଢୁଥିବାର ଦେଖି କୋଟ ର କାହାଡି ପୋଲିସଙ୍କୁ ଖବର ଦିଆଗଲା । ପୋଲିସ ଠିକ ସମୟରେ ପହଞ୍ଚିଲେ । ଯୁବତୀ ପୋଲିସଙ୍କୁ ସବୁ କଥା କହିଲା ଏବଂ ଭିଡିଓ ଓ ଫଟୋ ମଧ୍ୟ ଦେଖାଇଲା । ପୋଲିସ ଦୀପକ ଙ୍କୁ ଶାନ୍ତିଭଙ୍ଗ ଦୋଷରେ ଗିରଫ କରିବା ପାଇଁ ଗଲେ ଏବଂ ଦିଲ୍ଲୀ ପୋଲିସଙ୍କୁ ଘଟଣା ବିଷୟରେ ଜାଣାଇଲେ । ସୂଚନା ପାଇ ଦିଲ୍ଲୀ ପୋଲିସ କୋଟ କୁ ଆସିବା ପାଇଁ ବାହାରିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *