୨୨ ମେ ରେ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ କାଲି ରାତିରେ ଅବପାତର ରୂପ ନେଇ ସାରିଛି । ଆଜି ସକାଳେ ତାହା ସାମୁଦ୍ରିକ ଝଡରେ ପରିଣତ ମଧ୍ୟ ହୋଇସାରିଛି । ଏହି ବାତ୍ୟା ଯାହାର ନାଁ ୟାସ ଅଟେ ତାହା ୨୬ ତାରିଖରେ ଓଡିଶାର ଉତ୍ତର – ପଶ୍ଚିମ ଦିଗ ଦେଇ ଅତିକ୍ରମ କରିବ ।
ଭାରତୀୟ ପାଣି ପାଗ ବିଭାଗ ପାରାଦ୍ଵୀପ ଓ ସାଗର ଦ୍ଵିପ ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁ ବୋଲି ଆକଳନ କରିଛନ୍ତ । ଏମିତିରେ ଓଡିଶା ମୁହଁ ହୋଇଥିବା ଏହି ବାତ୍ୟାର ମୁକାବିଲା କରିବା ପାଇଁ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ବି କରିସାରିଛନ୍ତି । କହିବାକୁ ଗଲେ ୨୨ ରୁ ବି ଅଧିକ ଏନଡ଼ିଆରଏଫ ଟିମ, ୫୦ ରୁ ବି ଅଧିକ ଓଡ୍ରାଫ ଟିମ ଓ ୧୭୫ ଟି ଅଗ୍ନିସମ ଟିମ ପ୍ରସ୍ତୁତ ଅଛନ୍ତି । ଏହା ସହିତ ଏହି ବାତ୍ୟା ଓଡିଶାରେ ଲ୍ୟାଣ୍ଡଫଳ କରିବା କାରଣରୁ କେତେକ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ ମଧ୍ୟ କରାଯାଇଛି ।
କୁହାଯାଉଛି କି ସମୁଦ୍ର କୂଳିଆ ଅଞ୍ଚଳରେ ୩ ରୁ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠି ପାରେ । ଏମିତିରେ ସମସ୍ତ ସମୁଦ୍ର ଅଞ୍ଚଳରୁ ବି ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କୁ ଅନୁରୋଧ ମଧ୍ୟ କରାଯାଉଛି କି ସମସ୍ତେ ଯେତେ ଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀଙ୍କୁ ଚାଲିଯିବା ପାଇଁ । ଏହି ସବୁ ସ୍ଥାନରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ଅଛି । ସମସ୍ତେ ଯେମିତି କୋବିଡ ନିୟମ ପାଳନ କରିବେ ତାହା ଉପରେ ବି ଧ୍ୟାନ ଦିଆଯିବ ।
ସରକାର ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି କି ବାତ୍ୟା ସମୟରେ ଘରେ ରୁହନ୍ତୁ କିମ୍ବା ଆଶ୍ରୟସ୍ଥଳୀରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । କାରଣ ବାତ୍ୟା ସମୟରେ ବାହାରେ ବୁଲିଲେ ଆପଣଙ୍କ ଜୀବନ ପ୍ରତି ବି ଭୟ ଅଛି । ଏହା ସହିତ ଯେଉଁ ସମସ୍ତ ସ୍ଥାନରେ ବିଜ୍ଞାପନର ବୋର୍ଡ ଲାଗିଛି ସେହି ସମସ୍ତ ବିଜ୍ଞାପନର ବୋର୍ଡ ଗୁଡିକ ଖୋଲିବା ପାଇଁ ସରକାରକୁ ନିର୍ଦେଶ ଦିଆଯାଇଛି । ଯଦି ଲୋକମାନେ ନ ଖୋଲିବେ ତେବେ ଦରକାର ପଡିଲେ ଜିଲ୍ଲା ପ୍ରଶାସନ ସେହି ସମସ୍ତ ବୋର୍ଡକୁ ବାହାର କରିଦେବେ ।
କାରଣ ପୂର୍ବ କିଛି ବାତ୍ୟାରେ ବିଜ୍ଞାପନ ବୋର୍ଡ କାରଣରୁ କେତେକ ଲୋକମାନଙ୍କର ଜୀବନ ମଧ୍ୟ ଚାଲି ଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମସ୍ତ ପ୍ରକାରର ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଯଦି ଆମେ ସମସ୍ତେ ସରକାରଙ୍କ ସହ ମିଶି କାମ କରିବା ତେବେ ବାତ୍ୟା ଜନିତା ସମସ୍ୟାରୁ ଆମେ ସମସ୍ତେ ବଞ୍ଚି ପାରିବା ।
କହିବାକୁ ଗଲେ ବାତ୍ୟା ଯେତେବେଳେ ଆସେ ପ୍ରଥମ ଝାଡା ଗଲା ପରେ ଆମେ ସମସ୍ତ ଚିନ୍ତା କରିଥାଉ କି ବାତ୍ୟା ଚାଲିଗଲା । କିନ୍ତୁ ସେହିଭଳି କିଛି ହୋଇ ନ ଥାଏ ବାତ୍ୟାର ପ୍ରଥମେ ଗୋଟିଏ ପବନର ଝଡ ଆସିବ ଓ ଏହା ପରେ ଏହା କିଛି ସମୟ ପାଇଁ ଥମି ଯିବ । ଏହା ପରେ ପୁଣି ଥରେ ବାତ୍ୟାର ଏକ ଝଡ ଆସିବ । ଏମିତିରେ ବାତ୍ୟାର ପ୍ରଥମ ଝଡ ଚାଲି ଯିବା ପରେ ଦୟାକରି ସେହି ସମୟରେ ଘରୁ ବାହାରନ୍ତୁ ନାହିଁ ଅପେକ୍ଷା କରନ୍ତୁ ବାତ୍ୟା ପୂରାପୂରି ଯିବା ପରେ ହିଁ ଘରୁ ବାହରନ୍ତୁ ।