ସାଧାରଣତଃ ଶବ ପୋତିବା ପାଇଁ ଅନେକ ଜାଗା ରେ ମଶାଣି ଅଛି ଏବଂ ଏହା ପାଇଁ କେଉଁଠି ବି ପଇସା ନିଆ ଯାଏ ନାହିଁ । ହେଲେ ଦୁନିଆ ରେ ଗୋଟିଏ ଏମିତିକା ଦେଶ ବି ଅଛି ଯେଉଁଠି ଶବ ପୋତିବା ପାଇଁ ଜମି କିଣିବାକୁ ପଡେ ଏବଂ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସେଠି ଛୋଟ ଛୋଟ ଜମି ପାଇଁ ମୂଲ୍ୟ କୋଟି କୋଟି ଟଙ୍କା । ହଂକଙ୍ଗ ରେ ଜମିର ମୂଲ୍ୟ ଏତେ ଆକାଶ ଛୁଆଁ ଯେ, ଲୋକ ବହୁତ ହଇରାଣ ହେଉଛନ୍ତି ।
ହଂକଙ୍ଗ ରେ ଲୋକଙ୍କ ଶବ ପୋତିବା ପାଇଁ ଛୋଟ ରୁ ଛୋଟ ଜମି ର ମୂଲ୍ୟ ଗୋଟେ କୋଟି ୫୮ ଲକ୍ଷ୍ୟ ଦବାକୁ ପଡେ ।
ଜମି ମୂଲ୍ୟ ପାଇଁ ଲୋକେ ଶବ ପୋତିବା ଜାଗା ରେ ଶବ ପୋଡୁଛନ୍ତି, ହେଲେ ଏଥିରେ ବି ସମସ୍ୟା ଅଛି ଏବଂ ସମସ୍ୟା ଏହା ଅଛି କି ଲୋକ ଶବ ପୋଡିବା ପରେ ଭସ୍ମ କୁ ପୋତିବା ପାଇଁ ଚାହୁଁଛନ୍ତି ଓ ତା ପାଇଁ ତାଙ୍କୁ ଜମି ଦରକାର । ଜମି ର ବଢୁଥିବା ମୂଲ୍ୟ କାରଣ ରୁ ଲୋକ ଶବ ର ଭସ୍ମ କୁ ସରକାରୀ ଲକର ରେ ରଖୁଛନ୍ତି ।
ଅବସ୍ତା ଏମିତି ହେଇ ଯାଇଛି କି ହଂକଙ୍ଗ ରେ ପ୍ରାୟତଃ ଚାରି ଲକ୍ଷ୍ୟ ଭସ୍ମ ଏବେ ବି ପୋତିବା ପାଇଁ ସରକାରୀ ଲକର ରେ ଅପେକ୍ଷା ରେ ଅଛନ୍ତି । ମିଡିୟା ରିପୋର୍ଟ ଅନୁଯାଇ, ସରକାରୀ ଲକର ରେ ଅସ୍ଥି ରଖିବା ପାଇଁ ବର୍ଷ କୁ ଥରେ ୨୨ ଟଙ୍କା ଦବାକୁ ପଡେ, ହେଲେ ତାହା ପାଇଁ ମଧ୍ୟ ବହୁତ ବଡ ସମସ୍ୟା ଅଛି ।
ଲକର ପାଇଁ ମଧ୍ୟ ଲୋକଙ୍କୁ ଚାରି ବର୍ଷ ଅପେକ୍ଷା କରିବାକୁ ପଡେ । ଆଜିକା ଯୁଗ ରେ ସବୁ ମିଳୁଛି ସିନା ହେଲେ ସାମାନ୍ୟ ଲୋକ ପାଇଁ କଷ୍ଟ ବଢି ଯାଇଛି ସବୁ କାର୍ଯ୍ୟ ପାଇଁ ପଇସା ଦରକାର ପଡୁଚି ସେଥି ପାଇଁ ସାଧାରଣ ଲୋକ ବହୁତ ହଇରାଣ ହେଉ ଛନ୍ତି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।