ସାବଧାନ! ଅଧିକ ଶୋଇବାର ଅଭ୍ୟାସ ନେଇ ପରେ ଆପଣଙ୍କ ଜୀବନ

ଆପଣ ଶୁଣି ଥିବେ କି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କି ଅତ୍ୟଧିକ ଶୋଇବା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଅତ୍ୟଧିକ ଶୋଇବା କେବଳ ଶରୀର ଉପରେ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ଯଦି ଆପଣ ସବୁଦିନ ୭-୮ ଘଣ୍ଟା ରୁ ଅଧିକ ଶୋଉଛନ୍ତି ତାହେଲେ ଆପଣଙ୍କୁ କେତେ ପ୍ରକାର ସମସ୍ୟା ଏବଂ ରୋଗ ର ସାମ୍ନା କରିବାକୁ ପଡି ପାରେ ।

କେଲିଫୋର୍ନିଆ ୟୁନିଭର୍ସିଟି ରେ ଏକ ଷ୍ଟଡି ରୁ ସାମ୍ନା କୁ ଆସିଛି କି ଯେଉଁ ଲୋକ ୯-୧୦ ଘଣ୍ଟା ଶୁଅନ୍ତି ତାଙ୍କୁ ଅନେକ ପ୍ରକାରର ନିଦ ସମସ୍ୟା ହୋଇ ପାରେ । ଯେଉଁ ଲୋକ ୭ ଘଣ୍ଟା ରୁ କମ ଶୁଅନ୍ତି ତାଙ୍କୁ ବି କେତେ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହି ଥାଏ ।

୭୨ ହଜାର ମହିଳାମାନଙ୍କ ଉପରେ ଅଧ୍ୟୟନ :

୧୩ ବର୍ଷ ପୁରୁଣା ଏକ ଅଧ୍ୟୟନ ରୁ ଗୋଟେ କଥା ସାମ୍ନା କୁ ଆସିଲା ଯେ ଯେଉଁ ଲୋକ ଅତ୍ୟଧିକ ଶୁଅନ୍ତି ସେମାନଙ୍କ ମଧ୍ୟରେ କମ ବୟସ ରେ ମୃତ୍ୟୁ ର ଆଶଙ୍କା ବଢି ଥାଏ । ଯଦି ଏହି ଅଭ୍ୟାସ ସହ ଆପଣଙ୍କୁ ଡାଇବେଟିଜ ନଚେତ ହାର୍ଟ ରୋଗ ଅଛି ତାହେଲେ ଏହି ବିପଦ ଆପଣଙ୍କ ପାଇଁ ଆହୁରି ବଢିଯିବ ।

ମୋଟା ହେବାର ସମ୍ଭାବନା ୨୧ ପ୍ରତିଶତ ବଢି ଯାଏ :

ଏକ ଅଧ୍ୟୟନ ରୁ ଜଣା ପଡିଛି କି ଯେଉଁ ଲୋକ ପ୍ରତ୍ୟକ ଦିନ ୯-୧୦ ଘଣ୍ଟା ନଚେତ ଏହାଠାରୁ ବି ଅଧିକ ସମୟ ଶୁଅନ୍ତି ଏବଂ ତାଙ୍କର ଏହି ଅଭ୍ୟାସ  ଲଗାତର ୬ ବର୍ଷ ଯାଏଁ ରୁହେ, ତେବେ ସେହି ଲୋକ ମେଦବହୁଳତା ରୋଗରେ ପୀଡିତ ହେବାର ଆଶଙ୍କା ୨୧ ପ୍ରତିଶତ ବଢି ଯାଇଥାଏ । ୮ ଘଣ୍ଟା ରୁ ଅଧିକ ଶୋଉଥିବା ଲୋକମାନଙ୍କର ପ୍ରାୟତଃ ମୁଣ୍ଡବ୍ୟଥା ଅଧିକ ହୁଏ ବଲି କୁହାଯାଏ ।

ଟାଇପ -୨ ଡାଇବେଟିଜ ର ବିପଦ :

ଦ ଆମେରିକାନ ଡାଇବେଟିଜ ରେ ପ୍ରକାଶ ପାଇଥିବା ଏକ ମଗାଜିନ ରେ କୁହାଯାଇଛି କି ଯେଉଁ ଲୋକ ଅଧିକ ସମୟ ଶୁଅନ୍ତି, ଏମିତି ଲୋକଙ୍କୁ ଟାଇପ -୨ ଡାଇବେଟିଜ ର ବିବପଦ ଅଧିକ ଥାଏ । ଡ଼ିପ୍ରେସନ ପୀଡିତ ଲୋକ ୧୫ ପ୍ରତିଶତ ଅଧିକ ଶୁଅନ୍ତି । ଏହି ସ୍ଥିତି ଅଧିକ ସମୟ ରହିଲେ ରୋଗୀ କୁ ଭଲ ହେବାପାଇଁ ବହୁତ ସମୟ ଲାଗିପାରେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *