ସାବିତ୍ରୀ ବ୍ରତରେ ଭୁଲରେ ବି କରନ୍ତୁ ନାହିଁ ଏହି 5ଟି ଭୁଲ, ସ୍ଵାମୀଙ୍କ ଉପରେ ଆସିପାରେ ବିପଦ

ସମସ୍ତ ଓଡିଆ ବିବାହିତା ମହିଳାମାନଙ୍କ ପାଇଁ ସାବିତ୍ରୀ ବ୍ରତ ବହୁତ ମହତ୍ଵ ରଖିଥାଏ । କହିଦେଉଛୁ କି ଏହି ବର୍ଷ ଆସନ୍ତା ୧୦ ତାରିଖରେ ଏହି ପର୍ବକୁ ପାଳନ କରାଯିବ । ଏହି ଦିନରେ ବିବାହିତ ମହିଳାମାନେ ନିଜ ସ୍ଵାମୀର ଶୁଭ ଓ ଦୀର୍ଘାୟୁ ପାଇଁ ଏହି ଦିନରେ ବ୍ରତ ରଖିଥାନ୍ତି ।

ସାବିତ୍ରୀଙ୍କ ଭଳି ସବୁବେଳେ ସଧବା ହୋଇ ରହିବା ପାଇଁ ମହିଳାମାନେ ଏହି ବ୍ରତକୁ ବହୁତ ନିଷ୍ଠା ଓ ନିୟମର ସହ ପାଳନ କରିଥାନ୍ତି । କିନ୍ତୁ ଏହି ଦିନରେ ବିଶେଷ କିଛି କଥା ପ୍ରତି ବି ଧ୍ୟାନ ରଖିବା ଉଚିତ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ସାବିତ୍ରୀ ବ୍ରତ ସହ ଜଡିତ କିଛି ବିଶେଷ ନିୟମ ବିଷୟରେ କହିବୁ । ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ଦିନ ସାବିତ୍ରୀ ବ୍ରତ ପାଳନ କରାଯାଏ । ଏହି ଦିନରେ ସତ୍ୟବାନ, ସାବିତ୍ରୀ ଓ ଯମରାଜଙ୍କ ପୂଜା କରାଯାଏ ।

ପୌରାଣିକ କଥା ଅନୁସାରେ ସାବିତ୍ରୀ ଏହି ବ୍ରତ ପାଳନ କରି ମୃତ ସ୍ଵାମୀ ସତ୍ୟବାନଙ୍କୁ ଯମରାଜଙ୍କ ନିକଟରୁ ଫେରାଇ ଆଣିଥିଲେ । ସେହି ଦିନ ଠାରୁ ହିଁ ସାବିତ୍ରୀ ବ୍ରତ ପାଳନ ହୋଇଆସୁଛି । ଏହି ଦିନରେ ମହିଳାମାନେ ସକାଳୁ ଉଠି ନିଜର ସମସ୍ତ କାମ କରି ସାବିତ୍ରୀ ମାଙ୍କ ପୂଜା କରିଥାନ୍ତି । କହିଦେଉଛୁ କି ସାବିତ୍ରୀ ବ୍ରତ ଦିନ କିମ୍ବା ଅନ୍ୟ କୌଣସି ଶୁଭ ଦିନରେ କେବେ ବି କଳା ରଙ୍ଗର ଶାଢୀ ପିନ୍ଧାନ୍ତୁ ନାହିଁ । ଏହା ଅଶୁଭ ଅଟେ ।

ଏହି ଅମାବାସ୍ୟା କିମ୍ବା ଅଲଗା ଦିନରେ ରାତିରେ ବାହାରେ ଲୁଗା ଶୁଖାନ୍ତୁ ନାହିଁ । କାରଣ ଏହି ଦିନ ଅମବାସ୍ୟା ହେତୁ କାଳରାତ୍ରି ବୋଲି କୁହାଯାଏ । ସେଥିପାଇଁ ଆପଣଙ୍କର ଓ ସ୍ଵାମୀଙ୍କ ଲୁଗା କେବେ ବି ରାତିରେ ବାହାରେ ଶୁଖାନ୍ତୁ ନାହିଁ । ତୃତୀୟ ଭୁଲଟି ହେଉଛି ସାବିତ୍ରୀ ବ୍ରତ ଦିନ କିମ୍ବା କୌଣସି ବି ଶୁଭ ଦିନରେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସ୍ଵାମୀଙ୍କ ଆୟୁଷ କମ ହୋଇପାରେ । ଚତୁର୍ଥ ଭୁଲ ହେଉଛି ସାବିତ୍ରୀ ବ୍ରତ ଦିନ କୌଣସି ବି ଜିନିଷ କାଟିବେ ନାହିଁ ।

ଏହା ସହିତ ସ୍ଵାମୀଙ୍କୁ ବି ଏହି ଦିନରେ କୌଣସି ଜିନିଷ କାଟିବାକୁ ମନା କରିବେ । ଯେମିତି କି ଗଛ କାଟିବା ଇତ୍ୟାଦି । ପଞ୍ଚମ ଭୁଲ ହେଉଛି ସାବିତ୍ରୀ ବ୍ରତ ଦିନ କେବେ ବି ରୋଷେଇ ହୋଇଥିବା ଖାଦ୍ୟ ସେବନ କରିବେ ନାହିଁ । କାରଣ ଏହି ସାବିତ୍ରୀ ବ୍ରତ ଦିନ ବହୁତ ନିଷ୍ଠାର ସହ ଉପବାସ ରହି କରିବାକୁ ପଡିଥାଏ । କାରଣ ସ୍ଵାମୀମାନଙ୍କର ମଙ୍ଗଲ ଓ ଆୟୁଷ ବୁଦ୍ଧି ପାଇଁ ଏହିଭଳି କରିବା ଉଚିତ ।

ଷଷ୍ଠ ଭୁଲ ହେଉଛି ଯଦି ଆପଣଙ୍କର କୌଣସି ଭୁଲ ହୋଇଥାଏ ଯଦି ଆପଣଙ୍କ ପରିବାରର କାହାର ମୃତ୍ୟୁ ହୋଇଛି ଓ ଘରେ ଶିଶୁ ଜନ୍ମ ହୋଇଛି ଓ ଆପଣଙ୍କର ମାସିକ ଧର୍ମ ଚାଲୁଅଛି କିମ୍ବା ଋତୁମତୀ ହୋଇଥାନ୍ତି ତେବେ ଏହି ବ୍ରତ କେବେ ବି ପାଳନ କରିବେ ନାହିଁ । ନଚେତ ବହୁତ ବଡ ଭୁଲ ହୋଇଥାଏ ।

Leave a Reply

Your email address will not be published. Required fields are marked *