ନିଜ ସ୍ଵାମୀଙ୍କ ଜୀବନ ପାଇଁ ଯମ ସହ ଲଢେଇ କରୁଛନ୍ତି ଏ ଯୁଗର ସାବିତ୍ରୀ, କାନ୍ଦି କାନ୍ଦି ସ୍ଵାମୀ କହିଲେ କିଛି ଏମିତି… ଦେଖନ୍ତୁ ଭାଇରାଲ Video

ଆପଣ ସମସ୍ତେ ପୁରୁଣା କାଳର ସାବିତ୍ରୀ ବିଷୟରେ ଶୁଣିଥିବେ ଯିଏକି ସାବିତ୍ରୀ ବ୍ରତ ପାଳନ କରି ଯମରାଜାଙ୍କ ଠାରୁ ନିଜର ସ୍ଵାମୀର ଜୀବନକୁ ଫେରାଇ ଆଣିଥିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ କହିବୁ ଯିଏକି କଳିଯୁଗର ସାବିତ୍ରୀ ଅଟନ୍ତି । ସେ ନିଜର ସିନ୍ଦୁରକୁ ବଞ୍ଚାଇବା ପାଇଁ ୨୮ ବର୍ଷ ହେବ ଯମରାଜାଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି ।

ଦୁଃଖକୁ ଛାତିରେ ଲୁଚାଇ ନିଜର ସମସ୍ତ ସ୍ଵପ୍ନକୁ ମାରି ଦୀର୍ଘ ୨୮ ବର୍ଷ ହେବ ବିଛଣାରେ ପଡି ରହିଥିବା ସ୍ଵାମୀର ସେବା କରୁଛନ୍ତି ଏହି ମହିଳା ଜଣକ । ଆର୍ଥିକ ଅଭାବ କାରଣରୁ ୨୮ ବର୍ଷ ପୂର୍ବେ ହୋଇଥିବା ଦୁର୍ଘଟଣାରେ ଚିକିତ୍ସା ନ କରିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସ୍ଵାମୀ ବିଛଣାରେ ପଡି ରହିଛନ୍ତି । କହିବାକୁ ଗଲେ ସ୍ତ୍ରୀ ବୁଦ୍ଧିମଣି ପାଇଁ ସ୍ଵାମୀ ବ୍ରଜବନ୍ଧୁ ସବୁକିଛି ଅଟନ୍ତି ।

ସ୍ତ୍ରୀ ବୁଦ୍ଧିମଣି ନିଜ ସ୍ଵାମୀଙ୍କର ବିଛଣାରେ ହିଁ ଖାଦ୍ୟ, ପିଇବା ଓ ଶୌଚ ଇତ୍ୟାଦି ସବୁ କରାଉଛନ୍ତି । କେବଳ ଏତିକି ନୁହେଁ ଯେମିତି ଗୋଟିଏ ମା ନିଜ ଛୋଟ ପିଲାର ସେବା କରିଥାଏ ଠିକ ସେହି ଭଳି ସ୍ତ୍ରୀ ବୁଦ୍ଧିମଣି ନିଜ ସ୍ଵାମୀଙ୍କର ସେବା କରୁଛନ୍ତି । ସ୍ତ୍ରୀର ଭଲ ପାଇବା ଓ ନିସ୍ଵାର୍ଥ ପୂର୍ଣ ସେବା ଦେଖି ବ୍ରଜବନ୍ଧୁ ମଧ୍ୟ ଭାବୁକ ହୋଇଯାଇଛନ୍ତି । ବ୍ରଜବନ୍ଧୁଙ୍କ ଅନୁସାରେ ୨୭ ବର୍ଷ ହେବ ସେ ବିଛଣାରେ ପଡି ରହିଛନ୍ତି ଓ ତାଙ୍କ ସ୍ତ୍ରୀ ଯମରାଜ ଓ ତାଙ୍କ ମଧ୍ୟରେ ଛିଡା ହୋଇଛନ୍ତି ଯେଉଁ କାରଣରୁ ଯମରାଜା ତାଙ୍କ ପାଖକୁ ଆସି ପାରୁ ନାହାନ୍ତି ।

ସେ ତାଙ୍କୁ ମା ଭଳି ସେବା କରନ୍ତି । ସେ ଆଗକୁ କହିଲେ କି ସମାଜରେ ସମସ୍ତେ ଦେଖନ୍ତୁ ଓ ଶିଖନ୍ତୁ କି ସେବା କାହାକୁ କୁହାଯାଏ । ଉଦଳା ସହରର କଲେଜ ରୋଡ ସ୍ଥିତ ନିଜ ଘରେ ବ୍ରଜବନ୍ଧୁ ୨୮ ବର୍ଷ ହେବ ବିଛଣାରେ ପଡି ରହିଛନ୍ତି । ଆର୍ଥିକ ସାହାର୍ଯ୍ୟ କହିଲେ କେବଳ ସରକାରଙ୍କ ଚାଉଳ ଓ ଭିନ୍ନ କ୍ଷମ ଭତ୍ତା । ୨୮ ବର୍ଷ ହେବ ସବୁକିଛି ଅତି କଷ୍ଟରେ ସ୍ତ୍ରୀ ବୁଦ୍ଧିମଣି ଚଳାଇ ଆସୁଛନ୍ତି । କିନ୍ତୁ ସମୟ ଅତିବାହିତ ହେବା ସହିତ ଚିନ୍ତା ମଧ୍ୟ ବଢି ଚାଲିଛି । ଚିନ୍ତାର କାରଣ ଏହା ଅଟେ କି ବୁଦ୍ଧ ଅବସ୍ଥାରେ ତାଙ୍କର ସେବା କିଏ କରିବ ।

୨୮ ବର୍ଷ ହେବ ନିଜର ସ୍ଵାମୀଙ୍କୁ ଯମରାଜଙ୍କ ଠାରୁ ବଞ୍ଚାଇ ରଖିଛନ୍ତି । ସାବିତ୍ରୀ ହୋଇ ମୃତ୍ୟୁ ସାମ୍ନାରେ ଛିଡା ହୋଇ ନିଜର ସ୍ଵାମୀଙ୍କୁ ଦୀର୍ଘାୟୁ କରିଛନ୍ତି ଏହି ଯୁଗର ସାବିତ୍ରୀ । ପ୍ରତି ବର୍ଷ ସାବିତ୍ରୀ ବ୍ରତ ପାଳନ କରି ନିଜ ସ୍ଵାମୀର ଆୟୁଷ ବଢାଇ ଚାଲିଛନ୍ତି ବୁଦ୍ଧିମଣି ।

କହିଦେଉଛୁ କି ବ୍ରଜ ମୋହନ ମ୍ୟାଟ୍ରିକ ପାସ କରିବା ପରେ ବାରିପଦା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଇଲେଟ୍ରିକସିୟାନ ରୂପରେ ପାଠ ପଢିବା ପରେ ଚାକିରି ଖୋଜୁ ଥିଲେ । କିନ୍ତୁ ଚାକିରି ନ ପାଇ ନିଜର ଏକ ଇଲେକ୍ଟ୍ରି ୟୁନିଟ କରି କାମ କରୁଥିଲେ ।

ଏହା ପରେ କିଛି ବର୍ଷ ପରେ ବୁଦ୍ଧିମଣିଙ୍କ ସହ ବିବାହ କରି ଦୁଇ ଝିଅ ସହ ହସ ଖୁସିରେ ସଂସାର ଚାଲୁଥିଲା । କିନ୍ତୁ ଭାଗ୍ୟର ଖେଳ ଦେଖନ୍ତୁ କିଛି ଦିନ ପାରେ ଏକ ଦୁର୍ଘଟଣାରେ ଶିକାର ହେଲେ ଓ ସେହି ଦିନ ଠାରୁ ସେ ବିଛଣାରେ ପଡି ରହିଛନ୍ତି । କିନ୍ତୁ ଏତିକି ନୁହେଁ । କିଛି ଦିନ ପରେ ବ୍ରେନ ହାମରେଜ କାରଣରୁ ଝିଅର ଜୀବନ ଚାଲିଗଲା । କହିଦେଉଛୁ କି ଏହି ସ୍ଵାମୀଙ୍କ ଜୀବନ ୩୫ କେଜି ଚାଉଳ ଓ ୭୦୦ ଟଙ୍କାରେ କଟୁଛି । କହିବାକୁ ଗଲେ ନିଜର ଭିନ୍ନକ୍ଷମ ସ୍ଵାମୀଙ୍କ ସେବା କରି ଏହି ଯୁଗର ସାବିତ୍ରୀ ହୋଇଛନ୍ତି ଏହି ମହିଳା ଜଣକ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *