ଜୀବନରେ ଖୁସି ଚାହୁଁଥିଲେ ସବୁ ବେଳେ ପ୍ରେମର ପକ୍ଷ ବାଛିବା ଆବଶ୍ୟକ- Krishna Vani

ଆପଣ ମାନେ ଜାଣିଛନ୍ତି କି ସମୟ ର ଅର୍ଥ କଣ । ସମୟ କେବେ ବି ସିଧା ରେଖା ଦେଇ ଗତି କରେ ନାହି । ବରଂ ଏହା ଚକ୍ର ଭଳି ଘୁରି ବୁଲୁଥାଏ । ସମୟ ଏକ ଚକ୍ର । କାରଣ ଯେଉଁଠାରେ ଆରମ୍ଭ ସେଠାରେ ହିଁ ଶେଷ ରହିଛି । ଆଉ ଯେଉଁଠାରେ ଅନ୍ତ ରହିଛି ସେଠାରେ ପୁଣି ନୂଆ ଆରମ୍ଭ ହୋଇଥାଏ । ଏଥିରେ କିଛି ସ୍ଵତନ୍ତ୍ର ଭାବନା ଓ ଚିନ୍ତାଧାରା ରହିଛି । ଏମିତି ଏକ ବସ୍ତୁ ରହିଛି ଯାହା କେହି ବୁଝି ପାରନ୍ତି ନାହି ।

ସମୟ କେତେବେଳେ କଣ ଘଟାଇବା ତାହା କେହି କହି ପାରିବେ ନାହି । କିନ୍ତୁ ବାସ୍ତବରେ ଯେଉଁଠାରେ ଶେଷ ହୋଇଥାଏ ସେଠାରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଥାଏ । ଯାହା ଆଜି ଆପଣଙ୍କ ପାଖରେ ଅହକି ତାହା କାଲି ଆଉ କାହା ପାଖକୁ ଯାଇପାରେ । ଏଥିରେ କୌଣସି ସନ୍ଦେହ ନାହି । ଏହା ସହ ଯାହା କାଲି ଅନ୍ୟ କୌଣସି ବ୍ୟକ୍ତି ପାଖରେ ଅଛି ତାହା ଆଉ ଜଣେ ବ୍ୟକ୍ତି ପାଖକୁ ମଧ୍ୟ ଯାଇପାରେ । ଏହା ହେଉଛି ସମୟର ଚକ୍ର ଯାହା ଘୁରି ବୁଲୁଥାଏ ।

ଏହା ହେଉଛି ନିୟତିର ଖେଳ । ଯାହା ଜଣଙ୍କ ପାଖରୁ ଆଉ ଏମିତି ଅନେକଙ୍କୁ ଆଖକୁ ଆଦାନ ପ୍ରଦାନ ହୋଇଥାଏ । ତେଣୁ ପ୍ରତେକେ ବ୍ୟକ୍ତି ସମୟର ମୂଲ୍ୟ ବୁଝିବା ଉଚିତ । ଆଜି ଆପଣଙ୍କ ପାଖରେ ଯାହା ଅଛି ସେଥିରେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ଜୀବନର ପ୍ରତେକ ମୂହୁର୍ତ୍ତକୁ ଆନନ୍ଦ ର ସହ ଉପୋଭୋଗ କରିବା ଉଚିତ । ପ୍ରତେକ ବ୍ୟକ୍ତି କୁ କେବଳ ଗୋଟିଏ କଥା ମନେ ରଖିବା ଉଚିତ ଯେ ସେ କେଉଁ ପକ୍ଷରେ ଅଛନ୍ତି ।

ସତ କହିବାକୁ ଗଲେ ଜୀବନର ପରିଣାମ ଏହା ଉପରେ ଆଧାରିତ ରହିଛି । ଆପଣ ଜୀବନରେ କେଉଁ ପକ୍ଷ ଚୟନ କରୁଛନ୍ତି ତାହା ଆପଣଙ୍କ ଭବିଷ୍ୟତ ଉପରେ ନିର୍ଭର କରିଥାଏ । ତେଣୁ ପ୍ରତେକ ବ୍ୟକ୍ତି କୁ ଜୀବନରେ ସେହି ପକ୍ଷ ବା ମାର୍ଗ ଚୟନ କରିବା ଉଚିତ ଯାହା ଦ୍ଵାରା ସେ ଖୁସି ଅନୁଭବ କରି ପାରିବ । ଯେଉଁ ମାର୍ଗ ଚୟନ କରିଲେ ଆପଣଙ୍କ ମନରେ ପ୍ରସନ୍ନତା ମିଳିବା ସହ ଶାନ୍ତି ମିଳିଥାଏ ତାହା ଚୟନ କରିବା ଉଚିତ ।

ତେଣୁ ଭଗବାନ କୃଷ୍ଣ ଙ୍କ ମତରେ ପ୍ରତେକ ବ୍ୟକ୍ତି କୁ ନିଜ ଜୀବନରେ ଶାନ୍ତି ବା ପ୍ରେମ ର ପକ୍ଷ ଚୟନ କରିବା ଉଚିତ । କାରଣ ପ୍ରେମ ଦ୍ଵାରା ମଣିଷ ଯେ କୌଣସି ଯୁଦ୍ଧ ଜିତିପାରେ । ଏମିତି କି ପ୍ରେମ ଦ୍ଵାରା ଜଣେ ଅନ୍ୟ ଜଣଙ୍କ ମନ ଜିଣିପାରେ । ପ୍ରେମ ଦ୍ଵାରା ଯେ କୌଣସି ସମସ୍ଯାର ସମାଧାନ ହୋଇ ପାରିବ । ଏଥିରେ ତିଳେ ମାତ୍ରେ ସନ୍ଦେହ ନାହି । ତେଣୁ ପ୍ରେମ ଏମିତି ଏକ ମାଧ୍ୟମ ଯାହା ଦ୍ଵାରା ମଣିଷ ଜୀବନରେ ସଫଳତା ପାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *