ନମସ୍କାର ବନ୍ଧୁଗଣ । ଡାକ ବିଭାଗରେ ଚାକିରି ପାଇଁ ନକଲି ସାର୍ଟିଫିକେଟ କୁ ନେଇ ବଲାଙ୍ଗୀର ରେ ଉଠିଥିବା ଝଡ ଏବେ ରାଜ୍ୟର ଅନ୍ୟ ଭାଗ କୁ ବ୍ୟାପୀ ଗଲାଣି । ବଲାଙ୍ଗୀର ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଚଲାଇଛି । ଏହାରି ଭିତରେ ଏକ ରୋଚକ କଥା ସାମନା କୁ ଆସିଛି । ସାରା ଓଡିଶା କୁ ତାଯୁବ କରି ଦେଇଛି ଆନ୍ଧ୍ର ର ନମ୍ବର । ଓଡିଶାର ଜଣେ ପରିକ୍ଷାର୍ଥୀ ଆନ୍ଧ୍ର ରେ ପରୀକ୍ଷା ଦେଇ ପରୀକ୍ଷା ରେ 600 ରୁ 600 ନମ୍ବର ରଖିଛନ୍ତି ।
ଅର୍ଥାତ ସବୁ ବିଷୟରେ ସେ ରଖିଛନ୍ତି 100 ରୁ 100 । ପରିକ୍ଷାର୍ଥୀ ଙ୍କ ନାମ ହେଉଛି ଡିଲେଶ୍ଵର ନାୟକୋ । ଘର ହେଉଛି ଗଞ୍ଜାମ ପାତ୍ରପୁର ବ୍ଲକ କୁମ୍ଭାଗଡ । ସ୍କୁଲ ହେଉଛି ଏସଆରଏସଏସ ଜେପି ହାଇ ସ୍କୁଲ, ମଣ୍ଡସା, ଶ୍ରୀକାକୁଲମ, ଆନ୍ଧ୍ର ପ୍ରଦେଶ । ତେବେ ମାଟ୍ରିକ ସାର୍ଟିଫିକେଟ ରେ 600 ରୁ 600 ମାର୍କ ରଖିଛନ୍ତି ଡିଲେଶ୍ଵର । ସେ ପ୍ରଥମ ଭାଷା ସାହିତ୍ଯ ରଖିଥିବା ବେଳେ ଦ୍ଵିତୀୟ ଭାଷା ତେଲୁଗୁ ରଖିଛନ୍ତି ।
ଓଡିଆ, ତେଲୁଗୁ, ଇଂରାଜୀ ରେ 100 ନମ୍ବର ଲେଖାଏ ରଖିଥିବା ବେଳେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ରେ ମଧ୍ୟ 100 ନମ୍ବର ଲେଖାଏଁ ରଖିଛନ୍ତି । ସବୁ ବିଷୟରେ 100 ନାମର ଲେଖାଏଁ ରଖି ଆନ୍ଧ୍ର ବୋର୍ଡ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇଛନ୍ତି ଡିଲେଶ୍ଵର ନାୟକ । 29020 ରେ କୋରୋନା ସମୟରେ ଅନଲାଇନ ପରୀକ୍ଷା ଦେଇ ଏଭଳି ସଫଳତା ପାଇଥିବା କଥା କହିଛନ୍ତି ଡିଲେଶ୍ଵର ।
ଏହା ପରେ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ଜେଡିଏସ ପଦବୀ ପାଇଁ ଆବେଦନ ର ଖୋଳତାଡ କରିଥିବା ବେଳେ ଡିଲେଶ୍ଵର ଙ୍କ ମାର୍କ ସିଟ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷିତ କରିଛି । ଡାକ ବିଭାଗ ପକ୍ଷରୁ ଦାଯୀ ବାହାର ଜାଲ ସାର୍ଟିଫିକେଟ ଧର ଫକଡ କୁ ଜୋର୍ଦାର କରିଥିବାରୁ ଓଡିଆ ଛାତ୍ର ଙ୍କ ମାର୍କ ଦେଖି ଅଧିକାରୀ ମାନେ ବିସ୍ମିତ ହୋଇ ପଡିଛନ୍ତି ।
ଯଦିଓ ଡିଲଶ୍ବର ଙ୍କ ସାରତିଫିକେଟ ଅସଲି କି ନକଲି ଜଣାପଡି ନାହି କିନ୍ତୁ ତାଙ୍କ ମାର୍କ ସିଟ ବଡ ଧରଣର ସନ୍ଦେହ ସୃଷ୍ଟି କରିଛି । ଶିକ୍ଷା ବିତ ଙ୍କ ମତରେ ଆହାର ବୋର୍ଡ ରେ ଦିଆ ଯାଉଥିବା ଅର୍କ ଦିଶାର ଅନ୍ୟ ମେଧାବୀ ପିଲାଙ୍କ ବାଟ ଓଗାଳିଛି । ବିଶେଷ କରି ଡାକ ବିଭାଗରେ ବାହାରିଥିବା ଚାକିରି ପାଇଁ ବଳ ମେରିଟ ଆଧାରରେ ଚୟନ ହୋଇ ଥିବାରୁ ଆଧାର ବୋର୍ଡରେ ମାର୍କ ସିଟ ଅଧିକ ସମସ୍ଯା ସୃଷ୍ଟି କରିବ ବୋଲି କର୍ମଜୀବି ଙ୍କ ମତ ରହିଛି । ସହଜରେ ମିଳିଥିବା ସାର୍ଟିଫିକେଟ କିଭଳି ଆର୍କ ର ମୂଲ୍ୟ କୁ କମାଇ ଦେଇଛି ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ବିତର୍କ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।