ସବୁଦିନ ଚମତ୍କାର ହୋଇଥାଏ ଭଗବାନ ଶିବଙ୍କ ଏହି ରହସ୍ୟମୟୀ ମନ୍ଦିରରେ… ମହଦେବଙ୍କୁ ମାନୁ ଥିବା ଲୋକ ହିଁ ଦେଖନ୍ତୁ ଏହି Video

ପୁରା ଭାରତ ବର୍ଷରେ ଭଗବାନ ଶିବଙ୍କ ବହୁତ ମନ୍ଦିର ଅଛି । ଯାହା ମଧ୍ୟରୁ କିଛି ମନ୍ଦିର ବିଷୟରେ ଆମେ ସମସ୍ତେ ଜାଣିଛୁ । କିନ୍ତୁ ଆଜି ଆମେ ଭଗବାନ ଶିବଙ୍କ ଏମିତି ରହସ୍ୟମୟୀ ମନ୍ଦିର ବିଷୟରେ କହିବୁ, ଯାହା ବିଷୟରେ ଆପଣ ଶୁଣି ନ ଥିବେ । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ଭଗବାନ ଶିବଙ୍କ ଶିବଲିଙ୍ଗ ସବୁ ୧୨ ବର୍ଷକୁ ଥରେ ନିଜେ ଭାଙ୍ଗିଯାଏ ଓ ସ୍ଵୟଂ ହିଁ ଯୋଡି ହୋଇଯାଏ ।

ଅଚଳେଶ୍ଵର ମହାଦେବ ମନ୍ଦିର : ଅଚଳେଶ୍ଵର ମହାଦେବ ନାଁରେ ଭାରତରେ ଅନେକ ମନ୍ଦିର ଅଛି । କିନ୍ତୁ ରାଜସ୍ଥାନର ଧବଲପୁରରେ ଅବସ୍ଥିତ ଅଚଳେଶ୍ଵର ମହାଦେବ ମନ୍ଦିର ସେହି ସମସ୍ତ ମନ୍ଦିର ଠାରୁ ଅଲଗା ଅଟେ ।

ଏହି ମନ୍ଦିର ରାଜସ୍ଥାନ ଓ ମଧ୍ୟପ୍ରଦେଶର ସୀମା ଉପରେ ଅବସ୍ଥିତ । ଏହି ମନ୍ଦିରର ସବୁଠୁ ଖାସ କଥା ହେଉଛି କି ଏହି ମନ୍ଦିରର ଶିବଲିଙ୍ଗର ରଙ୍ଗ ମାଠିଆ ରଙ୍ଗର ହୋଇଯାଏ । ଏହି ରଙ୍ଗ ପରିବର୍ତ୍ତନର ଅସଲ କାରଣ ଏହା ବିଷୟରେ କେହି ବି ଜାଣି ନାହାନ୍ତି ।

ଅନ୍ୟ ଏକ ରହସ୍ୟ କଥା ହେଉଛି ଶିବଲିଙ୍ଗର କେତେ ଦୂର ପର୍ଯ୍ୟନ୍ତ ଲମ୍ବା ଅଟେ ଏହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାନ୍ତି । ଥରେ କିଛି ଭକ୍ତ ଶିବଲିଙ୍ଗର ଗଭୀରତା ଜାଣିବା ପାଇଁ ଏହି ସ୍ଥାନରେ ମାଟି ଖୋଲିଲେ । କିନ୍ତୁ ବହୁତ ମାଟି ଖୋଲିବା ସତ୍ବେ ବି ଏହାର ଗଭୀରତା ବିଷୟରେ ଜଣା ପଡିଲା ନାହିଁ ।

ଲକ୍ଷମେଶ୍ଵର ମହାଦେବ ମନ୍ଦିର : କୁହାଯାଏ କି ଏହି ମନ୍ଦିରର ସ୍ଥାପନା ଭଗବାନ ରାମ ଓ ଶିବଲିଙ୍ଗର ସ୍ଥାପନା ଲକ୍ଷ୍ମଣ କରିଥିଲେ । ଏହି ଶିବଲିଙ୍ଗର ଖାସ କଥା ହେଉଛି କି ଏହି ଶିବଲିଙ୍ଗରେ ୧ ଲକ୍ଷ ଚିତ୍ର ଅଛି । ଏହି କାରଣରୁ ଏହାକୁ ଏକ ଲକ୍ଷ ଲିଙ୍ଗ ବି କୁହାଯାଏ ।

ଏହି ଶିବଲିଙ୍ଗର ଖାସ କଥା ହେଉଛି ଲକ୍ଷ ଲକ୍ଷ ଗାତ ମଧ୍ୟରୁ ଗୋଟିଏ ଗାତ ଏମିତି ଅଛି ଯାହାକି ପାତଳଗାମୀ ଅଟେ । ଅର୍ଥାତ ଏଥିରେ ଆପଣ ଯେତେ ବି ପାଣି ଢାଳିବେ ତାହା ଏହା ଭିତରକୁ ଚାଲିଯାଏ । ଅନ୍ୟ ପଟେ ଏହା ପାଖରେ ଅନ୍ୟ ଏକ ଗାତ ଅଛି ଯାହାକୁ ଗୋଟିଏ ଅକ୍ଷୟ କୁଣ୍ଡ ଅଛି । ଯେଉଁଥିରେ ସବୁବେଳେ ପାଣି ଭର୍ତ୍ତି ରହିଥାଏ ।

ବିଜଳି ମହାଦେବ ମନ୍ଦିର : ହିମାଚଳ ପ୍ରଦେଶର କୁଳରେ ସ୍ଥିତ ଏହି ମନ୍ଦିର । କୁହାଯାଏ ଏହି ମନ୍ଦିର ଯେଉଁ ଘାଟିରେ ଅଛି ତାହା ଏକ ବିଶାଳକାୟ ସା-ପ ରୂପରେ ଅଟେ । ଏହି ସା-ପର ବ-ଧ ଭଗବାନ ଶିବ କରିଥିଲେ ।

ଅନ୍ୟ ଏକ ଖାସ କଥା ହେଉଛି ଯେଉଁ ସ୍ଥାନରେ ଶିବଲିଙ୍ଗ ଅଛି ସେହି ଶିବଲିଙ୍ଗ ଉପରେ ପ୍ରତି ୧୨ ବର୍ଷକୁ ଥରେ ଆକାଶରୁ ବିଜୁଳି ପଡିଥାଏ । ବିଜୁଳି ପଡିବା ଦ୍ଵାରା ଭଗବାନ ଶିବଲିଙ୍ଗ ଖଣ୍ଡିତ ହୋଇଯାଏ ଓ ଏଠିକାର ପୂଜାରୀ ଖଣ୍ଡିତ ଶିବଲିଙ୍ଗକୁ ଏକତ୍ରିତ କରି ଲହୁଣୀ ଦ୍ଵାରା ଏହାକୁ ଯୋଡି ଦିଅନ୍ତି । କିଛି ସମୟ ପରେ ଏହି ଶିବଲିଙ୍ଗ ପୁଣି ଥରେ ଠିକ ହୋଇଯାଏ ।

Leave a Reply

Your email address will not be published. Required fields are marked *