ସବୁ ଲୁଟିନେଇ ବୁଧ ବାପାକୁ କରି ଦେଲେ ଦାଣ୍ଡର ଭିକାରି, ଝିଅ ଜ୍ଵାଇଁ କରିଥିବା ଅତ୍ୟାଚାର ବିଷୟରେ ଏ ମଉସା ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…. ଦେଖନ୍ତୁ Video

ବୟସର ଅପରାହ୍ନରେ ବୁଢା ବାପା ଭୋ ଭୋ ହୋଇ କାନ୍ଦୁଛନ୍ତି । ଯେଉଁ ଘରେ ଗଣ୍ଡେ ଖାଇ ଘରେ ସୋଇବା କଥା ସେହି ବୟସରେ ଏମିତି ବାର ଦୁଆର ଶୁଣ୍ଡୀ ପିଣ୍ଢା ହେଉଛି ଏହି ବୁଢା ବାପା । ତିନି ଝିଅ ଓ ଗୋଟିଏ ପୁଅକୁ ସିନା ମଣିଷ କଲେ, ହେଲେ ବଡ ହେବା ପରେ ବାପାକୁ କେହି ପଚାରୁ ନାହାନ୍ତି । ପରିଣତ ବୟସରେ ସମସ୍ତେ ଏମିତି ସମସ୍ତେ ପର କରି ଦେଲେ ଯେ ଏବେ ଖାଇବାକୁ ବାର ଦୁଆର ବୁଲୁଛନ୍ତି ବୁଢା ବାପା । ଏହି ବୁଢା ବାପା ଜଣକ ହେଉଛନ୍ତି ଗଞ୍ଜାମ ଭଞ୍ଜନଗରର ମୁରଲୀ ବେହେରା ।

ବୟସ 80 ପାର ହେଲାଣି ଓ ଚାଲିବାକୁ ଆଉ ଗୋଡରେ ବଳ ବି ନାହିଁ । ତଥାପି ଆଶାବାଡି ଧରି ରାସ୍ତା ରେ ଚାଲୁଛନ୍ତି ବାଟ । କେତେବେଳେ କାହା ବାରଣ୍ଡାରେ ବସି ଧାର ଧାର ଲୁହ ଗଡାଉଛନ୍ତି ତ ଆଉ କେତେବେଳେ ଟିକିଏ ଶୋଇ ପଡ଼ୁଛନ୍ତି । ସ୍ତ୍ରୀ ଦୁଇ ବର୍ଷ ହେବ ଆରପାରିକୁ ଚାଲି ଯାଇଥିବା ବେଳେ ବଡ ଝିଅ ଓ ଜ୍ଵାଇଁକୁ ସବୁ ସମ୍ପତ୍ତି ଦେଇ ଶେଷ ସମୟ ଆରାମରେ କଟାଇବେ ବୋଲି ଭାବିଥିଲେ ବୁଢା ବାପା ।

ହେଲେ ସମ୍ପତ୍ତି ନେବା ପରେ ବଡ ଝିଅ ଓ ଜ୍ଵାଇଁ ବଦଳିଗଲେ । ବାପା ସମ୍ପତି ପାଇବା ପରେ ଝିଅ ଖାଲି ରୂପ ବଦଳାଇଲା ତାହା ନୁହେଁ ବରଂ ବୁଢା ବାପାକୁ ମାରପିଟ କରିବା ସହ ଘରୁ ବାହାର କରି ଦେଲା । ସବୁ ଧନ ସମ୍ପତ୍ତି ଝିଅକୁ ଦେଇ ଦେଲେ,ଏବେ ବଯସର ଅପରାହ୍ନରେ ଜୀବ କୁଆଡେ ? କଣ ଖାଇବେ, କେଉଁଠି ରହିବେ ଓ କଣ କରିବେ ଏ କଥା ଚିନ୍ତା କରି କରି ବୁଢା ବାପାଟି କାନ୍ଦୁଛି । ଏଇ ବୟସରେ କାମ କରିବା ସମ୍ଭବ ନୁହେଁ ତେଣୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ମୁରଲୀ ।

ମୂରଲୀଙ୍କ ତିନି ଝିଅ ଥିବା ବେଳେ ଗୋଟିଏ ମାତ୍ର ପୁଅ ଯିଏ କି ଗାଁ କୁ ନ ଆସି ଦୀର୍ଘ ବର୍ଷ ହେବ ବାହାର ରାଜ୍ୟରେ ରହୁଛି । ପୁଅ ଝିଅ ସମସ୍ତେ ଥାଇ ବି ବୟସର ଅପରାହ୍ନରେ ପାଖରେ କେହି ନାହାନ୍ତି । ସମସ୍ତେ ଥାଇ ସ୍ଥାନୀୟ ଉପ- ଜିଲ୍ଲାପାଳ ଅଫିସ ବାରଣ୍ଡାରେ ମୁରଲୀ ଦୀର୍ଘ ସମୟ ବସି କାନ୍ଦୁ ଥିବାର ଦେଖି ସ୍ଥାନୀୟ ଆଇନଜୀବୀ ସନ୍ତୋଷ ପାଳ ଆସି ତାଙ୍କ ସମସ୍ଯା ବୁଝିଥିଲେ । ତାଙ୍କୁ ଖାଇବାକୁ ଦେବା ସହ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି ।

ମୁରଲି ଙ୍କ ଅସହାୟତା ବିଷୟରେ ଜାଣିବା ପରେ ଉପ-ଜିଲ୍ଲାପାଳ ତାଙ୍କୁ ସାହାଜ୍ଯ କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ସହ ଅନ୍ୟାୟ କରିଥିବା ସମସ୍ତଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ହେବ ବୋଲି ପ୍ରତିସ୍ରୁତି ଦେଇଛନ୍ତି । ତେବେ ସମୟ କହିବ ଏବେ ସହାୟତା ପାଉଛନ୍ତି ମୁରଲୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ବୁଢା ବାପା ଙ୍କ ଜୀବନ କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *