ସବୁ ପ୍ରକାର ସମସ୍ୟା ଦୂର କରି ଥାଏ ଏହି ଘରୋଇ ଚିକିତ୍ସା, ଏମିତି ତିଆରି କରନ୍ତୁ ଚୁରନ

ପେଟ ସଠିକ ଥିଲେ ଆପଣଙ୍କ ପୁରା ଦିନ ଭଲ ଯାଇଥାଏ, କିନ୍ତୁ ପେଟ ମୁଖ୍ୟ ସମସ୍ୟା ଦୁର୍ବଳ ପାଚନ ତନ୍ତ୍ର, କବ୍ଜ, ଗ୍ୟାସ ହବା ଏହି ଗୁଡିକ ଥାଏ । ଏହି ରୋଗ ପାଇଁ ଡକ୍ଟରକୁ ଦେଖେଇବା ସହ ନିଜେ ଏହି ଘରୋଇ ଚିକିତ୍ସା ମଧ୍ୟ କରି ପାରିବେ । ଆଜି ଆମେ ଆପଣଙ୍କୁ ପେଟ ସମସ୍ୟା ପାଇଁ ଘରୋଇ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଏହି ଘରୋଇ ଚିକିତ୍ସା ଦ୍ଵାରା ଆପଣ କେତେକ ସମସ୍ୟା ଦୂର କରି ପାରିବେ, ପେଟ ସମସ୍ୟାରୁ ସମସ୍ତେ ହଇରାଣ ଅଛନ୍ତି ।

କାହାକୁ ଖାଇବା ହଜମ ହେଉ ନାହିନ କାହାକୁ ଗ୍ୟାସ ଅସୁବିଧା ରହୁଛି ଏବଂ କେତେକ ଲୋକଙ୍କୁ ଏସିଡିଟି ରହୁଛି ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଚୁରନ ବନେଇବା ଶିଖେଇବୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ ଏବଂ ଏହାକୁ ଆପଣ ଭୋଜନ ପରେ ଖାଇ ପାରିବେ । ତେବେ ଆସନ୍ତୁ ଏହି ଆୟୁର୍ବେଦିକ ଚୁରନ ବିଷୟରେ ଜାଣିବା ଓ ବନେଇବା ବିଧି ଶିଖିବା ।

ଆବଶ୍ୟକ ଜିନିଷ :

– ଜୀରା ୧୨୦ଗ୍ରାମ

– କଳା ଲୁଣ ୧୦୦ଗ୍ରାମ

– ଧନିଆ ୮୦ଗ୍ରାମ

– ଗୋଲମରୀଚ ୪୦ଗ୍ରାମ

– ପୁରା ଶୁଖିଲା ଅଦା ୪୦ଗ୍ରାମ

– ଗୁଜୁରାତି ୨୦ଗ୍ରାମ

– ଲେମ୍ବୁ ସତ୍ଵ ୧୫ଗ୍ରାମ

– ପିପର ଛୋଟୀ ୨୦ଗ୍ରାମ

– ଖାଣ୍ଡ ଦେଶୀ ୧୬୦ଗ୍ରାମ

ବିଧି :

ଲେମ୍ବୁ ଓ ଖାଣ୍ଡ ଛାଡି ସବୁ ଜିନିଷ ଚୁରନ ତିଆରି କରନ୍ତୁ, ଏହା ପରେ ସେହି ଚୁରନ ରେ ଲେମ୍ବୁ ଚିପୁଡି ଖାଣ୍ଡ ମିଶାନ୍ତୁ । ଏହି ମିଶ୍ରଣକୁ ୩ଘଣ୍ଟା ପାଇଁ ଗୋଟେ କାଚ ବାସନ ରେ ରଖନ୍ତୁ, ଏହା ପରେ ଖାଇବା ପରେ ଏହାର ସେବନ କରନ୍ତୁ ଥରେ କେ ୨-୫ଗ୍ରାମ ସେବନ କରନ୍ତୁ ।

ଦ୍ଵିତୀୟ ଉପାୟ – ଆବଶ୍ୟକ ଜିନିଷ :

– ଜୀରା

– ଜୁଆଣୀ

– କଳା ଲୁଣ

– ମେଥି

– ପାନମଧୁରୀ

– ହିଂଗ

ବନେଇବା ବିଧି :

ସର୍ବ ପ୍ରଥମେ ଜୀରା, ଜୁଆଣୀ, ମେଥି ଓ ପାନମଧୁରୀ ଅଲଗା ଅଲଗା କରି ହଲ୍କା ଭାଜି ନିଅନ୍ତୁ, ଭାଜିଲା ପରେ ଏହାକୁ ଅଲଗା ଅଲଗା କରି ବାଟି ନିଅନ୍ତୁ । ଏହା ପରେ ଗୋଟେ ବାସନ ରେ କଳା ଲୁଣ ଓ ହିଂଗ ନିଅନ୍ତୁ, ଏଥର ଜୀରା, ସୋଫ, ଜୁଆଣୀ ପାଉଡର ପକାନ୍ତୁ । ଏହି ୩ଟି ଠାରୁ ମେଥି କମ ମାତ୍ରା ରେ ପକାନ୍ତୁ, ଏହି ମିଶ୍ରଣ ଭଲ ଭାବରେ ମିଶେଇ ନିଅନ୍ତୁ । ଏହି କଥା ଧ୍ୟାନ ଦିଅନ୍ତୁ ଯେ ଜୀରା, ସୋଫ ଓ ଜୁଆଣୀ ମାତ୍ରା ସମାନ ରହିବା ଉଚିତ । ଏହାକୁ ଭଲ ଭାବରେ ମିଶେଇ ଗୋଟେ ଡବା ରେ ରଖି ନିଅନ୍ତୁ ଓ ଖାଇବା ପରେ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *