ସବୁବେଳେ ଯଦି ରହିବାର ଅଛି ସୁସ୍ଥ ତେବେ ନିଜ ବ୍ଳଡ ଗ୍ରୁପ୍ ଅନୁସାରେ କରନ୍ତୁ ଡାଏଟ ପ୍ଳାନ

ଖାଦ୍ୟପାନ ର ଆମ ଜୀବନ ଉପରେ ପ୍ରଭାବ ପଡେ । ସ୍ଵସ୍ଥ ରହିବା ପାଇଁ ଅଲଗା ଅଲଗା ପ୍ରକାର ର ଡାଇଟ ପ୍ଳାନ ଅନୁସରଣ କରିବାପାଇଁ କୁହାଯାଏ । ଏବେ ଏକ ଅଧ୍ୟୟନ ରେ ଜଣା ପଡିଛି କି ଯଦି ମଣିଷ ନିଜ ବ୍ଲଡ ଗ୍ରୁପ ଅନୁସାରେ ଖାଦ୍ୟ ଗ୍ରହଣ କରନ୍ତି ତାଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ଆସନ୍ତୁ ଜାଣିବା କେଉଁ ପ୍ରକାର ଖାଦ୍ୟ କେଉଁ ବ୍ଲଡ ଗ୍ରୁପ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

କେମିତି ଚିହ୍ନିବା :

କେତେ ଥର ଆପଣ ଏମିତି ଲୋକଙ୍କୁ ଦେଖିଥିବେ ଯିଏ ସୁସ୍ଥ ଓ ଭଲ ଖାଇବା ଖାଇ କି ବି ଦୁର୍ବଳ ଓ ରୋଗୀ ଦେଖା ଯାଆନ୍ତି । ଯେତେବେଳେ ଶରୀରକୁ ଆବଶ୍ୟକତା ଅନୁଯାଇ ଖାଦ୍ୟ ମିଳେନି ସେତେବେଳେ ସେହି ଖାଦ୍ୟ କିଛି କାମ ରେ ଲାଗେନି । ଖାଦ୍ୟ କେଉଁ  ପ୍ରକାର ଗ୍ରହଣ କଲେ ଆପଣଙ୍କ ଶରୀର ସବଳ ହେବ ଜାଣିବା ପାଇଁ ରକ୍ତ ରେ ଥିବା ଏଣ୍ଟିଜେନ ମାର୍କ ଅନୁସାରେ ଜଣାପଡେ । ଏହି ଟେଷ୍ଟ ରୁ ଆପଣଙ୍କୁ ଆରମ ରେ ଜଣା ପଡିଯିବ କି ଆପଣଙ୍କୁ କେଉଁ ପ୍ରକାର ର ଖାଦ୍ୟ ଗ୍ରହଣ କରିବାର ଅଛି ।

‘ଏ’ ବ୍ଲଡ ଗ୍ରୁପ :

ଏ ବ୍ଲଡ ଗ୍ରୁପ ଲୋକଙ୍କ ପାଇଁ ପନି ପରିବା, ଫଳ ଓ ଅଙ୍କୁରିତ ଭୋଜନ ଖାଇବା ତାଙ୍କ ପାଇଁ ଲାଭଦାୟକ ଅଟେ । ଏମିତି ଏହି ପାଇଁ କୁହାଯାଉଛି କାହିଁକି ନା ‘ଏ ବ୍ଲଡ ଗ୍ରୁପ’ ଲୋକଙ୍କର ରୋଗ ପ୍ରତିରୋଧ କ୍ଷମତା କମ ଥାଏ । ସେଥିପାଇଁ ତାଙ୍କୁ ମାଂସ, ମାଛ, ଅଣ୍ଡା ଭଳି ମାଂସାହାରୀ ସେବନ ରୁ ଦୂରେଇ ରହିବା ଉଚିତ ।

‘ବି’ ବ୍ଲଡ ଗ୍ରୁପ :

ବି ବ୍ଲଡ ଗ୍ରୁପ ଲୋକ ପନି ପରିବା, ଅଣ୍ଡା ଓ ମାଂସ ର ସେବନ କରିପାରିବେ । ଏହି ବ୍ଲଡ ଗ୍ରୁପ ଲୋକଙ୍କୁ କର୍ନ, ଗହମ, ଡାଲି, ଟମାଟର, ବାଦାମ ଭଳି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ।

‘ଏବି’ ବ୍ଲଡ ଗ୍ରୁପ :

ଏବି ବ୍ଲଡ ଗ୍ରୁପ ଲୋକଙ୍କୁ ହାଇ ପ୍ରୋଟିନ ସେବନ କରିବା ଉଚିତ । ଯେପରିକି ମାଂସ, ମାଛ, ପନି ପରିବା, କ୍ଷୀର, ଦହି ଭଳି ଜିନିଷ ଖାଇବା ଉଚିତ । କିନ୍ତୁ ଏବି ବ୍ଲଡ ଗ୍ରୁପ ଲୋକଙ୍କୁ ରେଡ ମିଟ ରୁ ବଞ୍ଚିକି ରହିବା ଉଚିତ ।

‘ଓ’ ବ୍ଲଡ ଗ୍ରୁପ :

ଓ ବ୍ଲଡ ଗ୍ରୁପ ଲୋକଙ୍କୁ ପେଟ ସମସ୍ୟା ହୋଇଥାଏ କିନ୍ତୁ ଏହି ବ୍ଲଡ ଗ୍ରୁପ ଲୋକ ହାଇ ପ୍ରୋଟିନ ଖାଦ୍ୟ ଡାଲି, ମାଛ, ଅଣ୍ଡା ର ସେବନ କରି ପାରିବେ । ଓ ବ୍ଲଡ ଗ୍ରୁପ ଲୋକଙ୍କୁ କ୍ଷୀରଠୁ ଦୂରେଇକି ରହିବା ଉଚିତ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *