ବିବାହର ମାତ୍ର 4 ମାସ ପରେ Sabya ଙ୍କ ଘରକୁ ଆସିଲା ଖୁସି ଖବର, ଦେଖନ୍ତୁ Video

ଗତକାଲି ଓଡିଶାର କେତେକ ସ୍ଥାନରେ ଷଠି ପୂଜା ହୋଇଛି । ଏହା ଓଡିଶାର ଏକ ମୁଖ୍ୟ ପର୍ବ ମଧ୍ୟରୁ ଗୋଟିଏ । ଏହି ଉପଲକ୍ଷେ ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚିତା ସାହୁ ବି ନିଜ ଘରେ ଷଠି ପୂଜା କରୁଥିବାର ନଜର ଆସିଛନ୍ତି । ଅର୍ଚିତା ସାହୁ ଘରେ ହେଉଥିବା ଏହି ପୂଜାର ଏକ ଭିଡିଓ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ଏହା ସହିତ ସେ ଷଠି ପୂଜା ବିଷୟରେ ମଧ୍ୟ କହୁଛନ୍ତି ।

ଷଠି ପୂଜା ବିଷୟରେ ଅର୍ଚିତା କହିଲେ କି ଷଠି ପୂଜା ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ । ଷଠି ଠାକୁରାଣୀ ହେଉଛନ୍ତି ଓଡିଶାର ଜନ୍ମଦେବୀ । ଏହି ଦିନରେ ମା ମାନେ ଷଠି ଠାକୁରାଣୀଙ୍କ ପୂଜା କରିଥାନ୍ତି । ଗଣେଶ ପୂଜାର ଠିକ ୨ ଦିନ ପରେ ଷଠି ଠାକୁରାଣୀଙ୍କ ପୂଜା କରାଯାଏ ।

ଏହି ଦିନରେ ପ୍ରଥମେ ସକାଳେ ଭଗବାନ ଶିବଙ୍କ ପାଇଁ ସୋମନାଥ ବ୍ରତ ପାଳନ କରାଯାଏ । ଏହା ସହିତ ଏହି ଦିନରେ ଭାତ, ଡାଲି, ଚକୁଳି ପିଠା, ମାଛ ଭଜା ଓ ଦୁଇ ପ୍ରକାରର ଶାକାହାରୀ ତରକାରୀ ଭଳି ୬ ପ୍ରକାରର ଖାଦ୍ୟ ରୋଷେଇ ହୋଇଥାଏ ।

ଶିଳପୁଅକୁ ହଳଦୀ କନାରେ ବାନ୍ଧି ଓ ଏହା ପରେ ହଳଦୀ ମଧ୍ୟ ରଖାଯାଏ । ବାଉଁଶ, ଧାନ, ସାରୁ, ବଜ୍ରମୂଳି ଇତ୍ୟାଦି ୫ ପ୍ରକାରର ଗଛକୁ ଏକାଠି କରି ବନ୍ଧାଯାଏ । ଏହା ଉପରେ ଏକ ପୂର୍ଣକୁମ୍ବ ବି ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ବି ରଖା ହୁଏ । ଏହା ପରେ ଧୁବ, ଅରୁଆ ଚାଉଳରେ ବନ୍ଦାପନା କରାଯାଏ ।

ଏହିଭଳି ଭବାରେ ଏହି ପୂଜାରେ କଣ ସବୁ ହୋଇଥାଏ ଓ କେଉଁ ସବୁ ନିୟମ ପାଲନ କରାଯାଏ ଏହା ବିଷୟରେ ଅର୍ଚିତା କହିଛନ୍ତି । ଯେମିତି କି ଭିଡିଓରେ ନଜର ଆସୁଛି କି ପ୍ରଥମେ ସବ୍ୟସାଚୀ ଓ ପରେ ଅର୍ଚିତାଙ୍କୁ ଏକ ପିଢାରେ ବସାଇ ସବ୍ୟସାଚୀଙ୍କ ମା ଜଣ ଜଣ କରି ପ୍ରଥମେ ତାଙ୍କୁ ପୂଜା କରୁଛନ୍ତି । ଏହା ପରେ ତାଙ୍କୁ ଧାନ, ଦୁବ, ଫୁଲ ଦ୍ଵାରା ପୂଜା କରି ସେହି ପାଞ୍ଚତି ଗଛ ଦ୍ଵାରା ତାଙ୍କ ପିଠିରେ ମାରୁଛନ୍ତି ।

ଏହା ପରେ ସବ୍ୟସାଚୀଙ୍କ ମା ଉଭୟଙ୍କ କାନରେ ଚୁପିଚୁପି କରି କିଛି କହୁଛନ୍ତି । କହିବାକୁ ଗଲେ ଏହିଭଳି ନିଆରା ପୂଜା କେବଳ ଓଡିଶାରେ ହିଁ ଆପଣଙ୍କୁ ଦେଖିବାକୁ ମିଳିବ । କିନ୍ତୁ ବହୁତ କମ ଲୋକମାନେ ଏହି ପୂଜା ବିଷୟରେ ଜାଣିଛନ୍ତି । ଅର୍ଚିତା ଓ ସବ୍ୟସାଚୀ ପ୍ରାୟତଃ ନିଜର ଏହିଭଳି କୌଣସି ନା କୌଣସି ଭିଡିଓ ଶେୟାର କରିଥାନ୍ତି । ଯାହାଙ୍କୁ ତାଙ୍କର ଫ୍ୟାନମାନେ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *