Sabyaଙ୍କ ସୋ ରେ ହଠାତ କାନ୍ଦିବାକୁ ଲାଗିଲେ ଏହି ଅଭିନେତ୍ରୀ, ପଚାରିବାରୁ ଦେଲେ ଏମିତି ଜବାବ…ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ତରଙ୍ଗ ଟିଭିରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହାକୁ ସବ୍ୟସାଚୀ ହୋସ୍ଟ କରୁଛନ୍ତି । ଏହି ଶୋ ର ନାଁ ହେଉଛି ‘ଜିତିବ ଓଡିଶା’ । ଏହି ଶୋର ଗୋଟିଏ ଏପିସୋଡରେ ଏମିତି କିଛି ଘଟିଗଲା ଯାହାକୁ ଦେଖିବା ପରେ ସମସ୍ତଙ୍କ ଆଖିରୁ ଲୁହ ଚାଲି ଆସିଲା । ସବ୍ୟସାଚୀ ପ୍ରଥମେ ଜଣେ ଟିଭି ସିରିଏଲ ଅଭିନେତ୍ରୀଙ୍କ ସହ କଥା ହେଉଛନ୍ତି ଓ ତାଙ୍କୁ କୋଭିଡ ସମୟରେ ସେ କେମିତି ନିଜର ସମୟ ବିତାଇଲେ ସେହି ବିଷୟରେ ପ୍ରଶ୍ନ କରୁଛନ୍ତି ।

ସିରିଏଲ ଅଭିନେତ୍ରୀ ଜଣକ କହୁଛନ୍ତି ସେ ଗତ ତିନି ବର୍ଷ ହେବ ସିରିଏଲ ଦୁନିଆରେ କାମ କରୁଛନ୍ତି । ଅଭିନେତ୍ରୀ ଆଗକୁ କହିଲେ କି କୋଭିଡ ସମୟରେ ମୁଁ ନିଜର ପରିବାର ସହ ବହୁତ ସମୟ ବିତାଇଲି ।

ଯାହାକି ମୋ ପାଇଁ ବହୁତ ଭଲ ସମୟ ଥିଲା । କିନ୍ତୁ ଅନ୍ୟ ପଟେ ଗୋଟିଏ ଦୁଃଖ ଭରା ସମୟ ଏହା ବି ଥିଲା ଯେତେବେଳେ ମୋ ବାପାଙ୍କୁ କୋଭିଡ ହୋଇଥିଲା । ସବୁଠୁ ବଡ କଥା ହେଉଛି କି ସେହି ସମୟରେ ତାଙ୍କ ପାଖରେ ଆମେ କେହି ବି ନ ଥିଲୁ ।

ବାପାଙ୍କର ଅବସ୍ଥା ଏତେ ଖରାପ ଥିଲା କି ସେ ଫୋନରେ କଥାବାର୍ତ୍ତା କରିବା ପରିସ୍ଥିତିରେ ବି ନ ଥିଲେ । ମୋ ଜୀବନରେ ପ୍ରଥମ ଥର ଏମିତି ହୋଇଥିଲା କି ମୁଁ ନିଜ ପିତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଦେଖି ନ ଥିଲି । କିନ୍ତୁ ବର୍ତ୍ତମାନ ମୋ ପିତା ସୁସ୍ଥ ଅଛନ୍ତି ।

ସବ୍ୟସାଚୀ ଅନ୍ୟ ଏକ ଅଭିନେତ୍ରୀ ବିଷୟରେ କହିଲେ ଯିଏକି କୋଭିଡ ସମୟରେ ନିଜର ପିତାଙ୍କୁ ହରେଇଛନ୍ତି । ସବ୍ୟସାଚୀ ତାଙ୍କୁ ନିଜ ବିଷୟରେ କହିବା ପାଇଁ ଆଗ୍ରହ କରିଲେ । ଅଭିନେତ୍ରୀ ଜଣକ କାନ୍ଦି କାନ୍ଦି ସେହି ଦିନ ବିଷୟରେ କହିଲେ ।

ଅଭିନେତ୍ରୀ ଜଣକ କହିଲେ କି ସେହି ଦିନ ରାତିରେ ମୁଁ ମୋ ବାପାଙ୍କ ସହ ରାତି ୨ ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିଲି । କିନ୍ତୁ ଅଚାନକ ସେ କହିଲେ କି ମୋତେ ଭଲ ଲାଗୁ ନାହିଁ । ଏହା ଶୁଣିବା ପରେ ସଙ୍ଗେ ସ୍ନାଗେ ମୁଁ ଭୁବନେଶ୍ଵରରେ ଏକ ପ୍ରାଇବେଟ ଆମ୍ବୁଲାନ୍ସ ବୁକ କରିଲି ।

ଆମ୍ବୁଲାନ୍ସ ଘରକୁ ଆସିଲେ ଓ ସେ ଆମ୍ବୁଲାନ୍ସରେ ବସିଲେ । ସେହି ସମୟ ପର୍ଯ୍ୟନ୍ତ ସବୁ ଠିକ ଥିଲା । କିଛି ରାସ୍ତା ଗଲା ପରେ ସେ ଆଉ ବସି ପାରିଲେ ନାହିଁ । ସେ ଶୋଇ ପଡିଲେ ଓ ତାଙ୍କୁ ଅକ୍ସିଜେନ ଦରକାର ହେଲା । ବ୍ରହ୍ମପୁରର ମେଡିକାଳ ଗେଟ ପାଖରେ ଆମେ ପହଞ୍ଚିଛୁ କି ନାହିଁ ତାଙ୍କର ନିଶ୍ଵାସ କମିଗଲା । ଡାକ୍ତର କହିଲେ କି ହାର୍ଟ ଚୋକ କାରଣରୁ ମୃ-ତ୍ୟୁ ହୋଇଛି । ସବ୍ୟସାଚୀ ଅଭିନେତ୍ରୀଙ୍କୁ ସାହାସ ଦେବା ସହ ମୁହଁରେ ହସ ରଖିବା ପାଇଁ କହିଲେ । ଏହି ଅଭିନେତ୍ରୀ ଜଣକ ନୁହନ୍ତି କୋଭିଡରେ ଲକ୍ଷ ଲକ୍ଷ ଲୋକମାନେ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *