ସଚ୍ଚା ପ୍ରେମକୁ କେମିତି ଭୁଲିବେ ? କରନ୍ତୁ ଏହି 5ଟି ଷ୍ଟେପ- Krishna Vani

ବନ୍ଧୁଗଣ ମଣିଷ ଜୀବନରେ କେବେ ବା କେବେ କାକୁ ଭଲ ପାଇଥାଏ । କିନ୍ତୁ କୌଣସି କାରଣ ବଶତଃ ସମ୍ପର୍କ ଭାଙ୍ଗିଯାଇଥାଏ । ଯାହା କାରଣରୁ ସାଥିଟି ହାତ ଛାଡି ଦେଇଥାଏ । ସବୁ କିଛି ଭୁଲି ଆଗକୁ ବଢିବାକୁ ହୁଏ । କିନ୍ତୁ ସଚ୍ଚା ପ୍ରେମକୁ ଭୁଲିବା ଏତେ ସହଜ ନୁହେଁ । କାରଣ ଗୋଟେ ସମୟରେ ସେହି ବ୍ୟକ୍ତି ଆପଣଙ୍କ ମନରେ ଘର କରି ଦେଇଥିଲା । ଆଜି ଆମେ ଆପଣଙ୍କୁ କହିବୁ ସଚ୍ଚା ପ୍ରେମକୁ କେମିତି ଆମେ ଭୁଲାଇ ପାରିବା । ଆଜି ଆମେ ଏମିତି ୫ଟି ଉପାୟ କହିବୁ ଯାହା ପାଇଁ ସଚ୍ଚା ପ୍ରେମ ଭୁଲିବା ସହଜ ହୋଇଯିବ ।

୧- ପ୍ରଥମେ ଲାଇଫରେ କିଛି ସମୟ ପାଇଁ ବ୍ରେକ ନିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେବେ ଆପଣଙ୍କ ଲାଇଫରେ କିଛି ଭାଙ୍ଗିଯାଇଛି ଆଉ ତା ପଛରେ ଆପଣ ଟଙ୍କା ଓ ସମୟ ନଷ୍ଟ କରିଛନ୍ତି । ସମ୍ପର୍କ ଭାଙ୍ଗିଯାଇଛି ତେବେ ନିଶ୍ଚୟ ଦୁଖ ହେଉଥିବ । ଖୋଲା ଆକାଶରେ ନିଶ୍ଵାସ ନିଅନ୍ତୁ । ନିଜକୁ କିଛି ସମୟ ଦିଅନ୍ତୁ ।

୨- ନିଜ ସାଥିଙ୍କ ପୁରୁଣା ଫୋଟୋ ଜଳାଇ ଦିଅନ୍ତୁ । ପ୍ରତେକ କ୍ଷେତ୍ରରୁ ତାଙ୍କୁ ବ୍ଲକ କରନ୍ତୁ । ଯଦି ଆପଣ ତାଙ୍କୁ ଭୁଲି ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ସୋସିଆଲ ମିଡିଆରୁ ଦୂରେଇ ଯାଆନ୍ତୁ । ଆପଣ ଯେତେ ତାଙ୍କୁ ମନେ ପକାଇବେ ବା ଫୋଟୋ ଦେଖିବେ ସେତେ ମନେ ପଡିବ ।

୩- କେବେବି ତାଙ୍କୁ ଆଉ ନିଜ ଲାଇଫରେ ଆସିବାକୁ ଦିଅନ୍ତୁ ନାହିଁ । ଯଦି ସେ ଆପଣଙ୍କୁ ଧୋକା ଦେଇଛନ୍ତି ଆପଣଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଛନ୍ତି ତେବେ ଆଉ ଥରେ ନିଜ ଲାଇଫରେ ଜାଗା ଦିଅନ୍ତୁ ନାହିଁ । ସେ ଆପଣଙ୍କ ସହ ଦ୍ଵିତୀୟ ଥର ଯୋଡି ଏହବାକୁ ଚେଷ୍ଟା କରିଲେ ଭୁଲରେ ବି ଦ୍ଵିତୀୟ ଅବସର ଦିଅନ୍ତୁ ନାହିଁ । ଯଦି ଏମିତି ନ କରିବେ ତେବେ ବାରମ୍ବାର ଆପଣଙ୍କ ହୃଦୟ ଭାଙ୍ଗିବ କିନ୍ତୁ ତାଙ୍କୁ କିଛି ବି ଫରକ ପଡିବ ନାହିଁ ।

୪- ପୁରୁଣା ସ୍ମୂରତି ଭୁଲାଇବା ପାଇଁ କିଛି ନୂଆ ବା ରୋମାଞ୍ଚକ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଗୋଟେ ଲିଷ୍ଟ ବନାନ୍ତୁ ଯାହା ପୂର୍ବରୁ କରିବାକୁ ଚାହୁଁଥିଲେ । କୌଣସି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । ଆପଣ ଏମିତି ଲୋକଙ୍କ ସହ ରୁହନ୍ତୁ ଯିଏ ଆପଣଙ୍କୁ ଭଲ ଅନୁଭବ କରାଇବେ । ଯିଏ ଆପଣଙ୍କୁ ନେଇ ଭଲ କହୁଛନ୍ତି ବା ଖୁସି ଦେଉଛନ୍ତି ସେମାନଙ୍କ ସହ ମିଳାମିଶା କରନ୍ତୁ । ନିଜ ପରିବାର ସହ ସମୟ ବିତାନ୍ତୁ ।

୫- ଆପଣ ନିଜ ସାଥୀଙ୍କୁ କ୍ଷମା କରି ଦିଅନ୍ତୁ ଓ ଜୀବନରେ ଆଗକୁ ବଢନ୍ତୁ । ଯେଉଁ ମାନେ ଏମିତି କରନ୍ତି ନାହିଁ ଏହା ସବୁଠାରୁ ବଡ ଭୁଲ ଅଟେ । ସାମନା ବାଲାକୁ କ୍ଷମା କରିବା ଓ ବ୍ରେକଅପ କୁ ସ୍ଵୀକାର କରିବା ଆଗକୁ ବଢିବାର ପ୍ରଥମ ସିଡି ହେବ । ଆପଣ ଯାହାଙ୍କ ପଛରେ ସମୟ ଓ ଟଙ୍କା ଲୁଟାଇଛନ୍ତି ସେ ସବୁ ଭୁଲି ତାଙ୍କୁ କ୍ଷମା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *