Special Story: ସାଢେ 4 ବର୍ଷର ପ୍ରେମ କିନ୍ତୁ 2 ମାସରେ ଶେଷ, କାରଣ ଜାଣି ବିଶ୍ବାସ ହେବନି

ବର୍ତ୍ତମାନ ସମୟରେ ସମସ୍ତେ ପ୍ରେମ ବିବାହ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ କେତେକ ପରିସ୍ଥିତିରେ ପ୍ରେମ ବିବାହ କରିଥିବା ଦମ୍ପତ୍ତି ପୁରା ଜୀବନ ଏକାଠି ରୁହନ୍ତି ତ କେତେକ ଦମ୍ପତ୍ତିଙ୍କ ପ୍ରେମ ବିବାହ ଅଳ୍ପ କିଛି ଦିନ ହିଁ ଚାଲିପାରେ । ଏହିଭଳି ମାମଲା ଓଡିଶାର ଏକ ଜିଲ୍ଲାରେ ଦେଖିବାକୁ ମିଳିଛି । କହିବାକୁ ଗେଲେ ଜଣେ ଝିଅ ଓ ପୁଅ ପ୍ରେମ କରୁଥିଲେ ।

ଏହା ପରେ ସେମାନେ ବିବାହ କରିବେ ବୋଲି ବି ନିଷ୍ପତି ନେଲେ । କହିଦେଉଛୁ କି ଏମାନଙ୍କର ପ୍ରେମ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଏମାନେ ବିବାହ ବି କରିଲେ । କିନ୍ତୁ ୪.୫ ବର୍ଷ ପ୍ରେମ ଓ ପରେ ବିବାହର ୨ ମାସ ପରେ ପ୍ରେମିକ ପ୍ରେମିକା କୁ ଅର୍ଥାତ ସ୍ଵାମୀ ସ୍ତ୍ରୀକୁ ଛାଡି ଚାଲିଗଲା । ବର୍ତ୍ତମାନ ଏହି ମହିଳା ଜଣକ ପ୍ରେମିକ ରୁ ସ୍ଵାମୀ ହୋଇଥିବା ବ୍ୟକ୍ତି ବିବାହର ମାତ୍ର ୨ ମାସ ପରେ ତାଙ୍କୁ ଛାଡି ଦେଇ ଚାଲି ଯାଇଛନ୍ତି ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ସୁବର୍ଣପୁର ଜିଲ୍ଲାର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଳ ଗାଁର ଏହି ଯୁବତୀଙ୍କ ସହ ୪.୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ କରିଥିଲେ । ମାର୍ଚ୍ଚ ମାସ ୯ ତାରିଖରେ ଏହି ଦୁଇ ପ୍ରେମୀ ଯୋଡି ସମ୍ବଲପୁରରେ ମ୍ୟାରେଜ ଅଫିସରେ ବିବାହ କରିଥିଲେ । ଏହା ପରେ ଦୁଇ ଜଣ ବଲାଙ୍ଗୀରରେ ଏକ ଭଡା ଘରେ ରହୁଥିଲେ । ବିବାହ ପରେ କିଛି ଦିନ ସେମାନଙ୍କର ନୂତନ ବୈବାହିକ ଜୀବନ ଖୁସିରେ କଟୁଥିଲା ।

କିନ୍ତୁ ଦିନେ ଅଚାନକ ତାଙ୍କର ସେହି ଘରକୁ ସ୍ଵାମୀ ଘରର କିଛି ଲୋକମାନେ ଆସିଲେ । ସେମାନେ ସେହି ନିଜ ପୁଅର ସ୍ତ୍ରୀକୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଲେ ଓ ସେଠୁ ଚାଲି ଗଲେ । କିଛି ସମୟ ପରେ ପୁଅ ମଧ୍ୟ ଆସୁଛି ବୋଲି କହି ଚାଲି ଗଲେ । ଏମିତିରେ ମହିଳା ଜଣକ ଜାଣି ପାରିଲେ କି ଏହି ସବୁ ଘଟଣା ପଛରେ ତାଙ୍କର ସ୍ଵାମୀ ହିଁ ଅଛନ୍ତି । ପରିବାର ସହିତ ତାଙ୍କ ସ୍ଵାମୀ ଚାଲି ଯାଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଏହା ସହିତ ମହିଳା ଜଣକ କହିଲେ କି ସେ ବର୍ତ୍ତମାନ ପୋଲିସଙ୍କ ସାମ୍ନାରେ ପୁଅ ଘର ଲୋକମାନଙ୍କ ବିରୁଦ୍ଧରେ ଓ ସ୍ଵାମୀ ବିରୁଦ୍ଧରେ ଅଭିଯୋଗ ପୋଲିସ ଥାନାରେ ଦାୟର କରିଛନ୍ତି ଓ ସେ ଚାହୁଁଛନ୍ତି କି ତାଙ୍କ ସ୍ଵାମୀଙ୍କୁ ତାଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଉ ଓ ପୁରା ମାମଲାରେ ତାଙ୍କୁ ନ୍ୟାୟ ଦିଆଯାଉ ।

ଏହା ସହିତ ମହିଳା ଜଣକ କହିଲେ କି ତାଙ୍କୁ ବ୍ୟାକମେଳ କରି ଏହି ସ୍ଥାନକୁ ଅଣାଯାଇଛି । ନ୍ୟାୟ ପାଇଁ ବସ୍ତି ସୁରକ୍ଷା ମଞ୍ଜକୁ ନିଜ ସହିତ ହୋଇଥିବା ଏହି ଘଟଣା ବିଷୟରେ କହିବା ପରେ ସମସ୍ତେ ସେହି ମହିଳା ସହ ମିଶି ଥାନାରେ ନିଜର ଅଭିଯୋଗ ଦାୟର କରିଛନ୍ତି । କହିଦେଉଛୁ କି ମହିଳା ଜଣକ ଭିନ୍ନକ୍ଷମ ଅଟନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *