ସବୁ କାର୍ଯ୍ୟରେ ସଫଳତା ପାଇବା ପାଇଁ କଣ କରିବେ- Ajira Anuchinta

ଯଦି ସବୁ କାର୍ଯ୍ୟରେ ଆପଣ ଅସଫଳ ହେଉଥାନ୍ତି ବା ସଫଳତା ମିଳିନଥାଏ । ଯେକୌଣସି ଗୋଟିଏ ଗୁରୁବାର ଦିନ ଚାନ୍ଦିର ଗୋଟିଏ ମୁଦି କରି ଶିବଲିଙ୍ଗରେ ଛୁଆଇଁ କାଣୀ ଆଙ୍ଗୁଠିରେ ଧାରଣ କଲେ ଶୁଭ ଫଳ ମିଳିଥାଏ । ଆମେ ଖାଇ ବସିଲା ବେଳେ ଆମ ପାଖରେ ଲୁଣ ଥାଏ । ଲୁଣକୁ କେବେବି ଭୁଇଁରେ ପକାଇବେ ନାହିଁ କିମ୍ବା ହାତରେ ଲାଗିଥିବା ଲୁଣକୁ କେବେ ନିଜ ବସ୍ତ୍ରରେ ପୋଛିବେ ନହିଁ ।


ପୁରୁଷର ଡାହାଣ ହାତ ପାପୁଲି ଆଉ ନାରୀର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଶୁଭଫଳ ମିଳିଥାଏ । ଏବଂ ପୁରୁଷର କଣରେ କେସ ବଢିଲେ ଶୁଭ ହୋଇଥାଏ । ଯଦି କୌଣସି ଲୋକଙ୍କର ଚର୍ମଗତ ରୋଗ ହେଉଥାଏ । କୌଣସି ମଙ୍ଗଳବାର ଦିନ ଭୁଇଁରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ, ଯେପରି ମୁଣ୍ଡରେ ମାଟି ଲାଗିବ । ଏହା କରିବା ଦ୍ଵାରା ଚର୍ମ ରୋଗ ଦୂର ହୋଇଥାଏ ।


ରବିବାର ଦିନ ବେଲ ଗଛ ମୂଳରେ ଧୂପ ଜାଳନ୍ତୁ, ନାଲି ରଙ୍ଗର ଫୁଲ ରଖୀ ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ । ଏପରି ଶାତୋଟି ରବିବାର କରିବା ଦ୍ଵାରା ମନସ୍କାମନା ନିଶ୍ଚିନ୍ତ ପୂରଣ ହୁଏ । ପ୍ରତେକ ଦିନ ସ୍ନାନ କରିବା ପରେ ଉଭୟ ନାରୀ, ପୁରୁଷ ସୂର୍ଯ୍ୟ ନମସ୍କାର କରନ୍ତୁ, ଠାକୁର ପୂଜା କରିବା ପରେ ଅଳ୍ପ ଲୁଣ ଖାଆନ୍ତୁ, କିନ୍ତୁ ସ୍ନାନ ପରେ କେବେବି ତେଲ ସ୍ପର୍ଶ କରିବେ ନହିଁ, କେବେବି ମୁଢି ଖାଇବେ ନହିଁ ।


ଯେକୌଣସି ପକ୍ଷୀ ରାତିରେ ଫଳଟିଏ ଅଧାଖାଇ ଘରର ଛାତ କିମ୍ବା ଦୁଆର ମୁହଁରେ ପକେଇଥିବାର ସକାଳୁ ଦେଖିଲେ ସେହି ଦିନର ଶୁଭ ସୂଚନାର ସଙ୍କେତ ମିଳିଥାଏ । ବେଙ୍ଗ ବୋବାଇଲେ ବର୍ଷା ହୁଏ, ପିମ୍ପୁଡି ଧାଡି ଯଦି ତଳୁ ଉପରକୁ ଯାଏ ତେବେ ବର୍ଷା ହେବ କିନ୍ତୁ ଉପରୁ ତଳକୁ ଗଲେ ମରୁଡି ହୁଏ । ପ୍ରଜାପତି ଦେହରେ ବସିଲେ ପ୍ରଣୟ ସୁଖ ମିଳେ, ବୁଢିଆଣୀ ଜାଲ ଦେହରେ ଲାଗିଲେ କିମ୍ବା ବୁଢିଆଣୀ ଦେହରେ ଚଢିଲେ ନୂତନ ବସ୍ତ୍ର ପିନ୍ଧିବାର ସୁଯୋଗ ମିଳିଥାଏ ।


ବାସନ ମଜିବା ବେଳେ ବସନରେ ଶବ୍ଦ କମ ହେବା ଆବଶ୍ୟକ । ନାରୀମାନକର ହାତରେ ପିନ୍ଧିଥିବା ଚୁଡିର ଶବ୍ଦ କମ ହେବା ଆବଶ୍ୟକ । ଶେଉ ସହିତ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ଵାରା ମୁଣ୍ଡ ବିନ୍ଧା ରୋଗ ଭଲ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *