ଗୋଟେ ସଫଳ ବ୍ୟକ୍ତି ଜୀବନରେ ସବୁଠୁ ବଡ ଭୁଲ କେବେ କରିଥାଏ- Krishna vani

ମନୁଷ୍ୟକୁ ଯେତେବେଳେ ସଫଳତା ମିଳିଥାଏ ସେତେବେଳେ ତା ଭିତରେ ଆସିଥାଏ ଅହଂକାର । ଏମିତିରେ ମଣିଷ ଭୁଲିଯାଇଥାଏକି ମୁଁ କାହା ଆଗରେ କାହିଁକି ମୁଣ୍ଡ ତଳକୁ ନୁଆଇବି ଆଉ ଏମିତି ଏଥିପାଇଁ ହୋଇଥାଏକି ମଣିଷ ଗୋଟେ ମହତ୍ବପୂର୍ଣ କଥା ଭୁଲି ଯାଇଥାଏ । ଏହି ସଂସାରରେ ମଣିଷ ଯାହାବି ପ୍ରାପ୍ତ କରିଛି ସେ ସବୁ ଝୁକିକି ପ୍ରାପ୍ତ କରିଛି । ଛୋଟବେଳେ ଚାଲିବା ମଧ୍ୟ ଏହି ପୃଥିବୀ ପୃଷ୍ଠରେ ପଡିକି ଓ ଉଠିକି ଓ ବଡ ମାନଙ୍କ ଆଶୀର୍ବାଦ ମଧ୍ୟ ଝୁକିକି ନେଇଛି ।

ଚାଷିକୁ ଫସଲ କାଟିବା ସମୟରେ ଝୁକିକି କାଟିବାକୁ ପଡିଥାଏ । କୂଅରୁ ପାଣି କାଢିବା ପାଇଁ ପାତ୍ରକୁ ମଧ୍ୟ ଝୁକିକି କାଢିବାକୁ ପଡିଥାଏ । ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ମଧ୍ୟ ତାଙ୍କ ଆଗରେ ଝୁକିକି ଆଶୀର୍ବାଦ ନେବାକୁ ପଡିଥାଏ ।

ଝଡ ବତାସରେ ଗଛ କେମିତି ରହିଥାଏ ଝୁକିକି । ସନମାନ କେମିତି ମିଳିଥାଏ ଝୁକିକି । କାହା ଆଗରେ ଝୁକିବା ଅର୍ଥ ନିଜର ଆତ୍ମସମ୍ମାନ ହରାଇବା ନୁହେଁ ତାର ଅର୍ଥ ଏହା ହୋଇଥାଏକି ବିନମ୍ର । ଆମେ ମନୁଷ୍ୟ ଗୁଡିଙ୍କୁ ଆକାଶକୁ ପହଞ୍ଚିବା ପାଇଁ ପକ୍ଷୀଭଳି ଡେଣାର ଆବଶ୍ୟକ ହୋଇନଥାଏ । ଆମେ ଯେତିକି ଝୁକିବା ସେତିକି ହିଁ ଉପରକୁ ଉଠିଥାଉ ।

ମନରେ ଗର୍ବ ଅହଂକାର ନରଖି ଯେଉଁଠି ଆବଶ୍ୟକ ସେଥି ଝୁକିବା ଶିଖନ୍ତୁ ଏହା କରିବା ଦ୍ଵାରା ସମସ୍ତଙ୍କ ଆଶୀର୍ବାଦ ମିଳିବ ଓ ଜୀବନରେ ବହୁତ ଆଗକୁ ଯାଇପାରିବ । କାରଣ ଜୀବନରେ ଆଗକୁ ବଢିବା ସହିତ ନିଜର କର୍ମ ସହିତ ବଡ ମାନଙ୍କର ଆଶୀର୍ବାଦର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ ।

କୁହାଯାଏକି ଯେଉଁ ଗଛରେ ଅଧିକ ଫଳ ଥାଏ ସେଇ ଗଛ ସବୁବେଳେ ଝୁକିକି ରହିଥାଏ । ସେଇ ପରି ଯେଉଁ ମାନେ ଜ୍ଞାନୀ ଗୁନି ଲୋକ ହୋଇଥାନ୍ତି ସେମାନେ ସବୁବେଳେ ଝୁକିକି ରହିଥାନ୍ତି । ସେମାନେ ଯାହା ସହିତ କଥା ହୋଇଥାନ୍ତି ବହୁତ ବିନମ୍ର ଓ କୋମଳ ହୋଇକି ଓ ସବୁବେଳେ କମ କଥା ମଧ୍ୟ କହିଥାନ୍ତି । ସେମାନେ କେବେ ବଢେଇକି କଥା ହୋଇନଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *