ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଭୁଲରେବି କାହାକୁ କୁହନ୍ତୁ ନାହିଁ ନିଜର ଏହି 5ଟି କଥା- Chankya Niti

ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଅନେକ ଉପଦେଶ ଦେଇ ଯାଇଛନ୍ତି, ଯାହା ଯଦି ଆମେ ଆମ ନିଜ ଜୀବନରେ ଉପଯୋଗ କରିବା ତେବେ ବହୁତ ସଫଳ ବ୍ୟକ୍ତି ହୋଇପାରିବା । ତେବେ ସେହି ନୀତି ମଧ୍ୟରୁ ଆଜି ଆମେ କିଛି ଆଲୋଚନା କରିବା ଯାହା ଅନୁସାରେ ଆମେ ନିଜ ଜୀବନକୁ ସୁନ୍ଦର କରି ପାରିବା । ଆମେ ସଫଳ ହେବା ପାଇଆନ ଯେତେବି ଚେଷ୍ଟାକଲେ ବିଫଳ ହେଇଥାଉ ତେବେ ଏହା ପଛରେ ଅନେକ କାରଣ ଥାଏ ଓ ଶେଠୀ ମଧ୍ୟରୁ ଏହି 5ଟି କାରଣ ମୁଖ୍ୟ ଅଟେ।

ଚାଣକ୍ୟ କହିଛନ୍ତି ଯଦି ସଫଳ ହେବାକୁ ଚାହୁଁଛ ତେବେ ଭୁଲରେ ବି କାହା ଆଗରେ ନିଜର ଏହି 5ଟି କଥା ଶେୟାର କରିବ ନାହିଁ । ଆସନ୍ତୁ ଜଣାଇବା କଣ ସେହି 5ଟି କଥା ।

ଜୀବନର ଲକ୍ଷ :- ଆପଣ କଣ ହେବାକୁ ଚାହୁଁଛନ୍ତି,  କଣ କରିବାକୁ ଚାହୁଁଛନ୍ତି ଏହା କାହାକୁ କିଛି କହିବେ ନାହିଁ। ଆପଣଙ୍କୁ ଲାଗୁଠାଇ ପାରେକି ଆମେ ଜଣାଇଲେ ଲୋକ ମୋଟିଭେଟ କରିବେ ଓ କିଛି ନୂଆ ଆଇଡିଆ ମିଳିବ । କିନ୍ତୁ ଏହା ଭୁଲ ଅଟେ ଲୋକ କିନ୍ତୁ ଆଉ କାହାର ଭଲ ସହିପାରନ୍ତି ନହିଁ, କିନ୍ତୁ ସେ ଓଲଟା ଆପଣଙ୍କୁ ଡିମୋଟିଭେଟ କରିବେ । ଆପଣଙ୍କର ଏକାଗ୍ରତାକୁ ହଟାଇ ପାରନ୍ତି । କହିବେ ତୁ କଣ ପାଇଁ କରୁଛୁ ଏହା ତୋ ଦ୍ଵାରା ହେବ ନାହିଁ କାହିଁକି କରିବୁ ଏହିଭଳି ଆପଣଙ୍କ ଫୋକସକୁ ହଟାଇବେ ।


ବ୍ୟକ୍ତିଗତ ଜୀବନୀ :- ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ କେବେ କହିବେ ନାହିଁ। ଘରେ କଣ ହେଉଛି ଆପଣ ସ୍ଵାମୀ ସ୍ତ୍ରୀ ଭିତରେ କଣ ଚାଲିଛି କେବେ କାହାକୁ କହିବେ ନାହିଁ। ଆଲୋଚନା କରିବା ପାଇଁ ବହୁତ ଜିନିଷ ରହିଛି ଏହି ସବୁ ଜିନିଷ ଆଲୋଚନା କରିବା ଠିକ ହୋଇନଥାଏ । ଆପଣଙ୍କୁ ଲାଗୁଥିବକି ଲୋକ ଆପଣଙ୍କ କଥା ଶୁଣି ଆପଣଙ୍କ ଅସୁବିଧାକୁ ଦୂର କରିବେ କିନ୍ତୁ ଏମିତି ହୋଇନଥାଏ ଲୋକ ଆପଣଙ୍କ କଥାର ମଜାକ ଉଡାଇବା ସହ ଆପଣଙ୍କ ଅସୁବିଧାକୁ ଆହୁରି ବଢାଇ ଦେବେ ।


ନିଜର ଭଲ କର୍ମ :- ଆପଣ ଯାହା କିଛି ଜୀବନରେ ଭଲ କାମ କରିଥିଲେ ତାକୁ ଲୋକଙ୍କ ମଧ୍ୟରେ କେବେବି ଆଲୋଚନା କରନ୍ତୁ ନାହିଁ। ପ୍ରଶଂସା ନିଜ ନିଜର କରିବା ଠିକ ନୁହେଁ ଯଦି ଲୋକ ତୁମର କରିବେ ତାହା ଠିକ ହୋଇଥାଏ । ବହୁତ ଲୋକ ଏମିତି କହିଥାନ୍ତି ମୁଁ ତାକୁ ବହୁତ ସାହାର୍ଯ୍ୟ କରିଛି, ଯଦି ତାକୁ କରିନଥାନ୍ତି ସେ ହଇରାଣ ହୋଇଥାନ୍ତା । ଏହା ବହୁତ ଖରାପ କଥା ଯଦି ଜଣକୁ ସାହାର୍ଯ୍ୟ କରାଯାଏ କେବେବି  କାହା ଆଗରେ ପ୍ରକାଶ କରିବା କଥା ନୁହେଁ ।


ନିଜର ଗୁପ୍ତା କଥା :- ଜୀବନରେ ଏମିତି  କିଛି ଶିକ୍ରେଟ ଥାଏ ଯାହା ଆମେ କାହାକୁ ପ୍ରକାଶ କରିନଥାଉ । ଏମିତି କିଛି ସମୟ ଥାଏ ଆମେ ଅଜାଣତରେ କହିଦେଉଥାଉ ।  ତାପରେ ସେଇ ଲୋକକୁ ଆମେ କହିଥାଉ ଆରେ କାହାକୁ କହିବ ନାହିଁକିନ୍ତୁ ଲୋକ ସେଇ କଥାକୁ ଆଗ କହିଥାନ୍ତି । ଶେଥି ଲାଗି କଥା ହେଲା ବେଳେ ହୋସରେ ରହି କଥା ହେବେ ।


ନିଜର ଆର୍ଥିକ ସ୍ଥିତି :- ବହୁତ ଲୋକ ଥାନ୍ତି ନିଜ ଧନ ସମ୍ପତିକୁ ନେଇ ଏତେ ଖୁସି ହୋଇଥାନ୍ତିକି ତାଙ୍କର ଆର୍ଥିକ ଅବସ୍ଥା ଉପରେ ଆଲୋଚନା କରିଥାନ୍ତି । ଆଉ ବହୁତ ଦେଖେଇ ହୋଇଥାନ୍ତି, ଏମିତି କରିବା ଦ୍ଵାରା ଉପରେ ସୋ କରିଥାନ୍ତିକି ଆମେ ଭଲ ଭାବୁଛୁ କିନ୍ତୁ ଭିତରେ ବହୁତ ଜଳିଥାନ୍ତି । କେବେ ସହି ପାରନ୍ତି ନାହିଁ। ସେଥିପାଇଁ ନିଜର ଯେତେ ସମ୍ପତି ଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରିବ ନାହିଁ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *