ନିଜ ଜୀବନରେ ସଫଳତା ଚାହୁଁଥିଲେ ଏହାକୁ ନିଶ୍ଚୟ ପଢନ୍ତୁ- ମିଳିବ ସଫଳତାର ନୂଆ ବାଟ

ବହୁ ପୁରାତନ କାଳରୁ ଏହି ପ୍ରଥା ଚାଲିଆସିଛି ଯେ ଆମେ ଅନେକ ଗୁଡିଏ କାଳ୍ପନିକ ଲୋକକଥାରୁ ଜୀବନର କିଛି ମହତ୍ଵ ଶିକ୍ଷା ପାଇଥାଉ । ସେମାନଙ୍କ ମଧ୍ୟରେ ପଞ୍ଚତନ୍ତ୍ର ଅନ୍ୟତମ । ଆଜି ଆମେ ଏମିତି ଏକ କାହାଣିକୁ ଆଧାର କରି ଆପଣଙ୍କୁ ସଫଳତାର ମୂଳ ମନ୍ତ୍ର ଦେବୁ, ଯାହା ଦ୍ଵାରା ଆପଣ ଜୀବନରେ କେବେବି ଅସଫଳ ହେବେନାହିଁ । ଅନେକ ବର୍ଷ ତଳେ ଜଣେ ରାଜା ନିଜର ପଡୋଶୀ ରାଜ୍ୟକୁ ଭ୍ରମଣ କରିବାକୁ ଯାଇଥିଲେ ।

ପଡୋଶୀ ରାଜା ଅତି ଆଡମ୍ବର ଭାବେ ଅତିଥି ରାଜାଙ୍କ ଭବ୍ୟ ସ୍ଵାଗତ କଲେ । କିଛିଦିନ ସେଠାରେ ବାସ କରିବାପରେ ରାଜା ନିଜ ରାଜ୍ୟକୁ ଫେରିବାକୁ ବାହାରିଲେ, ତେଣୁ ପଡୋଶୀ ରାଜା ତାଙ୍କୁ ଦୁଇଟି ପାରା ଉପହାର ସ୍ୱରୂପ ଦେଲେ ।

·         ରାଜା ସେହି ପାରାକୁ ନେଇ ନିଜ ମହଲକୁ ଆସିଲେ । ସେହି ପାରା ମାନଙ୍କ ଦେଖାଶୁଣା ପାଇଁ ଗୋଟେ ସେବକ ମଧ୍ୟ ନିଯୁକ୍ତ କଲେ । ସେବକ ସକାଳେ ଏବଂ ସନ୍ଧ୍ୟାରେ ପାରାଙ୍କ ପାଇଁ ଦାନାପାଣିର ବ୍ୟବସ୍ଥା କରିଦିଏ । କିଛି ଦିନ ପରେ ରାଜା ସେହି ପାରାଙ୍କ ଅବସ୍ଥିତି ବିଷୟରେ ପରୀକ୍ଷଣ କରିବାକୁ ଆସିଲେ ।

·         ସେବକ ରାଜାଙ୍କୁ କହିଲା ସେଥିରୁ ଗୋଟେ ପାରା ବହୁତ ଦୂର ପର୍ଯ୍ୟନ୍ତ ଉଡୁଛି କିନ୍ତୁ ଅନ୍ୟ ପାରାଟି ଗୋଟେ ଗଛର ଡାଳରେ ବସି ରହୁଛି । ଏହାସୁଣୀ ରାଜା ବହୁତ ଦୁଃଖୀ ହେଲେକି ଅନ୍ୟ ପାରାଟି ଉଡୁନି କଣ ପାଇଁ ।

·         ରାଜା ତୁରନ୍ତ ନିଜର ମନ୍ତ୍ରୀଙ୍କୁ ଡକାଇଲେ, କିନ୍ତୁ କେହିବି ବୁଝିପାରିଲେ ନାହିଁ କି ଅନ୍ୟ ପାରାଟି କଣ ପାଇଁ ଉଡୁନି ।

·         ଏହାପରେ ଜଣେକେହି ଉପଦେଶ ଦେଲେଯେ ପକ୍ଷୀଙ୍କ ଉପରେ ଜ୍ଞାନ ଥିବା କାହାକୁ ଡାକିବା ଦରକାର । ତେଣୁ ମନ୍ତ୍ରୀମାନେ ତୁରନ୍ତ ଗୋଟେ ଗରିବ ଚାଷିକୁ ଡାକି ଆଣିଲେ ।

·         ସେ ସେହି ପାରାଟିକୁ ଭଲରେ ପରୀକ୍ଷଣ କଲା ଏବଂ ସେ ବସୁଥିବା ଡାଳକୁ କାଟିଦେଲା ।

·         ଏହାପରେ ଅନ୍ୟ ପାରାଟି ମଧ୍ୟ ଆକାଶରେ ବହୁତ ଦୂର ପର୍ଯ୍ୟନ୍ତ ଉଡିଲା । କୃଶକ ରାଜାଙ୍କୁ କହିଲା ଏହି ପାରାଟି ଏହି ଡାଳର ମୋହରେ ଫସିଯାଇଥିଲା ଓ ଉଡିବାକୁ ଭୟ କରୁଥିଲା । ଯେତେବେଳେ ସେ ଏହି ଡାଳଟିକୁ କାଟିଦେଲା ତାପାଖରେ ଉଡିବା ବ୍ୟତୀତ କୌଣସି ରାସ୍ତା ନଥିଲା ତେଣୁ ସେ ଉଡିବାକୁ ଲାଗିଲା । ଏହା ଦେଖି ରାଜା ପ୍ରସନ୍ନ ହେଲେ ଏବଂ ସେହି କୃଶକଟିକୁ ସ୍ଵର୍ଣ୍ଣ ମୁଦ୍ରା ଦେଇ ସମ୍ମାନିତ କାଲେ ।

ଏଥିରୁ କଣ ଶିଖିଲେ –

ଏଥିରୁ ଆମେ ଏହି ଶିକ୍ଷା ଗ୍ରହଣ କଲୁଯେ ଯଦି ଆମେ ରିସ୍କ ନେବାକୁ ଡରିବା ଓ ନିଜର ସହଜ କାମକୁ ନଛାଡିବା ତେବେ ଆମେ କେବେବି ସଫଳତା ପାଇ ପାରିବା ନାହିଁ ।

Leave a Reply

Your email address will not be published. Required fields are marked *