ସହରାଞ୍ଚଳ “ଉଠା ଦୋକାନୀ” ମାନଙ୍କ ନିମନ୍ତେ ସରକାର ଙ୍କ ବଡ ଘୋଷଣା, ଏତେ କୋଟି ଟଙ୍କା ମଞ୍ଜୁର କଲେ Chief Minister

ବନ୍ଧୁଗଣ, ବର୍ତମାନ କୋରୋନା ସଂକ୍ରମଣ ସାରା ଦେଶରେ ନାନା ପ୍ରକାରର ଭୟାନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗତବର୍ଷ ଏହି ସଂକ୍ରମଣ ର ପ୍ରଥମା ଲହରୀ ସାରା ବିଶ୍ଵବାସୀ ଙ୍କର ବହୁଳ ଭାବରେ ଜୀବନ ନେଇଯାଇଥିଲା । ଚଳିତ ବର୍ଷ ମଧ୍ୟ ଏହି ମହାମାରୀ ର ପ୍ରକୋପ କମିବାର ନାମ ନେଉନାହିଁ ।

କୋରୋନା ମହାମାରୀ ଯୋଗୁଁ ପରିସ୍ଥିତି ବିଗିଡିବାରୁ ସରକାର ଲକଡାଉନ ତଥା ସତ ଡାଉନ ସାରା ଦେଶ ତଥା ରାଜ୍ୟରେ କରିଚାଲିଛନ୍ତି । ମାତ୍ର ଏହି ସ୍ଥିତି ରେ ଜନତାଙ୍କ ଜୀବନଯାପନ ଉପରେ ବହୁଳ ଭାବରେ ପ୍ରଭାବ ପଡିଛି । ଯେଉଁମାନେ ଦୈନିକ ବ୍ୟବସାୟ କରି ନିଜର ପେଟ ପୋଷଣା କରୁଥିଲେ, ସେମାନେ ବର୍ତ୍ତମାନ ଅନାହାରରେ ଜୀବନ ବିତାଉଛନ୍ତି ।

ବନ୍ଧୁଗଣ ମଧ୍ୟମ ଧରଣର ଲୋକେ ତଥା ଗରିବ ଲୋକେ ମାନଙ୍କ ପାଇଁ ବହୁତ କଠିନ ପରିସ୍ଥିତି ଉପୁଜୁଛି । ବନ୍ଧୁଗଣ ଦୈନିକ ଉଠାଦୋକାନି ମାନେ ବର୍ତ୍ତମାନ ପରିସ୍ଥିତି ରେ ନିଜ ପରିବାରର ପେଟ ପୋଷିପାରୁ ନାହାନ୍ତି । ମାତ୍ର ଏ ସବୁକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ବର୍ତ୍ତମାନ ରିଲିଫ ବ୍ୟବସ୍ଥା କରିଛନ୍ତି । ବନ୍ଧୁଗଣ ସହରାଞ୍ଚଳ ଉଠା ଦୋକାନୀ ଙ୍କ ନିମନ୍ତେ କୋଭିଡ ସହାୟତା ଘୋଷଣା କରିଲେ, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ” ।

ବନ୍ଧୁଗଣ ସମୁଦାୟ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଏହା ଫଳରେ ସମୁଦାୟ ୮୭ ହଜାର ୬୫୭ ଜଣ ଉଠା ଦୋକାନୀ ଉପକୃତ ହେବେ । ବନ୍ଧୁଗଣ କୋରୋନା ସମୟରେ ଲକଡାଉନ ରେ ଉଠା ଦୋକାନୀ ବହୁତ ପ୍ରଭାବିତ ହୋଇଛନ୍ତି ।

ଏଥିପାଇଁ ସେହି ଉଠା ଦୋକାନୀ ମାନଙ୍କ ନିମନ୍ତେ ସରକାର କୋଭିଡ ସହାୟତା ଘୋଷଣା କରିଛନ୍ତି । ବନ୍ଧୁଗଣ ଯେଉଁ ଉଠା ଦୋକାନୀ ମାନେ ଅନେକ କ୍ଷତିଗ୍ରସ୍ଥ ହୋଇଛନ୍ତି ସେମାନଙ୍କର ରୋଜଗାରର ପନ୍ଥା ମୋଟ ଭାବରେ ବନ୍ଧ ହୋଇ ଯାଇଛି, ସେମାନଙ୍କ ପାଇଁ ସରକାର ଏହି ବ୍ୟବସ୍ଥା କୁ ଉପଲବ୍ଧ କରିଛନ୍ତି ଅର୍ଥାତ ରିଲିଫ ବାଣ୍ଟିବାର ଯୋଜନା କରିଛନ୍ତି । ମାତ୍ର ଏହି ସହାୟତା କିଛି ମାତ୍ରାରେ ଉଠା ଦୋକାନୀ ମାନଙ୍କୁ ସହାୟତା କରିପାରିବ । ବନ୍ଧୁଗଣ ତଥାପି ଏହା ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କ ନିମନ୍ତେ ଏକ ଆନନ୍ଦ ର ବିଷୟ ।

କାରଣ କୋଭିଡ ସମୟରେ ବାରମ୍ବାର ଅନେକ ଦିନ ଧରି ଲକଡାଉନ ତଥା ସଟଡାଉନ ଲାଗିଥିବାରୁ, ସେମାନେ ନାନା ପରିସ୍ଥିତି ର ସମ୍ମୁଖୀନ ସହିତ ଖାଇବାକୁ ମଧ୍ୟ ପାଉନାହାନ୍ତି । ବନ୍ଧୁଗଣ ଯେଉଁ ବ୍ୟବସାୟୀ ମାନେ ନୀତିଦିନ ରୋଜଗାର କରି ଆଣି ନିଜ ତଥା ନିଜ ପରିବାରର ପେଟ ପୋଷୁଥିବା ସମୟରେ ବର୍ତ୍ତମାନ ପରିସ୍ଥିତିରେ ନିଜ ପିଲା ମାନଙ୍କୁ ମଧ୍ୟ ଆହାର ମୁଠାଏ ଦେଇ ପାରୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ସରକାରଙ୍କ ଏହି ରିଲିଫ ଘୋଷଣା ବହୁଳ ଭାବରେ ଉଠା ଦୋକାନୀ ମାନଙ୍କ ସହାୟତା କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ପ୍ରସଙ୍ଗଟି ଭଲ ଲାଗିଲେ ନିଜର ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *