ସାହସୀ ଶାଳିନୀ ! ଛାତ୍ରୀ ବେଶରେ ଏମିଟି ଧରିଲେ ରାଗିଂ ଗ୍ୟାଙ୍ଗ…. ଚାରିଆଡେ ହେଉଛି ପ୍ରଶଂସା, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆଜିର ସମୟରେ ଆମ ଦେଶରେ ରାଗିଂ ପ୍ରଥା ପ୍ରାୟତ ଅନେକ କଲେଜ ମାନଙ୍କରେ ଦେଖା ଯାଉଛି । କେହି କେହି ତ ରାଗିଂ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି ଆଉ କେହି ଏହାର ପ୍ରତିବାଦ କରି ମଧ୍ୟ କିଛି ସୁଫଳ ହେଉ ନାହି । ତେବେ ଆମ ଦେଶରେ ଅନେକ କଲେଜ ଗୁଡିକରେ ରାଗିଙ୍ଗ କରାଯାଉ ଥିବାରୁ କିଛି ଛାତ୍ର ଛାତ୍ରୀ କଲେଜ ଯିବାକୁ ବି ମନା କରି ଦେଉଛନ୍ତି । ଯାହା ଫଳରେ ଯେଉଁ ଛାତ୍ର ଛାତ୍ରୀ ଆମ ଦେଶରେ ଭବିଷ୍ୟତ ହେବା କଥା ସେମାନେ ପଛରେ ରହି ଯାଉଛନ୍ତି ।

ତେବେ ଗତ କିଛି ସମୟରେ ସୋସିଆଲ ମିଡିଆରେ ରାଗିଂ ମାମଲା କୁ ନେଇ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ସବୁଠାରୁ ବଡ କଥା ହେଉଛି ରାଗିଂ କରୁଥିବା ଅଭିଯୁକ୍ତ ମାନଙ୍କୁ ଯିଏ ପ୍ରମାଣ ସହ ଧରିଚନ୍ତି ସେ ଜଣେ ଲେଡି ପୋଲିସ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ ।ବନ୍ଧୁଗଣ ମେଡିକାଲ କଲେଜର ଚାଲିଥିଲା ରାଗିଙ୍ଗ । ଛାତ୍ର ଛାତ୍ରୀଙ୍କୁ ଦିଆ ଯାଇଥିଲା ନିର୍ଯ୍ୟାତନା ।

ବାରମ୍ବାର ଅଭିଯୋଗ ବି ହେଉଥିଲା ହେଲେ ଅଭିଯୁକ୍ତ ଙ୍କୁ ଧରିବାକୁ ପ୍ରମାଣ ନ ଥିଲା । ହେଲେ ଫିଲ୍ମ ଷ୍ଟାଇଲ ରେ ରାଗିଙ୍ଗ ପ୍ରଥାର ପର୍ଦ୍ଦାଫାସ କରି ଦେଲେ ମହିଳା ପୋଲିସ ଅଧିକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋର ର ମହାତ୍ମାଗାନ୍ଧି ସ୍ମାର୍ଟ ମେଡିକାଲ କଲେଜ ରେ । କଲେଜ ରେ ରାଗିଂ ନେଇ ପୀଡିତ ଛାତ୍ରୀ ଙ୍କ ଦ୍ଵାରା ବିଶ୍ଵ ବିଦ୍ୟାଳୟର ହେଲ୍ପ ଲାଇନ ନମ୍ବର ରୁ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ କୁ ଆସିଲା ପୋଲିସ ।

ସୂଚନା ଅନୁଯାୟୀ ଛାତ୍ରୀ ବେଶରେ କଲେଜ ଭିତରକୁ ପଶିଲେ ଲେଡି ପୋଲିସ । ଗତ ୩ ମାସ ଧରି କଲେଜ କ୍ୟାନ୍ଟିନ ରେ ଉଠା ବସା କରୁଥିଲେ । ରାଗିଙ୍ଗ ଅଭିଯୁକ୍ତ ଙ୍କ ଉପରେ ରଖିଥିଲେ କଡା ନଜର । ଠିକଣା ସମୟରେ ରାଗିଂ ଅଭିଯୁକ୍ତ ଙ୍କୁ ରେଡ ହ୍ଯାଣ୍ଡ ଧରିଲେ ମହିଳା ପୋଲିସ । ଛଦ୍ମ ବେଶରେ ରାଗିଂ ଅଭିଯୁକ୍ତ ଙ୍କୁ ଧରିଥିବା ନ୍ଦୋର ର ୨୪ ବର୍ଷୀୟା ଲେଡି ପୋଲିସ ସାଲିନି ଚୌହାନ ଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ବର୍ଦି ନୁହେଁ ଏମବିବିଏସ ୟୁନିଫର୍ମ ପିନ୍ଧି କାନ୍ଧ ରେ ବ୍ୟାଗ ପକାଇ କଲେଜ ଯାଉଥିଲେ ଲେଡି ପୋଲିସ ସାଲିନି ଚୌହାନ । ଆଉ ବ୍ଳାଇଣ୍ଡ ରାଗିଙ୍ଗ ମାମଲାରେ ସେ ଅଭିଯୁକ୍ତ ଙ୍କ ପହଞ୍ଚିବା ପରେ ସଫଳ ହୋଇଥିଲେ । ପ୍ରମାଣ ଏକାଠି କରି ସାଲିନି ୧୧ ଜଣ ଛାତ୍ର ଛାତ୍ରୀ ଙ୍କ ବିରୁଦ୍ଧରେ ସେ ମାମଲା ରୁଜୁ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଲେଡି ପୋଲିସ ସାଲିନି ଙ୍କ ଏଭଳି ମହାନ କାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *