ଫାଶୀର ଠିକ ଗୋଟେ ଦିନ ପୂର୍ବରୁ ଭଗତ ସିଂହ କଣ ଲେଖିଥିଲେ ନିଜ ଶେଷ ଚିଠିରେ, ପଢିଲେ ଆଖିରେ ଲୁହ ଆସିଯିବ

୨୩ ମାର୍ଚ ଦିନ ସହିଦ- ଏ- ଆଜମ ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ହସି ହସି ଫାଶୀ ପାଇଥିଲେ । ଯେଉଁ ଦିନ ତାଙ୍କୁ ଫାଶୀ ଦିଆଯାଇଥିଲା ସେଦିନ ସେ ହସୁଥିଲେ । ମୃତ୍ୟୁ ପୂର୍ବରୁ ଦେଶ ଭକ୍ତ ମାନେ ଭଗବାନଙ୍କୁ କହିଥିଲେ ଏହି ଦେଶରେ ପୁଣି ଜନ୍ମ ହେବା ପାଇଁ । କାରଣ ଏହି ଦେଶର ସେବା ପୁଣି କରିବା ପାଇଁ ।

ଯେଉଁ ଦିନ ଭଗତ ସିଂହ ଓ ବାକି ସହିଦ ମାନଙ୍କୁ ଫାଶୀ  ଦିଆଯାଇଥିଲା ସେହି ଦିନ ଲାହୋର ଜେଲରେ ବନ୍ଦ ହୋଇଥିବା ସବୁ କଏଦୀ ମାନଙ୍କ ଆଖିରେ ଲୁହ ଆସିଯାଇଥିଲା । ଜେଲର କର୍ମଚାରୀ ଓ ଅଧିକାରୀଙ୍କ ହାତ ଥରିଥିଲା ସେହି ମାତୃଭୂମିର ସେଇ ପୁଅ ମାନଙ୍କ ଗଳାରେ ଫାଶୀ ଫନ୍ଦା ପକାଇବାକୁ ।

ଜେଲର ନିୟମ ମୁତାବିକ ଫାଶୀ ପୂର୍ବରୁ ତିନୋଟି ଦେଶ ଭକ୍ତୋଙ୍କୁ ଗାଧୋଇ ଦିଆଯାଇଥିଲା । ପୁଣି ଏମାନଙ୍କୁ ନୂଆ କପଡା ପିନ୍ଧେଇ ଜଲ୍ଲାଦ ସାମ୍ନାକୁ ଅଣାଯାଇଥିଲା । ସେ ଏହାର ଓଜନ ମାପିଥିଲେ । ମଯର କଥା ଏହା ତିଳକୀ ଫାଶୀ ଶୁଣିବା ପରେ ଭଗତ ସିଂହଙ୍କର ଓଜନ ବଢି ଯାଇଥିଲା ।

ଫାଶିର ଗୋଟେ ଦିନ ପୂର୍ବରୁ ଲେଖିଥିବା ଶେଷ ଚିଠି

ଶାସ୍ତି ସ୍ଵାଭାବିକ ଅଟେ ବଞ୍ଚିବାର ଇଛା ମୋ ଭିତରେବି ରହିବା ଉଚିତ । ମୁଁ ଏହାକୁ ଲୁଚେବାକୁ ଚାହୁଁନି, କିନ୍ତୁ ମୁଁ ଗୋଟେ ସର୍ତରେ ବଞ୍ଚି ରହିପାରିବି ବନ୍ଦୀ ହୋଇକି କିଛି ଜିନିଷରେ ବାନ୍ଧି ହୋଇ ରହିବି ନହିଁ । ମୋର ନାମ ହିନ୍ଦୁସ୍ତାନ କ୍ରାନ୍ତିର ପ୍ରତୀକ ବନିଛି । କ୍ରାନ୍ତିକାରୀ ମାନଙ୍କର ଆଦର୍ଶ ମୋତେ ବହୁତ ଉଚକୁ ଉଠାଇ ଦେଲା, ଏତେ ଉଚାଯେ ଜୀବିତ ରହିବାର ସ୍ଥିତିରେ ମୁ ଏତେ ଉଚା ହୋଇପାରି ନଥାନ୍ତି । ମୋ ହସି ହସି ଫାଶିରେ ଚଢିବାର ମୁହଁ ଦେଶର ମାତା ମାନେ ନିଜ ଛୁଆକୁ ଭଗତ ସିଂହ ଭଳି ଆଶା ରଖିବେ ।

ଏହି ଆଜାଦୀରେ କୁର୍ବାନ ଦେଉଥିବା ସଂଖ୍ୟା ଏତେ ବଢିଯିବ ଯେ କ୍ରାନ୍ତିକୁ ରୋକିବା ମୁସ୍କିଲ ହୋଇଯିବ । ଆଜିକାଲି ମୋତେ ନିଜ ଉପରେ ବହୁତ ଗର୍ବ ହେଉଛି । ଏବେତ ବଡ ଖୁସିରେ ଅନ୍ତିମ ପରୀକ୍ଷାର ଅପେକ୍ଷାରେ ଅଛି । କାମନା କରୁଛିକି ଏହା ଅତି ଶୀଘ୍ର ଆସିଯାଉ । କୁହାଯାଏକି ଭଗତ ସିଂହ ଫାଶୀ ପୂର୍ବରୁ ଭଗତ ସିଂହ ବୁଲନ୍ଦ ଆବାଜରେ ଦେଶ ନାମରେ ଗୋଟେ ସନ୍ଦେଶ ଦେଇଥିଲେ ।

ସେ ଇଙ୍କଲାବ ଜିନ୍ଦାବାଦ ନାରା ଲଗାଇ କହିଥିଲେ, ମୁଁ ଏହାକୁ ମାନିକରି ଚାଲୁଚି କି ଆପଣ  ବାସ୍ତବରେ ଏମିତି ଚାହୁଁଥିଲ । ଆପଣ ଏବେ ନିଜ ବିଷୟରେ ଭାବିବା ବନ୍ଦ କରନ୍ତୁ, ଦୃଢତା ଓ ମଜଭୁତ ସଂକଳ୍ପ ଦରକାର । କୌଣସି ମୁସ୍କିଲ ଆପଣଙ୍କ ପଥ ଭ୍ରଷ୍ଟ କରିପାରିବ ନାହିଁ । କିଛି ବିଶ୍ବାସ ଘାତକରେ ଯେମିତି ହୃଦୟ ନ ଭାଙ୍ଗେ । ପୀଡା ଓ ବଳିଦାନ ଦେଇ ଆପଣଙ୍କୁ ବିଜୟ ପ୍ରାପ୍ତି ହେବ । ଏହା ବ୍ୟକ୍ତିଗତ ଜିତ କ୍ରାନ୍ତିର ବହୁମୂଲ୍ୟ ସମ୍ପଦ ହେବ ।

ଫାଶୀ ଦେବା ପୂର୍ବରୁ ଭଗତ ସିଂହ, ରାଜଗୁରୁ ଓ ସୁଖ ଦେବଙ୍କୁ ତାଙ୍କର ଶେଷ ଇଛା ପଚରା ଯାଇଥିଲା । ତିନିଜଣ ଜାକ କହିଥିଲେ କି ଆମେ ନିଜ ନିଜ ଭିତରେ ଆଲିଙ୍ଗନ କରିବାକୁ ଚାହୁଞ୍ଚୁ । ଅନୁମତି ମିଳିଲା ପରେ ଏମାନେ ମିଶି ଆଲିଙ୍ଗନ କରିଥିଲେ । ପ୍ରଥମେ ଜଲାଦ ଏଇ ସହିଦ ମାନଙ୍କୁ ଫାଶୀ ଦେବା ପାଇଁ ମନା କରିଦେଇଥିଲା ଏହା ପରେ ଆଉ ଗୋଟେ ଜଲାଦକୁ ଡକାଯାଇଥିଲା ।

ଫାଶୀ ଦେବା ବେଳେ ତାର ହାତ ଥରୁଥିଲା । ଫାଶୀ ପରେ ଜେଲର ୱାର୍ଡେନ ବ୍ୟରେକ ଆଡକୁ ଦୌଡି ଯାଇ ବହୁତ କାନ୍ଦି ଥିଲା । ପରେ ୱାର୍ଡେନ ସ୍ଵୀକାର କରିଥିଲାକି ତାର ୩୦ ବର୍ଷର କାମରେ ଫାଶୀ ସମୟରେ ଏମିତି ଖୁସି କେବେ ଦେଖି ନଥିଲା । କୁହାଯାଏକି ଭଗତ ସିଂହ ୨୩ ମାର୍ଚ ୧୯୩୧ ର ସେଇ ସନ୍ଧ୍ୟା  ପାଇଁ ବହୁତ ଅପେକ୍ଷା କରିଥିଲେ । ଦେଶପାଇଁ ଏମିତି ସମର୍ପଣ ବିରଳ ଦେଖିବାକୁ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *