ସଜବାଜ ହୋଇ ବରଙ୍କୁ ଅପେକ୍ଷା କରିଥିଲା କନିଆଁ, କିନ୍ତୁ ଆସିଲାନି ବର… କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ନିଜର ବିବାହକୁ ନେଇ ସମସ୍ତେ ଖୁସି ଥାନ୍ତି । ଆଉ କିଛି ନିଆରା କରିବାକୁ ମଧ୍ୟ ସମସ୍ତେ ଚାହିଁ ଥାନ୍ତି । ଆଜିର ସମୟରେ ମ୍ୟାରେଜ କୁ ନେଇ ନୂଆ ନୂଆ ଟ୍ରେଣ୍ଡ ମଧ୍ୟ ବାହାରିଲାଣି । କିନ୍ତୁ ବେଳେବେଳେ ବିବାହକୁ ନେଇ ବିବାଦ ଦେଖିବାକୁ ମିଳିଥାଏ । ଏମିତି କି କିଛି କାରଣ ବଶତଃ ଥାନାରେ ମଧ୍ୟ ମାମଲା ପହଞ୍ଚି ଥାଏ । ଏମିତି ଏକ ଘଟଣା ଉତ୍ତରା ଖଣ୍ଡ ର ହଲଦୁଆନି ରେ ଦେଖିବାକୁ ମିଳିଛି ।

ସେଠାରେ କନିଆ ସଜବାଜ ହୋଇଥିବା ବେଳେ ଫୋନ କରିବା ପରେ ଜଣା ପଡିଲା ପୁଅ ର ବାପା କହିଲେ ଆମେ ବାହାଘର ତାରିଖ ଭୁଲି ଯାଇଛୁ । ସୂଚନା ଅନୁଯାୟୀ ଉତ୍ତରା ଖଣ୍ଡର ହଲାଦୁଆନି ରେ ମାର୍ଚ୍ଚ 1 ରେ ବିବାହ ତାରିଖ ଫିକ୍ସ ହୋଇଥିଲା । କନ୍ୟା ପାଖ ରୁ ସବୁ କିଛି ପ୍ରସ୍ତୁତି ବି ସରିଥିଲା । ଏମିତିକି କନ୍ୟା ସଜବାଜ ହୋଇ ବର କୁ  ଅପେକ୍ଷା କରିଥିଲା ।

ହେଲେ ବରଯାତ୍ରୀ ଅଧିକ ସମୟ ଧରି ନ ଆସିବାରୁ କନ୍ୟା ର ଭାଇ ବର ର ବାପା ଙ୍କୁ ଫୋନ କରିଥିଲେ । ଆଉ ଫୋନ ରେ ବର ବାପା କହିଥିଲେ ଆମେ ବାହାଘରର ତାରିଖ ଭୁଲି ଯାଇଛୁ । ମାର୍ଚ୍ଚ 10 ରେ ବରଯାତ୍ରୀ ନେଇକି ଆସିବୁ ବୋଲି ବର ର ବାପା କହିଲେ । ଏହା ପୂର୍ବରୁ କାର ଯୌତୁକ ଆକାର ରେ ଦେବାକୁ ପଡିବ ବୋଇ ମଧ୍ୟ କହିଥିଲେ ବର ର ବାପା ।

ତେବେ ବର ପକ୍ଷରୁ ଏମିତି ଉତ୍ତର ମିଳିବା ପରେ କନ୍ୟା ପାଖ ଥାନା ରେ ଏତାଲା ରୁଜୁ କରିଛନ୍ତି । ଦୁଇ ପରିବାର ମଧ୍ୟରେ ନିର୍ବନ୍ଧ ଗତ ବର୍ଷ ଅଗଷ୍ଟ ମାସରେ ହୋଇଥିଲା । ନିର୍ବନ୍ଧ ସମୟରେ 2023 ମାର୍ଚ 1 ତାରିଖ ରେ ବିବାହ ତାରିଖ ଧାର୍ଯ୍ୟ ବି ହୋଇଥିଲା । ବର ପକ୍ଷରୁ 150 ରୁ ଅଧିକ ଲୋକ ବରଯାତ୍ରୀ ଆସିବେ ବୋଲି କହିଥିଲେ ।

କନ୍ୟା ଙ୍କ ଭାଇ ବରଯାତ୍ରୀ ପାଇଁ ତାଙ୍କ ଖର୍ଚ୍ଚ କରି ଖାଇବା ପିଇବା ର ବ୍ୟବସ୍ଥା କରିଥିଲେ । କିନ୍ତୁ ବର ପାଖ ରୁ କାର ମାଗିଥିଲେ । ହେଲେ କନ୍ୟା ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କାର ଦେବାକୁ ମନା କରି ଦେଇଥିଲେ । ଅନ୍ୟ ପଟେ ବାହାଘର ଦିନ ବରଯାତ୍ରୀ ନ ଆସିବାରୁ କନ୍ୟା ର ଭାଇ ଫୋନ କରିବାରୁ ବର ର ବାପାଙ୍କ ମୁହଁ ରୁ ଏମିତି କିଛି ଉତ୍ତର ଶୁଣିବାକୁ ମିଳିଥିଲା ।

ଏହା ପରେ ଥାନାରେ ଏତାଲା ରୁଜୁ କରିଛନ୍ତି କନ୍ୟା ପକ୍ଷ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *