ସଜନା ସାଗ ଖାଉଛନ୍ତିକି ? ଜାଣନ୍ତୁ ଏହି ଭୟଙ୍କର କଥା !

ଆଜି ଆମେ ସଜନା ସାଗ ବିଷୟରେ ଆଲୋଚନା କରିବା । ସଜନା ସାଗକୁ ବହୁତ ଜାଗାରେ ଅନ୍ୟ ନାମରେ ମଧ୍ୟ ଜଣାଯାଏ । ଏହାର ବ୍ୟବହାର ତରକାରୀ ବନେଇବାରେ କରାଯାଏ । ଏହାର ଭଜା ବହୁତ ସ୍ଵାଦିଷ୍ଟ ହୋଇଥାଏ ଓ ଏହାର ପତ୍ର ଓ ଫଳରେ ବହୁତ ଚମତ୍କାରୀ ଫାଇଦା ଲୁଚିକି ରହିଛି ।

ଆଜି ଆମେ ସଜନା ପତ୍ରର ଫାଇଦା ବିଷୟରେ ଆଲୋଚନା କରିବା । ଏମିତି କୁହାଯାଏକି ସହେ ଗ୍ରାମ ସଜନା ପତ୍ରରେ ୫ ଗ୍ରାମ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ଏହା ସହିତ ଗୋଟେ ଲେମ୍ବୁ ତୁଳନାରେ ଅଧିକ ଭିଟାମିନ ସି ମିଳିଥାଏ । ଏହାର ପତ୍ରରେ କ୍ୟାଲସିୟମ ଓ ଭିଟାମିନ ସି ସହିତ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ, ବିଟାମିନ ବି କମପ୍ଲେକ୍ସ ଭରପୁର ମାତ୍ରାରେ ରହିଛି ।

ଏବେ ଜାଣିବା ସଜନା ପତ୍ର କେଉଁ ପ୍ରକାର ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ହଇଜା, ଝାଡାବାନ୍ତି, ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକରି ହୋଇଥାଏ । ବହୁତ ଅଧିକ ଥଣ୍ଡା ହୋଇଥିଲେ ଏହାର ପତ୍ର ଓ ଫଳକୁ ପାଣିରେ ଫୁଟାଇ ଏହାର ବାମ୍ଫ ନେବା ଦ୍ଵାରା ଆପଣଙ୍କର ବନ୍ଦ ହୋଇଥିବା ନାକ ଖୋଲିଥାଏ ଏହା ସହିତ ଶରୀରର ବଥା ମଧ୍ୟା କମ ହୋଇଥାଏ ।

ଏହାକୁ ନିୟମିତ ରୂପରେ ଖାଇବା ଦ୍ଵାରା ଏନିମିଆ ମାନେ ରକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁ ପୋଷଣକୁ ଦୂର କରିଥାଏ ଏବଂ ଭଲ ପୋଷାକ ତତ୍ଵ ଦେଇଥାଏ । ଏହା ସେବନ କରିବା ଦ୍ଵାରା ଗର୍ଭବତୀ ମହିଳା ଏବଂ ସ୍ତନପାନ କରୁଥିବା ମା ମାନଙ୍କର ଦେହ ଠିକ ରହିଥାଏ । ଏହା ସମଗ୍ର ସ୍ଵାସ୍ଥ୍ୟର ସୁଧାର କରିଥାଏ ତଥା ପୋଷଣ ଓ ଊର୍ଜା ଦେଇଥାଏ । ଏହା ପ୍ରୋଟିନ ଓ ଭିଟାମିନରେ ଭରପୁର ଅଟେ । ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

ଏଥିରେ ଭର ପୁର ଫାଇବାର ମିଳିଥାଏ ଯାହା ଆମ ପାଚନ ତନ୍ତ୍ରକୁ ଠିକ ରଖିଥାଏ । ଏହା ଦ୍ଵାରା ପେଟ ସମବନ୍ଧୁଇତ ସବୁ ସମସ୍ୟା ଦୂର ହୋଇଥାଏ । ଏଥିରେ ଅଧିକ କ୍ୟାଲସିୟମ ଥିବାରୁ ହାଡକୁ ମଧ୍ୟ ମଜଭୁତ କରିଥାଏ । ଏହା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବଢାଇ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *