ସକାଳୁ କେବଳ ୧ ଚାମଚ, ପଣି ଭଳି ପେଟ ସଫା ହୋଇଯିବ- Relieve from Constipation

ଆପଣ ମାନେ ସମସ୍ତେ ଏହା ଦେଖିବାକୁ ପାଇଥିବେ ଯେ ଆଜିକା ସମୟରେ ପ୍ରାୟତଃ ଲୋକଙ୍କୁ ପେଟ ସମସ୍ୟା ହୋଇଥାଏ ତେବେ ଏହାର ମୁଖ୍ୟ କାରଣ ଆମ ଖରାପ ଖାଦ୍ୟ ପ୍ରଣାଳୀ ଅଟେ କିନ୍ତୁ କେହି ତାକୁ ବଦଳିବାକୁ ଇଛା କରନ୍ତି ନାହିନ ଖାଇବା ଜିନିଷ ସବୁବେଳେ ଲୋକଙ୍କୁ ସୁଆଦିଆ ଦରକାର ହୋଇଥାଏ ତାହା ଶରୀର ପାଇଁ କେତେ ହାନିକାରକ ତାହା କେହି ବୁଝିବାକୁ ପସନ୍ଦ କରନ୍ତି ନହିଁ ।

ତେବେ ବହୁତ ଲୋକଙ୍କୁ ବହୁତ ବହୁତ ଦିନ ଧରି ମଳ ତ୍ୟାଗ ହୋଇ ନଥାଏ ଯାହା ଦ୍ଵାରା ତାଙ୍କ ପେଟରେ ସବୁ ଖାଦ୍ୟ ସଡିବାକୁ ଲାଗିଥାଏ ଆଉ ଆମ ପେଟରେ ଭୟଙ୍କର ରୋଗ ସୃଷ୍ଟି ହୋଇଥାଏ ତେବେ ମାଳ ତ୍ୟାଗ କରିବାର ଆଉ ପେଟ ସଫା କରିବାର ଆମ ପାଖରେ ଗୋଟେ ରାମବାଣ ଚିକିତ୍ସା ଅଛି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଘରୋଇ ଉପଚାର ଅଟେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଜମା ବି ଖରାପ ହବ ନାହିଁ ।

ତେବେ ଖାଦ୍ୟ ପେଟରେ ସଡିବା ଆରମ୍ଭ ହେଲେ ଆପଣଙ୍କୁ ଏସିଡିଟି, ଗ୍ୟାସ ଆଉ ଅଲସର ଭଳି ସମସ୍ୟା ବହୁତ ଶୀଘ୍ର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ପେଟରେ ଖାଦ୍ୟ କେବେ ସଡିବାକୁ ଦିଅନ୍ତୁ ନାହିଁ ଗୋଟେ ଦିନରୁ ଦୁଇ ଦିନ ମାଳ ତ୍ୟାଗ ଭଲ ଭାବରେ ନହେଲେ ଆପଣ ଏହି ଉପଚାର କରିକି ଦେଖନ୍ତୁ ଦେଖିବେ ଆପଣଙ୍କୁ ବହୁତ ହାଲ୍କା ଅନୁଭବ ହବ ଆଉ ଆପଣଙ୍କ ପେଟ ସମସ୍ୟା ସବୁ ଦୂର ହୋଇଯିବ ।

ଆପଣଙ୍କୁ ଗୋଟେ ଗ୍ଳାସ ପାଣି ଗରମ ହବାକୁ ରଖିବାକୁ ହବ ତା ପରେ ସେଥିରେ ଗୋଟେ ଚାମଚ ଜୁଆଣୀ ପକାନ୍ତୁ, ଜୁଆଣୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଜିନିଷ ଅଟେ ଏହାକୁ ସବୁବେଳେ ଘରେ ରଖନ୍ତୁ ଯଦି ଆପଣଙ୍କୁ ପେଟରେ କିଛି ଭଲ ଲାଗୁ ନାହିଁ ତେବେ ଆପଣ ଜୁଆଣୀ ଆଉ ଟିକେ ଲୁଣ ପକାଇ ସେବନ କରି ପାରିବେ ଯାହା ଦ୍ଵାରା ଆପଣଙ୍କ ପେଟ ଭଲ ଲାଗିବ । ଆପଣଙ୍କୁ ଜୁଆଣୀ ପରେ ଗୁଡ ପକାଇବାକୁ ହବ ଯାହା ଆପଣଙ୍କ ପେଟ ଥଣ୍ଡା ରଖିବାରେ ସାହାଜ୍ଯ କରିଥାଏ ।

ଏହା ପରେ ଆପଣ ସେଥିରେ ଗୋଟେ ଚାମଚ ଚା ପତି ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ଦେଖିବେ ବହୁତ ଭଲ ମିଶ୍ରଣ ତିଆରି ହବ ଏବେ ଏହାକୁ ଆପଣ ସକାଳେ ମାଳ ତ୍ୟାଗ ଆଗରୁ ସେବନ କରି ପାରିବେ ଯାହା ଦ୍ଵାରା ଆପଣଙ୍କ ପେଟ ସଫା ହୋଇଯିବ । ଆପଣଙ୍କୁ ଇଛା ହେଲେ ଆପଣ କ୍ଷୀର ମିଶାଇ ପାରିବେ ଆପଣଙ୍କ ଇଛା ଉପରେ ନିର୍ଭର କରିଥାଏ ।

Leave a Reply

Your email address will not be published. Required fields are marked *