ସକାଳେ କେମିତି ପେଟ ସଫା ହେବ ତାର ଘରୋଇ ଉପଚାର- Acharya Balkrishna

ଆପଣ ମାନେ ପ୍ରତିଦିନ ଝାଡା ଯାଉଛନ୍ତି କିନ୍ତୁ ଆପଣଙ୍କ ପେଟ  ସଫା ହେଉନି । ଯଦି ଆପଣ ଏହି ସମସ୍ୟାର ଆପଣ ଆକ୍ରାନ୍ତ ହେଉଛନ୍ତି ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଏଥିରେ ଆମେ ଆପଣଙ୍କୁ କିଛି ଏହାର କାରଣ ଓ ଉପାୟ ବତେଇବୁ । ଆପଣ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ତାପରେ ମଧ୍ୟ ଆପଣଙ୍କ ପେଟ ସଫା ହେଉନି । ଏଥିଲାଗି ଆପଣ ବହୁତ ମେଡ଼ିସିନ ମଧ୍ୟ ଖାଇ ସାରିଲେଣି ତାପରେବୀ କିଛି ପ୍ରଭାବ ପଡୁନି ।

ତାପରେ ମଧ୍ୟ ଆପଣ ସେମିତି ଭୋଗୁଛନ୍ତି, ଆପଣ ଯଦି ଏହି କଥା କୁ ମାନିବେ ତାହେଲେ ୯୦ ଦିନ ଭିତରେ ଆପଣଙ୍କର ଏହି ସମସ୍ୟା ଦୂର ହେବା ଆରମ୍ଭ ହୋଇଯିବ । ଯେତେବେଳେ ଝାଡା ଜୀବ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଯିବ । ଆସନ୍ତୁ ଜାଣିବା ଏହାର କାରଣ, ଲକ୍ଷଣ ଓ ଚିକିତ୍ସା । ପ୍ରଥମେ ଆମେ ଆଲୋଚନା କରିବା ଏହାର କାରଣ ।

ଆପଣ ଯେତେବେଳେ ଝାଡା ଯାଉଛନ୍ତି କାହିଁକି ଆପଣଙ୍କ ପେଟ ସଫା ହେଉନି । ଏହାର କଣ, ଏହାର କାରଣ କିଛି ନହିଁ ଏହା ହୋଇଥାଏ କେବଳ ଆମର ଅବହେଳା ପାଇଁ । ଆପଣ ବହୁତ ତେଲ ଓ ଅଧିକ ମଶାଲ ଦାର ଜିନିଷ, ଫାଷ୍ଟ ଫୁଡ ଖାଇଲେ ମଧ୍ୟ ଏହାର ବହୁତ ବଡ ପ୍ରଭାବ ପଡିଥାଏ । ଏହି ସବୁ କାରଣ ହୋଇଥାଏ ପେଟସଫା ନହେବାର । ଏହି ସବୁ ଫାଷ୍ଟ ଫୁଡ ଖାଦ୍ଯରେ ଯାହା ସବୁ ବ୍ୟବହାର କରାଯାଉଛି ସେ ସବୁ ସ୍ଵାସ୍ଥ୍ୟକର ହୋଇନଥାଏ । ପେଟ ସଫା କରିବାର ଆଉ ଗୋଟେ କାରଣ ହେଉଛି ସ୍ମୋକିଙ୍ଗ ଓ ଡ୍ରିଙ୍କ କରିବା, ଯଦି ଏହୁସବୁ ଅଭ୍ୟାସ ଥାଏ ଆପଣମାନଙ୍କର କେବେବି ପେଟ ସଫା ହେବନି ।

ଏହାର ଲକ୍ଷଣ ହେଉଛି ପେଟ ସଫା ନହେବ, ପେଟରେ ଗ୍ଯାସ ରହି ପେଟ ଫୁଲି ରହିବ, କିଛିବି ଭଲ ଲାଗିବାନି । ଚିଡ ଚିଡ ଲାଗିବ ଆପଣଙ୍କୁ ଦିନସାରା କିଛିବି ଭଲ ଲାଗିବ ନହିଁ । ଯଦି ଆପଣ ଏଥିରେ ସତର୍କତା ଅବଲମ୍ବନ କରିବେ ନହିଁ ଏଥିରେ ଆପଣଙ୍କର ଅର୍ଶ ହେବାର ଆଶଙ୍କା ଥାଏ । ଯଦି ଏହି ଅର୍ଶ ଥରେ ହୁଏ ଏହା ଠିକ ହେବା ପାଇଁ ବହୁତ ଦିନ ଲାଗିଯିବ । ଯଦି ଆପଣଙ୍କ ଶରୀରରେ ବାତ, ପିତ, କଫ ଠିକ ରହିବା ନହିଁ ଆପଣଙ୍କ ପେଟ କେବେବି ସଫା ହେବନି ।

ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ଗୋଟେ ଲିଟର ପାଣି ପିଅନ୍ତୁ ମାନେ ଚାରି ଗ୍ଲାସ । ଉଠିଲା ପରେ ସେହି ଯେଉଁ ଲାଳ ସବୁ ପାଟିରେ ଥିବ ତାକୁ କେବେବି ବାହାର କରିବେଣୀ ସେହି ଲାଳ ସହିତ ଚାରି ଗ୍ଳାସ ପଣି ପିଇବେ । ପାଣି ଥଣ୍ଡା ଯଦି ଅଛି ପାଣିକୁ ଟିକେ ଉଷୁମ କରି ପିଅନ୍ତୁ ଏହା ଦେଶ ପାଇଁ ବହୁତ ଭଲ । ଯେତେବେଳେ ଖାଦ୍ୟ ଖାଉଛନ୍ତି ଖାଇବାର ଗୋଟିଏ ଘଣ୍ଟା ପୂର୍ବରୁ ଖାଇସାରିବାର ଗୋଟେ ଘଣ୍ଟା ପରେ ପାଣି ପିଇବେ । ମଝିରେ କେବେବି ପାଣି ପିଇବେ ନହିଁ । ଆସନ୍ତୁ ଜାଣିବା ଚିକିତ୍ସା ବିଷୟରେ ରାତିରେ ଖାଇ ସାରିବା ପରେ ଆପଣ ଯଦି କ୍ଷୀର ପିଉଛନ୍ତି ସେଥିରେ ତ୍ରିଫଳାର ଗୁଣ୍ଡ ଗୋଟିଏ ଚାମଚ ମିଶାଇ ପିଅନ୍ତୁ ।

ତ୍ରିଫଳା ମାନେ ଅଁଳା, ବହାଡା, ହରିଡା ଏହି ତିନୋଟି ଜିନିଷ କୁ ପାଉଡର ବନେଇ ତାର ଚୁରନ କ୍ଷୀର ମିଶାଇ  ପିଅନ୍ତୁ । ଗୋଟେ ଗ୍ଲାସରେ କିଛି ଦେଶୀ ଘିଅ ମିଶାଇ ଭଲସେ ଗୋଳାଇ ପିଅନ୍ତୁ ଏହାକୁ ରାତିରେ ଖାଇ ସାରିବା ପରେ କରିବେ ।  ଏହି ପ୍ରୋସେସକୁ ଆପଣ ନବେଦିନ ପର୍ଯ୍ୟନ୍ତ କରିବେ, ଏହି ଦୁଇଟି ଭିତରୁ ଗୋଟେ କାଲେ ଚାଲିବ । କିନ୍ତୁ ଏହି ଶେଷ ଉପାୟଟି ନିଶ୍ଚିତ ରୂପରେ କରିବାକୁ ପଡିବ । ସେଟା ହେଲା ଦିନରେ ରାତିରେ ଯେତେବେଳେବି ଖାଇ ସାରିଲା ପରେ ଜୁଆଣୀ ସହିତ କଳା ଲୁଣ ଅଳ୍ପ ମିଶାଇକି ଚୋବାଇ ଚୋବାଇ ଖାଇବେ । ଜୁଆଣିର ପରିମାଣ ଅଧା ଚାମଚ ନିଅନ୍ତୁ ଓ ସ୍ଵାଦ ହିସାବରେ ଲୁଣ ନିଅନ୍ତୁ । ସବୁବେଳେ ଖାଇବାର ଶେଷରେ ଖାଇବେ ।

Leave a Reply

Your email address will not be published. Required fields are marked *