ସକାଳୁ ଉଠି ଏହି କାମ କରିଲେ ଆସେ ନାହିଁ ଦାରିଦ୍ର୍ୟତା- Shiva Puran

ବାସ୍ତୁ ଶାସ୍ତ୍ରର ମଣିଷ ଜୀବନରେ ବିଶେଷ ମହତ୍ଵ ରହିଛି । ଯଦି ଆପଣଙ୍କ ଭାଗ୍ୟର ତାଲା ଖୋଲିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ କୁହା ଯାଇଛି ଯାହା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ବ୍ୟକ୍ତି ସକାଳେ ଉଠିବା ପରେ ଅନେକ କାମ ଦିନ ତମାମ କରିଥାଏ । ଯାହାର ପ୍ରଭାବ ଭଲ ଓ ଖରାପ ଭାବେ ବ୍ୟକ୍ତି ଜୀବନରେ ପଡିଥାଏ । କିନ୍ତୁ ଏମିତି କିଛି କାମ ରହିଛି ଯାହା ସକାଳେ ଉଠିବା ପରେ କରିଲେ ବ୍ୟକ୍ତି ଜୀବରେ ଦୁଖ ଦରିଦ୍ରତା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ଭଲ କାମ ଗୁଡିକ କଣ ରହିଛି ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠିବା ପ୍ରଥମେ ହାତର ପାପୁଲି ଦର୍ଶନ କରିବା ଉଚିତ । ଏହା ପରେ ଗୋଡ ତଳେ ରଖିବା ପୂର୍ବରୁ ପଡ଼ୁଥିବା ମା ଙ୍କୁ କ୍ଷମା ଯାଚନା କରିବା ଉଚିତ । କାରଣ ଶାସ୍ତ୍ର ଅନୁସାରେ ପୃଥିବୀକୁ ମା ର ମାନ୍ୟତା ଦିଆ ଯାଇଅଛି । ଏପରି କରିବା ଦ୍ଵାରା ବାସ୍ତୁ ଦୋଷ ଦୂର ହେବା ସହ ଶରୀରରେ ସାକାରାତ୍ମକ ଊର୍ଜାର ଜାଗୃତି ହୋଇଥାଏ ।

୨- ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠିବା ପରେ ସ୍ନାନ କରିବା ସମୟରେ ସମସ୍ତ ପବିତ୍ର ତୀର୍ଥ ସ୍ଥାନ ଓ ନଦୀର ନାମ ସ୍ମରଣ କରିବା ଉଚିତ । ଏପରି କରିବା ଦ୍ଵାରା ପୂଣ୍ୟ ମିଳିଥାଏ । ଯଦି ସମ୍ଭବ ହୁଏ ତେବେ ପ୍ରତି ଦିନ ସ୍ନାନ କରିବା ସମୟରେ ଗଙ୍ଗାଜଳ ପାଣିରେ ମିଶାଇ ସନା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ସ୍ନାନ କରିବା ପରେ ତମ୍ବା ପାତ୍ର ରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ । ଏପରି କରିବା ଦ୍ଵାରା ମନରେ ଶାନ୍ତ ଭାବ ଆସିଥାଏ ।

୩- ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ସହ ଠାକୁରଙ୍କ ପୂଜା ରୀତି ନୀତି ଅନୁସାରେ କରିବା ଉଚିତ । ଏପରି କରିବା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ଆସିବା ସହ ଧନର ଆଗମନ ହୋଇଥାଏ । ପ୍ରତି ଦିନ ଗାଈକୁ ଗୋଟିଏ ରୋଟି ଖାଇବାକୁ ଦେଲେ ପୂଣ୍ୟ ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ଵାରା ଘରେ ଧନର ଅଭାବ ରହିବ ନାହି ।

୪- ପ୍ରତେକ ବ୍ୟକ୍ତି ସକାଳୁ ନିଜର କାମରେ ଘରୁ ବାହାରି ଥାନ୍ତି । କେହି ନିଜର ବ୍ୟବସାୟ କୁ ଯାଇଥାନ୍ତି ତ ଆଉ କେହି ନିଜର ଅଫିସ ଯାଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ମାତା ପିତା ବା ଘର ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ଉଚିତ । ଏହା ପରେ ଦେବିଦେବତା ଙ୍କ ଧ୍ୟାନ କରିବା ଉଚିତ । ପିଲା ମାନେ ମଧ୍ୟ ଏପରି କରିବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ବ୍ୟକ୍ତି ଏହି ସବୁ ନିୟମର ପାଳନ କରିଲେ ଦରିଦ୍ରତା ଦୂର ହୋଇ ସୁଖ ଶାନ୍ତିର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *