ଜୀବନରେ ଅଭାବ ଅସୁବିଧା ଦୂର କରି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ କିଛି ବାସ୍ତୁ ଉପାୟ ପାଳନ କରିବା ନିତାନ୍ତ ଆବଶ୍ୟକ ଅଟେ । ୧- ବ୍ରହ୍ମ ମୁହୂର୍ତ୍ତରେ ଯଦି ଚନ୍ଦ୍ରଙ୍କର ଦର୍ଶନ ହୁଏ ତେବେ ବହୁତ ଶୁଭ ହୋଇଥାଏ ଓ ଈଶ୍ବରଙ୍କ କୃପା ଲାଭ ହୋଇଥାଏ । ୨- ସୋମବାରରେ ଶିବଲିଙ୍ଗ ଉପରେ କ୍ଷୀର ବା ଜଳ ଚଢାଇବା ସହ ତାଙ୍କର ପ୍ରିୟ ବସ୍ତୁରେ ପୂଜା କରିବା ଦ୍ଵାରା ଜୀବନରେ ଆସୁଥିବା ସଙ୍କଟ ଦୂର ହୋଇଥାଏ ।
୩- ସୂର୍ଯ୍ୟ ଉଦୟ ପରେ ଘରେ ଝାଡୁ ମାରିଲେ ଶୁଭ ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଝାଡୁ ମାରିଲେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।
୪- କୌଣସି ଶୁଭ ମୂହୁର୍ତ୍ତରେ ଝାଡୁ ଦାନ କରିଲେ ଶୁଭ ହୋଇଥାଏ । ଅତିଥି ଯିବା ପରେ ଝାଡୁ ମାରିବା ଅନୁଚିତ ହୋଇଥାଏ ।
୫- ଛାତ ଉପରେ ଚଢେଇ ମାନେ ଏକତ୍ରିତ ହୁଅନ୍ତି ତେବେ ଶୁଭ ସଂକେତ ହେବା ସହ ଘରେ ଶୁଭ କାର୍ଯ୍ୟ ହେବାର ସଙ୍କେତ ପ୍ରଦାନ କରିଥାଏ ।
୬- ଚଢେଇ ଘରେ ବସା ବାନ୍ଧିଲେ ଖୁସିର ପରିବେଶ ଦ୍ରୁଷ୍ଟି ହୋଇଥାଏ । କୌଣସି କାର୍ଯ୍ୟ ସମୟରେ ମୟୁର ଦେଖିଲେ ଶୁଭ ହେବା ସହ କାର୍ଯ୍ୟ ସଫଳ ହୋଇଥାଏ ।
୭- ଧଳା ପେଚା ଦେଖିବା ଶୁଭ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବାର ପ୍ରତୀକ ହୋଇଥାଏ । ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ପାଣି ଭର୍ତ୍ତି କରି ରଖିଲେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୮- ରୁଟି କରିବା ପରେ ଗାଈ ବା କୁକୁର ପାଇଁ ରଖିଲେ ଶୁଭ ହୋଇଥାଏ । ଅଟା ଦଳିବା ସମୟରେ ଲୁଣ ସହ ଘିଅ, ଚିନି ମିଶାଇଲେ ଶୁଭ ହେବା ସହ ଗ୍ରହ ଦୋଷ ଦୂର ହୋଇଥାଏ ।
୯- ରୋଷେଇ କରିବା ପୂର୍ବରୁ ଶୁଦ୍ଧ ହେବା ଉଚିତ । ଏହାଦ୍ବାରା ଅର୍ଣ୍ଣର ଅଭାବ ହୁଏ ନାହିଁ । ରୋଷେଇ ଘରେ ରୋଷେଇ କରିବା ସମୟରେ ମୁହଁରୁ ଖରାପ ଶବ୍ଦ ବାହାର କରିବା ଅନୁଚିତ ।
୧୦- ସନ୍ଧ୍ୟା ପରେ ଦହି, କ୍ଷୀର, ଲୁଣ ଦାନ କରିବା ଅନୁଚିତ । ଏହାଦ୍ବାରା ଘରେ ଅଭାବ ଦେଖାଦିଏ । ବଳି ପଡିଥିବା ବାସୀ ଖାଦ୍ୟ ଦାନ କରିଲେ ଅଶୁଭ ହୋଇଥାଏ ।
୧୧- ରୋଷେଇ ଘରେ ବ୍ୟବହାର ହେଉଥିବା ବେଲଣା କାଠି କାହାକୁ ଉଧାର ନେବା ଅନୁଚିତ । ଏହା ଅଶୁଭ ହୋଇଥାଏ । ସୂର୍ଯ୍ୟାସ୍ତ ପରେ କାହାକୁ ପଇସା ଉଧାର ଦେବା ଅନୁଚିତ କିମ୍ବା ସ୍ତ୍ରୀ ସଞ୍ଚିତ ରଖିଥିବା ପଇସା ଉଧାର ଦେବା ଅନୁଚିତ । ଏହାଦ୍ବାରା ଅସାନ୍ତି ଦେଖାଦିଏ ।
୧୨- ପିଲାଙ୍କ ପଢିବା ଘରେ ମା ସରସ୍ଵତୀଙ୍କ ଫୋଟୋ ଲଗାଇଲେ ସେମାନଙ୍କ ମନ ସ୍ଥିର ହେବା ସହ ପଢାରେ ଆଗ୍ରହ ଆସିଥାଏ ।
୧୩- ବିବାହିତ ଦମ୍ପତିଙ୍କ ଘରେ ରାଧା କୃଷ୍ଣଙ୍କ ଫୋଟୋ ଲଗାଇଲେ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହୋଇଥାଏ ।
୧୪- ସକାଳୁ ଉଠି ନିଜ ମୁହଁ ଦେଖିବା ଅନୁଚିତ । ଏହା ସାରା ଦିନ ନେଗେଟିଭ ପ୍ରଭାବ ପକାଇଥାଏ । ସକାଳୁ ଉଠିବା ପରେ ହାତ ପାପୁଲି ଦେଖିଲେ ଦିନ ସାରା ପଜେଟିଭ ପ୍ରଭାବ ପଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।