ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଏ ଦୁନିଆରେ ଆମେ ଅଧିକ କାହା ସହ ଯୋଡି ହୋଇ ରହିଛୁ । କିଛି କ୍ଷେତ୍ର ରେ କୁହାଯାଏ ଆମେ ଆମର ଜନ୍ମ କରିଥିବା ମାତା ପିତାଙ୍କ ସହ ଯୋଡି ହୋଇ ରହିଛୁ । ଆଉ କିଛି କ୍ଷେତ୍ର ରେ ମିତ୍ରା ମାନଙ୍କ ସହ ତ ଜୀବନ ସାଥିଙ୍କ ସହ ତ ସନ୍ତାନ ମାନଙ୍କ ସହ । କିନ୍ତୁ ଏହା ବାସ୍ତବରେ ସତ୍ୟ ନୁହେଁ । ଯଦି ଆମେ ଏ ସଂସାର ରେ କାହା ସହ ଅଧିକ ଯୋଡି ହୋଇ ରହିଛୁ ତାହା ହେଉଛି ସମୟ ବୋଲି ଭଗବାନ କୃଷ୍ଣ କହିଛନ୍ତି ।

ସମୟ ଆମର ବର୍ତ୍ତମାନ । ଅତୀତ ଓ ଭବିଷ୍ୟତ ନିର୍ଧାରିତ କରିଥାଏ । ମଣିଷ ନିଜ ଜୀବନରେ ବହୁ ମୂଲ୍ୟ ସମ୍ପତି ସମୟ କୁ ନଷ୍ଟ କରିବାରେ ଲାଗିଥାଏ । ଯାହାର ଆମ ଜୀବନରେ ଅଧିକ ମହତ୍ଵ ରହିଛି ତାହା ହେଉଛି ସମୟ ଯାହାର ମୂଲ୍ୟ କେହି ବୁଝି ପାରନ୍ତି ନାହି । କେହି ନିଜର ଭବିଷ୍ୟତ ପାଇଁ ଉଚ୍ଚ ସ୍ଵପ୍ନ ଦେଖିଥାଏ ତ ଆଉ କେହି ଅତୀତ ରେ ଯାହା ସବୁ ଘଟି ଯାଇଛି ତା ବିଷୟରେ ଚିନ୍ତା ରେ ରହିଥାଏ ।
କିନ୍ତୁ ବାସ୍ତବ କଥା ହେଉଛି ବିତି ଯାଇଥିଲା ସମୟ କେବେ ବି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ ନାହି । ବରଂ ଅଧିକ ଦୁଖ କଷ୍ଟ ଦେଇଥାଏ ଆମ ଜୀବନର ଘଟିଥିବା ଅତୀତ ର ଘଟଣା । ଯଦି ମଣିଷ ନିଜର ଭବିଷ୍ୟତ ବିଷୟରେ ଚିନ୍ତା କରି ବର୍ତ୍ତମାନ ନଷ୍ଟ କରିଥାଏ ତେବେ ଆପଣଙ୍କ ଭବିଷ୍ୟତ ମଧ୍ୟ ଅତୀତ ସହ ସମା ହୋଇଯିବ ।

ତେଣୁ ଅତୀତ କି ଭବିଷ୍ୟତ କଥା ନ ଭାବି ଆଜି ଯାହା ଆପଣଙ୍କ ପାଖରେ ଅଛି କିମ୍ବା ଆଜି ଆପଣଙ୍କ ପାଖରେ ଯିଏ ଆପଣଙ୍କ ସହ ଛିଡା ହୋଇଛି ସେହି ବିଷୟାରେ ଚିନ୍ତା କରନ୍ତୁ । ଆଜିର ସମୟକୁ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ଅତୀତ ଓ ଭବିଷ୍ୟତ ସମୟ କ୍ରମେ ଉତ୍ତମ ହୋଇଯିବ ବୋଲି ଭଗବାନ କୃଷ୍ଣ କହିଛନ୍ତି ।
ମଣିଷ ନିଜ ଜୀବନରେ ପଛକୁ ନ ଫେରି ସର୍ବଦା ଆଗକୁ ବଢିବା ଉଚିତ । ଯାହା ଦ୍ଵାରା ଜୀବନରେ ବଡ ସଫଳତା ହାସଲ କରି ପାରିବ । ଅତୀତ ରେ ଯାହା ହୋଇ ଯାଇଛି ତାହା ବିଷୟରେ ନ ଭାବି ସର୍ବଦା ନିଜର ଆଜି ବିଷୟରେ ଭାବିବା ଉଚିତ । ଭବିଷ୍ୟତ ରେ କଣ ହେବ କଣ ନାହି ତାହା କେହି ଜାଣି ନାହାନ୍ତି ।

ତେଣୁ ଅଯଥା ରେ ଭବିଷ୍ୟତ ବିଷୟରେ ନ ଭାବି ସମୟ ନଷ୍ଟ କରିବା ଉଚିତ ନୁହେଁ । କାରଣ ଆଜି ଯେଉଁ ସମୟ ଅଛି ତାହା କାଲି କି ନ ଥିବ । ଆଜି ଆପଣଙ୍କ ପାଖରେ ଯାହା ଅଛି ତାହା କାଲି ନ ଥିବ । ତେଣୁ ସମୟର ମୂଲ୍ୟ ବୁଝନ୍ତୁ ଓ ଏହାର ସଠିକ ଉପୋଯୋଗ କରିବା ଉଚିତ ବୋଲି ଭଗବାନ କୃଷ୍ଣ କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
