ସମୟରେ ପିରିୟଡ୍ସ ନହେବା ପିସିଓଡି ଲକ୍ଷଣ ? Dr. Lipika Moharana

ମହିଳାଙ୍କ ଜୀବନରେ ମାସିକ ଡ଼ିଏଚଆରଏମ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ, ତେବେ ୧୧ରୁ ୧୨ ବର୍ଷ ଠାରୁ ମାସିକ ଡ଼ିଏଚଆରଏମ ଆରମ୍ଭ ହୋଇଥାଏ ଆଉ ୪୫ରୁ ୫୦ ବର୍ଷ ବୟସରେ ଏହା ସମାପ୍ତ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଆଜିକା ସମୟରେ ଖାଦ୍ଯ ଆଉ ଆମ ଜୀବନ ଶୈଳୀ ପାଇଁ ଆମ ଶରୀରକୁ ହଜାର ହଜାର ପ୍ରକାର ରୋଗ ହେଉଛି ଆଉ ଏହାର ମୁଖ୍ୟ କାରଣ ଆମେ ନିଜେ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦଉ ନାହୁଁ । ଆପଣ ମାନେ ପ୍ରାୟଠ ମହିଳାଙ୍କ ଠାରୁ ଏହା ଶୁଣିବାକୁ ପାଉଥିବେ ଯେ ମତେ ପିସିଓଡି ସମସ୍ୟା ଅଛି । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ପିସିଓଡି କଣ ଓ ଏହା କେମିତି ହୋଇଥାଏ ।

ଡକ୍ଟର ମାନଙ୍କ କହିବା ଅନୁଯାଇ ଆଜିକା ସମୟରେ ଲୋକଙ୍କ ଅନିଦ୍ରା ରହିବା ରାତି ରାତି ମୋବାଇଲ ବା ଲାପଟପ ଦେଖିବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହବାର ମୁଖ୍ୟ କାରଣ ଅଟେ । ଏହା ଛଡା ବର୍ତମାନ ସମୟରେ ଆପଣ ନିଜେ ଦେଖନ୍ତୁ ପ୍ରାୟଠ ସମସ୍ତେ ଚାକିରି କରୁଛନ୍ତି କାହାକୁ ସମୟ ନାହିନ ଯେ ସେ ଘର ରନ୍ଧା ରୋଷେଇ ଖାନ୍ତୁ ପ୍ରାୟତଃ ସମସ୍ତେ ବାହାର ଜିନିଷ ସେବନ କଲେ ବାହାରେ କେତେ ସଫା ଆଉ କେତେ ଭଲ ତେଲରେ ରୋଷେଇ ହୋଇଥାଏ ତାହା ସମସ୍ତେ ଜାଣିଛନ୍ତି ତଥାପି ଏହି ଭଳି ଖାଦ୍ୟ ସେବନ କରିଥାନ୍ତି ।

ଏହି ସବୁ ଖାଦ୍ଯ ଦ୍ଵାରା ଆମ ପାଚନ କ୍ରିୟା ଖରାପ ହୋଇଥାଏ ଆଉ ହଜମ କରିବା ପାଇଁ ଶରୀରକୁ ଅଧିକ କଷ୍ଟ କରିବାକୁ ପଡିଥାଏ ଯାହା ଫଳ ସ୍ୱରୂପ ତାଙ୍କ ହରମୋନ ଭଲ ଭାବରେ କାମ କରିବା ବନ୍ଦ କରିଥାନ୍ତି ଆଉ ପିସିଓଡି ସମସ୍ୟା ଆରମ୍ଭ ହୋଇଥାଏ । ଯେଉଁ ମହିଳାଙ୍କୁ ପିସିଓଡି ସମସ୍ୟା ହୋଇଥାଏ ତାଙ୍କ ଅଣ୍ଡାଷ୍ୟରୁ ଅଣ୍ଡା ସଠିକ ସମୟରେ ବାହାରି ନଥାଏ ଯେଉଁ କାରଣରୁ ତାଙ୍କୁ ମାସିକ ଡ଼ିଏଚଆରଏମ ଆସେ ନାହିନ ଆଉ ଅନ୍ୟ ମୁଣ୍ଡ ବିନ୍ଧା, ଶରୀର ଫୁଲିବା ଭଳି ଲକ୍ଷଣ ଦେଖା ଯାଇଥାଏ ।

ଏହି ମହିଳାଙ୍କ ବିବାହ ପରେ ଗର୍ଭ ଧାରଣ କରିବା ପାଇଁ ମଧ୍ୟ ବହୁତ ସମସ୍ୟା ହୋଇଥାଏ ଏହା ଛଡା ବହୁତ ଏମିତି ମହିଳା ହୋଇଥାନ୍ତି ଯାହାଙ୍କୁ ପିସିଓଡି ସମସ୍ୟା ପାଇଁ ଗର୍ଭ ରହି ପାରେ ନାହିଁ ଓ ସେ କେବେ ମା ହୋଇ ପାରନ୍ତି ନାହିଁ । ତେବେ ଆପଣଙ୍କ ମାସିକ ଧର୍ମ ଯଦି ସଠିକ ସମୟରେ ଆସୁ ନାହିଁ ତେବେ ଆପଣଙ୍କୁ ଡକ୍ଟର ଦେଖେଇବା ବହୁତ ଆବଶ୍ୟକ ନଚେତ ପରେ ବହୁତ ରକ୍ତ ବୋହିବ ଏହା ସହ ମୁଣ୍ଡା ମୁଣ୍ଡା ହୋଇ ରକ୍ତ ବାହାରିବା ସହ ଆପଣଙ୍କୁ କଷ୍ଟ ମଧ୍ୟ ବହୁତ ହବ ସେଥିପାଇଁ ଏହି ଭଳି ସମସ୍ୟା ହେଲେ ଡକ୍ଟର ପାଖକୁ ଯାଇ ନିଜ ସମସ୍ୟା କହିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *