ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ରାଷ୍ଟ୍ରପତି ନିର୍ବଚନ ଶେଷ ହୋଇ ସାରିଛି ଆଉ ତାର ଫଳାଫଳ ମଧ୍ୟ ଘୋଷଣା ହୋଇ ସାରିଛି । ତେବେ ଦେଶକୁ ମିଳି ଯାଇଛି ତାର ପଞ୍ଚଦଶ ରାଷ୍ଟ୍ରପତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନ କାହାଣୀ କିଛି ଭିନ୍ନ ଧରଣର ରହିଛି । ବର୍ତ୍ତମାନ ସମୟରେ ତାଙ୍କର ପ୍ରକୃତ ନାଁ କୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସହ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଜୁଲାଇ ୨୫ ତାରିଖରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ ।
ଦ୍ରୌପଦୀ ଙ୍କ ଅଭିଭାଷଣକୁ ନେଇ ଏବେ ସବୁ ଆଡେ ପ୍ରଶଂସା ଚାଲିଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଭାଷଣ କେତେ ସୁନ୍ଦର ଭାବେ ଦେଉଛନ୍ତି ଯାହା ତାଙ୍କର ଓଡିଆ ମାଟିର ଝିଅ ବୋଲି ଦର୍ଶାଉଛି । ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଥିବା ଓଡିଆପଣ ଙ୍କୁ ନେଇ ଓଡିଆ ବସି ଗର୍ବିତ ଅନୁଭବ କରିଛନ୍ତି ।
ହେଲେ କଣ ଆପଣ ମାନେ ଜାଣିଛନ୍ତି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରକୃତ ନାଁ ଦ୍ରୌପଦୀ ନ ଥିଲା । ତାଙ୍କ ମା ବାପା ଦ୍ରୌପଦୀ ନାଁ ଦେଇ ନ ଥିଲେ । ଦ୍ରୌପଦୀ ଙ୍କ ପ୍ରକୃତି ନା ଥିଲା ପୁଟି । ଏହି ନାଁ ରେ ହିଁ ସେ ଛୋଟ ବେଳେ ଗାଁ ରେ ପରିଚିତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ପୁଟି ନାଁ ପରିବର୍ତ୍ତନ ହୋଇ ଦ୍ରୌପଦୀ ନାଁ ରଖା ଯାଇଥିଲା । ତେବେ କିଏ ଓ କାହିଁକି ତାଙ୍କ ନାଁ ପରିବର୍ତ୍ତନ କରା ଯାଇଛି ।
ସୂଚନା ଅନୁଯାୟୀ ଦ୍ରୌପଦୀ ମୁର୍ମୁ ଯେତେବେଳେ ସ୍କୁଲ ରେ ପାଠ ପଢୁଥିଲେ ସେତେବେଳେ ବାଲେଶ୍ବର ବା କଟକ ରୁ ଜଣେ ଶିକ୍ଷକ ସେହି ସ୍କୁଲ ରେ ଶିକ୍ଷକତା କରୁଥିଲେ ଯେଉଁଠି ଦ୍ରୌପଦୀ ଅଧ୍ୟୟନ କରୁଥିଲେ । କିନ୍ତୁ ସେହି ଶିକ୍ଷକ ଙ୍କୁ ପୁଟି ନାଁ ପସନ୍ଦ ନ ଥିଲା । ତେଣୁ ପୁଟି ସେ ନାଁ ପରିବର୍ତ୍ତେ ଦ୍ରୌପଦୀ ନାଁ ରଖିଥିଲେ ।
ଆଉ ସେହି ଦିନ ଠାରୁ ତାଙ୍କ ନାଁ ବଦଳି ହୋଇ ଦ୍ରୌପଦୀ ରଖା ଯାଇଥିଲା । ବିବାହ ପୂର୍ବ ରୁ ତାଙ୍କ ନାଁ ଦ୍ରୌପଦୀ ଟୁଡୁ ଥିଲା । କିନ୍ତୁ ଶ୍ୟାମ ଚରଣ ମୁର୍ମୁ ଙ୍କୁ ବିବାହ କରିବା ପରେ ତାଙ୍କ ନାଁ ଟୁଡୁ ରୁ ମୁର୍ମୁ କୁ ପରିଣତ ହୋଇ ଯାଇଥିଲା । ଅଖ୍ୟାତ ପଲ୍ଲୀ ର ପ୍ରାଥମିକ ସ୍କୁଲ ରେ ପଢୁଥିବା ପୁଟି ଆଜି ସାରା ବିଶ୍ଵ ରେ ଦ୍ରୌପଦୀ ନାଁ ରେ ପରିଚିତ ଅଟନ୍ତି । ଦେଶର ସର୍ବୋଚ୍ଚ ପଦ ରେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ।
ତେବେ ଏହା ଥିଲା ଦ୍ରୌପଦୀ ମୁର୍ମୁ ଙ୍କ ପ୍ରକୃତ ନାଁ ର ପୁରା ସତ୍ୟତା । ବନ୍ଧୁଗଣ ଆପଣ ମାନଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।