ନିଜ ସମ୍ପତିର ସମ୍ପୂର୍ଣ ତାଲିକା ଦେଲେ ମୁଖ୍ୟ ମନ୍ତ୍ରୀ ନନୀନ ପଟ୍ଟନାୟକ, ଅଛି ଏତେ କୋଟି…

ଆମ ସିଏମ ନିଜ ସମ୍ପତିର ତାଲିକା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏ ଏହି ତାଲିକା ସିଏମ ୱେବସାଇଟରେ ପ୍ରକାଶ ପାଇଛି  । ଏଥିରେ ନବୀନ ପଟ୍ଟନାୟକଙ୍କ ସ୍ଥାବର ଅସ୍ଥାବର ସମ୍ପତିର ତାଲିକା ରହିଛି । ସୂତ୍ରରୁ ଜଣା ପଡିଛିକି ତାଙ୍କର ୩ଟି ବ୍ଯାଙ୍କରେ ଆକାଉଣ୍ଟ ରହିଛି । ଦିଲ୍ଲୀରେ ଜନପଥ ବ୍ଯାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା ଅଛି । ଏହି ବ୍ଯାଙ୍କରେ ଟର୍ମ ଡିପୋଜିଟ ୧କୋଟି ୩ ଲକ୍ଷ ୧୩ ହଜାର ଟଙ୍କା ୪୯୯ ଅଛି । ଦିଲ୍ଲୀର ପାର୍ଲିୟାମେଣ୍ଟ ହାଉସ ଏସବିଆଇ ରେ ୮ ସହ ୧୮ ଟଙ୍କା ରହିଛି ।

ଏବଂ ଭୁବନେଶ୍ବର ଏସବିଆଇ ଆକାଉଣ୍ଟରେ ଜମା ରହିଛି ୧୦ ଲକ୍ଷ ୫୬ ହଜାର ୮ ସହ ୮୮ ଟଙ୍କା । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିର ଷ୍ଟେଟ ବ୍ଯାଙ୍କରେ ରହିଛି ୬ ହଜାର ୭୪୫ ଟଙ୍କା । ନିର୍ବାଚନ ପାଇଁ ଏହାକୁ ୨୦୧୪ ରେ ଖୋଲାଯାଇଥିଲା । ସେହି ଶାଖାରେ ଆଉ ଗୋଟେ ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ରହିଛି । ଏହି ଆକାଉଣ୍ଟଟି ୨୦୧୯ ନିର୍ବାଚନ ପାଇଁ ଖୋଲା ଯାଇଥିଲା ।


ପୁଣି ବରଗଡ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ରହିଛି । ମୁଖ୍ୟ ମନ୍ତ୍ରୀଙ୍କ ପ୍ରାୟ ସୁନା ଗହଣା ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ରହିଛି । ୧୯୮୦ ମସିହାର ଆମ୍ବାସଡର  କାରର ମୂଲ୍ୟ ୮ ହଜାର ୯ ସହ ୫ ଟଙ୍କା ରହିଛି । ପୁଣି ଦିଲ୍ଲୀ ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ୧ କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ଆଣିଥିଲେ । ଟଙ୍କା ସମ୍ପତି ହିସାବାରେ ଭୁବନେଶ୍ବର, ଦିଲ୍ଲୀ, ଓ ହରିୟଣାରେ ଜମି ଓ କୋଠା ରହିଛି ।

ନବିନ କହିଛନ୍ତିକି ଫରିଦାବାଦରେ ଥିବା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା । ଭୁବନେଶ୍ବର ନବୀନ ନିବାସରେ ନବୀନଙ୍କ ଦସ୍ଵବ ତୃତୀୟାଂସ ଶେୟର ଅଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀରେ ଏପିଜେ ଅବଦୁଲ କଲାମ ରୋଡରେ ସମ୍ପତିର ୫୦ ପ୍ରତିଶତ ଭାଗ ରହିଛି । ଏହାର ମୂଲ୍ୟ ହେବ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *