ସମ୍ପର୍କକୁ ସଫଳ ବନେଇବାର ୬ ଟି ରାଜ, ମିଳିବ ଜୀବନସାଥିର ଭରପୁର ପ୍ରେମ- ପ୍ରତ୍ୟକ ଦମ୍ପତ୍ତି ନିଶ୍ଚୟ ପଢନ୍ତୁ

ବିବାହ ଏକ ଏଭଳି ବନ୍ଧନ ଯାହା ସହଜରେ ଯୋଡିତ ହୋଇ ଯାଏ କିନ୍ତୁ ତାକୁ ନିଭାଇବା ବହୁତ କଠିନ ହୋଇଥାଏ । ସମ୍ପର୍କ କୁ ସଫଳ ବନେଇବା କିଛି ଜାଦୁ କରିବା ନୁହେଁ । କିଛି ଛୋଟ ଛୋଟ କଥାରେ ସ୍ଵାମୀ ସ୍ତ୍ରୀ ଭିତରେ ଦୂରତା ବଢେ । ସମ୍ପର୍କ ବହୁତ କଷ୍ଟ,ବିଶ୍ବାସ, ଦାଇତ୍ଵର ସହ ଗଢା ଯାଏ । ସଂପର୍କକୁ ସୁନ୍ଦର କରିବା ପାଇଁ ଏହି ୬ ଟି କାମକରିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ୬ କାମ କଣ ଯାହା ଦ୍ଵାରା ଆପଣ ନିଜ ସଂପର୍କକୁ ଭଲ ରଖିପାରିବେ ।

ଦୁଇଜଣ ଦୁଇଜଣକୁ ହସାଇବା :-

ଦୁଇଜଣ ହୃଦୟ ଖୋଲି ହସିବ କାରଣ ହସିବା ଦ୍ଵାରା ଅକସିଟୋସିନ ନାମକ ହରମୋନ ତିଆରି ହୋଇ ମନ କୁ ଭଲ ରଖେ । ସବୁବେଳେ ହସୁଥିବା ଜୀବନସାଥି ଖୁସିରେ ରୁହନ୍ତି । ଏହି ଲୋକମାନେ ହସି ହସି କେତେ ବଡ ବଡ ବିପଦର ସାମ୍ନା କରିଛନ୍ତି । ଯଦି ଆପଣ ବି ଆପଣକ ସମ୍ପର୍କ କୁ ସଫଳ ବନେଇବାକୁ ଚହୁଁଛନ୍ତି ଦୁଇଜଣ ଦୁଇଜଣ ଙ୍କୁ ହସାନ୍ତୁ, ସମ୍ପର୍କର ଚମକ ବଢିପାରେ ।

ମନରେ ଖରାପ ଭାବନା ରଖନ୍ତୁ ନହିଁ :-

ଯେଉଁ ଜୀବନସାଥି ମାନେ ସବୁବେଳେ ଖୁସି ରୁହନ୍ତି ସେ ମନରେ କେବେ ଖରାପ ଭାବନା ରଖନ୍ତି ନହିଁ । ସବୁ ସମ୍ପର୍କରେ ଛୋଟ ବଡ ଝଗଡା ହୁଏ ,କିନ୍ତୁ ଚେଷ୍ଟା କରିବେ ତାକୁ ଶୋଇବା ପୂର୍ବରୁ ସମାଧାନ କରିବାପାଇଁ ,ତା ପରଦିନ ଆରମ୍ଭ  ଭଲରେ ହବା ପାଇଁ । ନିଜର ଭାବନକୁ ଖୋଲିକି ଦୁଇଜଣ ଦୁଇଜଣଙ୍କ ସହିତ କଥା ହୁଅନ୍ତୁ ଯାହାକି ଆପଣଙ୍କ ଜୀବନସାଥୀ ସେଇ କଥାକୁ ଧ୍ୟାନ ରଖିବେ ।

ଦୁଇଜଣ ଦୁଇଜଣ ଙ୍କ ପ୍ରତି ସଂବେଦନଶୀଳ ହୁଅନ୍ତୁ :-

ସମ୍ପର୍କର ଆନନ୍ଦ ଉଠେଇବା ପାଇଁ ଦୁଇଜଣ ଦୁଇଜଣଙ୍କ ପ୍ରତି ଭାବନାତ୍ମକ ହୁଅନ୍ତୁ ସବୁସମୟକୁ ଖୁଶିର ସହିତ ବିତନ୍ତୁ । ଆପଣ ସେ ପର୍ଯ୍ୟନ୍ତ  ଜୀବନର ଗଭୀରତକୁ ଯାଇ ପାରିବେନି  ଯେ ପର୍ଯ୍ୟନ୍ତ ନିଜ ଜୀବନସାଥି ସହିତ ଖୋଲିକରି ଜୀବନ ବିତଇନାହାନ୍ତି । ଦୁଇଜଣ ଦୁଇଜଣଙ୍କ ଖୁସି ,ଦର ,ଟେନସନ ବିଷୟରେ ଖୋଲିକି କଥା ହୁଅନ୍ତୁ । ଏହା ଦ୍ଵାରା ସମ୍ପର୍କ ମଜଭୁତ ହୋଇଥାଏ ।

କିଛି ଲୁଚେଇକି  ରଖନ୍ତୁ ନହିଁ:-

କିଛି କଥା ଲୁଚେଇ କି ରଖନ୍ତୁ ନହିଁ ଜୀବନ ସାଥୀକୁ । କିଛି ଏମିତି କଥା ଥାଏ ଯାହା ଜୀବନ ସାଥି ସହିତ ଶେୟର କରିନଥିବେ ଯାହା ସେ ଅଲଗା କାହା ଠୁ ଜାଣିବେ ,ପାଇସା ପତ୍ର ,ସମ୍ପର୍କୀୟ ଙ୍କ ଓ ଘରଲୋକଙ୍କ ସହିତ କିଛି ଯୋଡା କଥା ନିଜ ଜୀବନ ସାଥି ସହିତ ଖୋଲି କି ହୁଅନ୍ତୁ । ଯଦି ସେ ଆପଣଙ୍କ କଥା ବୁଝୁଛନ୍ତି ସେ ଆପଣଙ୍କ ଏହି କଥା ନିଶ୍ଚୟ ବୁଝିବେ ।

ନିଜ କଥା କହିବାର ମଉକା ଦିଅନ୍ତୁ:-

ସମସ୍ତେ ଚାହାନ୍ତି ନିଜ କଥା ଖୋଲିକି କହିବ ପାଇଁ । ନିଜ ଜୀବନସାଥି କୁ ପୁରା ମଉକା ଦିଅନ୍ତୁ ନିଜ କଥା କହିବାକୁ ଓ ଯେତେବେଳେ ସେ କହୁଛନ୍ତି ମଝିରେ କିଛି କୁହନ୍ତୁ  ନହିଁ, ପୁରା କଥା ଶୁଣନ୍ତୁ ଶଫଳ ସମ୍ପର୍କର ଏହି ପରିଚୟ ହୋଇଥାଏ  କି ସାଥି କୁ ଜଣ ପଡେ କି କେତେବେଳେ କହିବାକୁ ପଡିବ ଓ କେତେବେଳେ ନିଜକଥାକୁ ରୋକିବାକୁ ପଡିବ । ଯୁକ୍ତି ତର୍କ ରେ କଥା ପୁରା ହୁଏନି ବରଂ ଆହୁରି ଜଟିଳ ହୁଏ ।

ଦୁହେଁ ଦୁଇଜଣଙ୍କୁ ପର୍ସୋନାଲ ସ୍ପେସ ଦିଅନ୍ତୁ :-

ସମ୍ପର୍କକକୁ ସଫଳ କରିବା ପାଇଁ ଟିକେ ଜାଗା ଦିଅନ୍ତୁ । ସାଥିର ଲକ୍ଷସ୍ତଳରେ ପହଞ୍ଚିବା ପାଇ ଉତ୍ସାହିତ କରନ୍ତୁ । ଜରୁରୀ ନୁହେଁ କି ଦୁଇ ଜଣଙ୍କ ବିଚାର ଏକାଭଳିଆ ହେବ, ଜଣେ ଆଉଜଣଙ୍କ ଅସହମତିକୁ ସ୍ଵୀକାର କରନ୍ତୁ । ଏହା ଦ୍ଵାରା ନିଜ କଥା ଖୋଲିକି କହିପାରିବେ ।

Leave a Reply

Your email address will not be published. Required fields are marked *