ସମ୍ପୂର୍ଣ ଭାରତବର୍ଷରେ ତାଲାବନ୍ଦ, ୨୧ ଦିନ ପର୍ଯ୍ୟନ୍ତ ହିନ୍ଦୁସ୍ତାନରେ ଲାଗୁହେଲା କରୋନା କର୍ଫ୍ୟୁ- ନମାନିଲେ…

କାରୋନା ଭୂତାଣୁ ସହ ଲଢିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । କାଲି ରାତି ୧୨ଟା ଠାରୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଦେଶରେ ଲକ ଡାଉନ ରହିବ । ମୋଦୀ କହିଛନ୍ତି ଯେ ଜନତା କର୍ଫ୍ଯୁ ଠାରୁ ଏହା ଅଧିକ ଗୁରୁତ୍ବପୂର୍ଣ ଅର୍ଥାତ ଏହା ଜନତା କର୍ଫ୍ଯୁ ଠାରୁ ଏକ ପାଦ ଆଗର ନିସ୍ପତି ଅଟେ ।

ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ।

“୨୧ ଦିନ ସମ୍ଭାଳିକି ନ ରହିଲେ, ୨୧ ବର୍ଷ ପଛକୁ ଚାଲିଯିବ ଦେଶ । “

“କାରୋନା ଭୁତାଣୁର ସଂକ୍ରମଣ ଚକ୍ରକୁ ଭାଙ୍ଗିବାକୁ ପଡିବ । “

ଜନତା କର୍ଫ୍ଯୁ କୁ ଆପଣ ସଫଳ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନତାକର୍ଫ୍ଯୁକୁ ଆପଣ ସମସ୍ତେ ଅର୍ଥାତ ସମସ୍ତ ଭାରତୀୟ ସଫଳ କରିଛନ୍ତି । ଗୋଟେ ଦିନର ଜନତା କର୍ଫ୍ଯୁରେ ସମ୍ପୂର୍ଣ ଏହା ପ୍ରମାଣିତ କରିଛି ଯେ, ଯେତେବେଳେ ଦେଶ ଉପରେ ସଙ୍କଟ ଆସିଥାଏ ସେତେବେଳେ ଦେଶର ସମସ୍ତ ଜନତା ଏକାଠି ହୋଇ ସଙ୍କଟ ସହ ଲଢି ଥାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ ଅଭିଭାଷଣ ନିମ୍ନରେ ପଢନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତେ ପ୍ରଶଂସାର ପାତ୍ର ଅଟନ୍ତି । ସେ କହିଛନ୍ତି ଯେ ଆପଣମାନେ ସମସ୍ତେ ଜାଣିଛନ୍ତି କାରୋନା ଭୁତାଣୁର ସଂକ୍ରମଣ ବିଷୟରେ । କିପରି ଏହି ଭୂତାଣୁ ଭାରତ ସହିତ ଅନ୍ୟ ଦେଶ ମାନଙ୍କରେ ନିଜର କାୟା ବିସ୍ତାର କରିସାରିଛି ଓ ସେହି ଦେଶ ମାନଙ୍କରେ କିପରି ଭୀଷଣ ସଙ୍କଟ ଦେଖା ଯାଇଛି । ଏହାର କାରଣ ଏହା ନୁହଁ ଯେ ସେମାନଙ୍କ ପାଖରେ ଏହାର ସମାଧାନ ନାହିଁ କିନ୍ତୁ ସମସ୍ତ ପ୍ରସ୍ତୁତି ପରେ ମଧ୍ୟ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଛି । ସେ କହିଛନ୍ତି ଏହି ଭୁତାଣୁ ସହ ଲଢିବାର ଏକମାତ୍ର ରାସ୍ତା ହେଉଛି ପରସ୍ପର ଠାରୁ ଦୂରରେ ରହିବା, ଘରୁ ବାହାରକୁ ବାହାରିବାନାହିଁ ।

କରୋନାର ପ୍ରକୋପରୁ ରକ୍ଷା ପାଇବାପାଇଁଏହା ଏକମାତ୍ର ରାସ୍ତା । ଏହି ଭୁତାଣୁର ସଂକ୍ରମଣର ଚକ୍ରକୁ ଭାଙ୍ଗିବାକୁ ପଡିବ । କିଛି ଲୋକଙ୍କ ଧାରଣା ଏହାଯେ ଏହି କର୍ଫ୍ଯୁ କେବଳ ସଂକ୍ରମିତ ଲୋକଙ୍କ ପାଇଁ ଅଟେ । କିନ୍ତୁ ଏହା ଭାବିବା ସମ୍ପୂର୍ଣ ରୂପେ ମିଥ୍ୟା ଅଟେ । ଏହି ନିୟମ ଦେଶର ସମସ୍ତ ଜନତାଙ୍କ ଉପରେ ଲାଗୁ ହେଉଛି । ଏହି ନିୟମ ପ୍ରଧାନମନ୍ତ୍ରୀ ଙ୍କ ପାଇଁ ମଧ୍ୟ ଅଟେ । ଯଦି ଆମେ ଏହି ନିୟମକୁ ପାଳନ ନକରିବା ତେବେ ଭବିଷ୍ୟତରେ ସଙ୍କଟ ଗୁରୁତ୍ବପୁର ହେଇଯିବ, ଯାହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହେଇଯିବ । ସେଥିପାଇଁ ଜେନଥି ଅଛନ୍ତି ସେଇଠି ରୁହନ୍ତୁ ।

Leave a Reply

Your email address will not be published. Required fields are marked *