ସନ୍ଦେହ ନେଇଗଲା ଜୀବନ ! ପରିବାର ପାଇଁ ନିଜ ଜୀବନକୁ ଦେଲେ ଆହୁତି

ଆପଣମାନେ ତ ଜାଣିଛନ୍ତି ଚୀନରେ ବ୍ୟାପୀଥିବା କାରୋନା ଭୂତାଣୁ ବିଷୟରେ । ଏହି ଭୂତାଣୁକୁ ନେଇ ଏବେ ସାରା ବିଶ୍ଵ ଆତଙ୍କିତ ରହିଛି । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଚିତୁର ଠାରେ । ଏଠାରେ ଜଣେ ବ୍ୟକ୍ତିଙ୍କ ମନରେ କାରୋନା ଭୁତାଣୁର ଭୟ ଏତେ ମାତ୍ରାରେ ଅଧିକ ଥିଲା ଯେ ସେ ବ୍ୟକ୍ତି ଆତ୍ମହତ୍ୟା କରିଦେଲା । ପ୍ରକୃତ ତଥ୍ୟ ଏହା ଯେ ଚିତୁର ଜିଲ୍ଲାର ଜଣେ ବ୍ୟକ୍ତି ନିଜକୁ କାରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେଇଥିବା ସନ୍ଦେହ କରି ଆତ୍ମହତ୍ୟା କରିଛନ୍ତି । ଏହି ୫୦ ବର୍ଷୀୟ ଯୁବକଙ୍କ ମୃତ ଦେହ ତାଙ୍କ ମାତାଙ୍କ କବର ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତାଙ୍କର ପରିବାରର ସଦସ୍ୟଙ୍କ ଅନୁସାରେ ସେହି ବ୍ୟକ୍ତି ଜଣଙ୍କ ନିଜକୁ କାରୋନା ଭୂତାଣୁରେ ସଂକ୍ରମିତ ହେଇଥିବା ଚିନ୍ତାକରି ଏପରି ପଦକ୍ଷେପ ନେଇଛନ୍ତି ।

ମୃତକ ବ୍ୟକ୍ତି ଜଣକ ଚିତୁର ଜିଲ୍ଲାର ଥୋଟ୍ଟାମ୍ବେଡୁ ଗ୍ରାମର ଶେଷମାନାୟଡୁର କୃଶକ ଅଟେ । ସେ କାରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେଇଛନ୍ତି ବିଚାର କରି ଭୟବିତ ଥିଲେ । ତା ପରିବାରର ଅନ୍ୟ ସଦସ୍ୟ ମାନେ ଏହି ରୋଗର ଶିକାର ନ ହୁଅନ୍ତୁ ଭାବି ସେ ଗୋଟେ ବୃକ୍ଷରେ ଦଉଡି ଦେଇ ଆତ୍ମହତ୍ୟା କରିଦେଲେ । ତାଙ୍କ ପରିବାରର ସଦସ୍ୟଙ୍କ ଅନୁସାରେ ଖବର କାଗଜ ଏବଂ ମୋବାଇଲ ମାଧ୍ୟମରେ କରୋନା ଭୂତାଣୁ ବିଷୟରେ ଦେଖି ସେ ସର୍ବଦା ଚିନ୍ତିତ ରହୁଥିଲା ।

Image Courtesy: Google

ମୃତକ ବ୍ୟକ୍ତିଙ୍କ ପୁତ୍ରଙ୍କ କହିବା ଅନୁସାରେ ସେ ତିରୁପତିର ରୁଇୟା ଚିକିଶ୍ଚାଳୟରୁ ଆସିବା ପରଠାରୁ କିଛିଦିନ ହେବ ପରିବାରର ସଦସ୍ୟଙ୍କ ସହ ଭିନ୍ନ ବ୍ୟବହାର ଦେଖାଉଥିଲେ । ସେ ପୂର୍ବ ସପ୍ତାହରେ ସେଠାରେ ମୂତ୍ରନଳୀ ସଂକ୍ରମଣ ଏବଂ ସାଧାରଣ ଥଣ୍ଡା ଜ୍ଵର ପାଇଁ ଚିକିଶ୍ଚିତ ହୋଇ ଆସିଥିଲେ । ଏହାପରେ ସେ ପରିବାର ସଦସ୍ଯଙ୍କୁ ନିଜ ପାଖକୁ ଆସିବାକୁ ବାରଣ କରିଥିଲେ । ସେ ନିଜକୁ କାରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେଇଛନ୍ତି ବୋଲି ଭାବୁଥିଲେ ।

Image Courtesy: Google

ପରିବାର ସଦସ୍ୟଙ୍କ କହିବା ମୁତାବକ ମଙ୍ଗଳବାର ପ୍ରାତଃ ସମୟରେ ମୃତକ ବ୍ୟକ୍ତି ଜଣଙ୍କ ଗୃହର ବାହାରପଟୁ କବାଟ ବନ୍ଦ କରିଦେଲା ଏବଂ ସେଠାରୁ ପଳାଯନ କଳା । ପରେ ତାର ମୃତ ଶରୀର ତାର ମାର କବର ପାଖରେ ଝୁଲନ୍ତା ଅବସ୍ଥାରେ ମିଳିଲା । ମୃତକଙ୍କ ପୁତ୍ର ଏହାବି କହିଛନ୍ତି ଯେ ସେ ତାଙ୍କ ପିତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କାଲେ ମଧ୍ୟ ତାଙ୍କ ମନରେ ଗୋଟେ ଦର ବସିଯାଇଥିଲା ଯେ ସେ କାରୋନା ଭୂତାଣୁ ଦ୍ଵାରା ପୀଡିତ ।

Image Courtesy: Google

ସେ ସର୍ବଦା ଡରୁଥିଲେ ଯେ ତାଙ୍କ କାରଣରୁ ତାଙ୍କ ପରିବାରର ସଦସ୍ୟ କାରୋନା ଭୁତାଣୁର ଶିକାର ନ ହୁଅନ୍ତୁ । ତେଣୁ ପରିବାରକୁ ବଞ୍ଚାଇବା ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁତ୍ରର ମତ । କିନ୍ତୁ ଆପଣ ଯାନୀ ରଖନ୍ତୁ ଯେ ଏବେ ପର୍ଯ୍ୟନ୍ତ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗୋଟେବି କାରୋନା ଭୂତାଣୁ ସମ୍ବଧୀୟ ଘଟଣା ଲୋକଲୋଚନକୁ ଆସିନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *