ସନ୍ଧ୍ୟା ବେଳେ ଘରେ ଏହି ଜାଗାରେ ଜାଳନ୍ତୁ ଗୋଟେ ଦୀପ, ସବୁ ସମସ୍ଯାରୁ ମୁକ୍ତି ମିଳିବ

ହିନ୍ଦୁ ଧର୍ମ ଅନୁଯାଇ ସନ୍ଧ୍ୟାରେ ଭଗବାନ ଆଗରେ ଦୀପ ଜାଳିଲେ ବହୁତ ଶୁଭ ହୋଇଥାଏ, ତେବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ସମୟ ଆଗରୁ ବା ସନ୍ଧ୍ୟା ସମୟ ପରେ ଦୀପ ଜାଳିଲେ ବା ପୂଜା କଲେ ଏହାର କୌଣସି ଅର୍ଥ ହୋଇନଥାଏ, ଶାସ୍ତ୍ରରେ କୁହା ଯାଇଛି ଯେ ସବୁ ସମୟର ନିଜର ଗୋଟେ ମହତ୍ଵ ହୋଇଥାଏ ଓ ଯେଉଁ ଲୋକ ସମୟ ସମ୍ମାନ କରି ନଥାଏ ସେହି ଲୋକକୁ ତାଙ୍କ ଜୀବନରେ କିଛି ପ୍ରାପ୍ତ ହୋଇନଥାଏ, ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ସନ୍ଧ୍ୟା ସମୟରେ କେଉଁ ଜାଗାରେ ଦୀପ ଜାଳନ୍ତୁ ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ କେଉଁ ଜାଗାରେ କେଉଁ ଦୀପ ଜାଳିଲେ ଆପଣଙ୍କ ଘର ସବୁ ସମସ୍ଯା ଦୂର ହୋଇଥାଏ, ସର୍ବ ପ୍ରଥମେ ସନ୍ଧ୍ୟା ସମୟରେ ତୁଲସୀ ଗଛ ମୂଳରେ ସୋରିଷ ତେଲ ଦୀପ ଜାଳନ୍ତୁ ଏହା ଦ୍ଵାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ, ଏହା ପରେ ଘର ମୁଖ୍ୟ କବାଟ ପାଖରେ ବାଁ ଓ ଡାହାଣ ଦୁଇ କଡରେ ଦୁଇଟି ଘିଅ ଦୀପ ପ୍ରଜ୍ଵଳନ କରନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ, ତେବେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରେ ଆଗମନ ମଧ୍ୟ ହୋଇଥାଏ ।

Image Courtesy: Google

ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯଦି ଆପଣ ସନ୍ଧ୍ୟା ସମୟରେ ଛାତ ଉପରେ ତିଳ ଦୀପ ଜାଳନ୍ତି ତେବେ ଆପଣଙ୍କ ଘର ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କ ଘରୁ ନକାରାତ୍ମକ ଊର୍ଜା ର ନାସ ହୋଇଥାଏ ଯାହା ଦ୍ଵାରା ଆପଣଙ୍କ ଘର ପବିତ୍ର ହୋଇଥାଏ । ଆପଣଙ୍କୁ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଭୂମି, ଧନ, ଗୋମାତା ପ୍ରାପ୍ତି ହୋଇଥାଏ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହୋଇଥାନ୍ତି ।

Image Courtesy: Google

ରାଜନୀତିକ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ ଓ ଆର୍ଥିକସ୍ଥିତି ଭଲ ରହିବ । ତେବେ ନିଜ ଘର ଓ ଘର ଲୋକଙ୍କୁ ସୁଖ ଶାନ୍ତି ପ୍ରଦାନ କରିବା ପାଇଁ ଘର ମହିଳାଙ୍କୁ ସନ୍ଧ୍ୟା ସମୟରେ ଏହି ୩ଟି ଜାଗାରେ ବିଶେଷ ରୂପରେ ଦୀପ ପ୍ରଜ୍ଵଳନ କରିବା ଆବଶ୍ୟକ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *