ଶଙ୍ଖ ଘରେ ରଖିଛନ୍ତି କି? ଏହି ଭୁଲ କରନ୍ତୁ ନାହିଁ ସାବଧାନ ! ନଚେତ…

ଆଜି ଆମେ ଆଲୋଚନା କରିବା ଶଙ୍ଖ ବିଷୟରେ ପ୍ରତେକ ହିନ୍ଦୁ ଘରେ ଶଙ୍ଖ ରଖିଥାନ୍ତି । କିନ୍ତୁ ଶଙ୍ଖ  ରଖିବାର କେତେଗୁଡିଏ ନିୟମ ରହିଛି ଯଦି ଆପଣ ନିୟମ ପାଳୁନଥିବେ ସେଥିପାଇଁ ଶୁଭଜାଗାରେ ଅଶୁଭ ହେଉଥିବ । ଯେମିତି ଆପଣ ଜାଣିଥିବେ ଭଗବାନ ବିଷ୍ନୁଙ୍କ ପ୍ରିୟ ବସ୍ତୁ ଶଙ୍ଖ ଅଟେ । ଶଙ୍ଖ ବିଷ୍ନୁଙ୍କ ହାତରେ ସବୁବେଳେ ଥାଏ, ଜାଣିଥିବେ ସବୁ ପୂଜା ପର୍ବରେ ଶଙ୍ଖ ବଜାନ୍ତି, ଶଙ୍ଖ ନ ବଜେଇଲେ ପୂଜା ସଫଳ ହୁଏ ନାହିଁ । ଏବଂ ଶଙ୍ଖ ବଜାଇଲେ ନକାରାତ୍ମକ ଜିନିଷ ଘରୁ ବାହାରି ଯାଆନ୍ତି । ସନ୍ଧ୍ୟା ସମୟରେ ନକରାତ୍ମକ ପ୍ରଭାବ ବେସୀ ଥାଏ ସେସମୟରେ ଚଉରା ମୂଳେ ସନ୍ଧ୍ୟା ଦେଲା ବେଳେ ଶଙ୍ଖ ବଜାଯାଏ । ଶଙ୍ଖକୁ ଯେତେବେଳେ ବଜାଉଛନ୍ତି ମନେ ରଖନ୍ତୁ ୩ ଥର ଅଧା ବଜେଇଲେ ଶୁଭ ହୁଏ ।

Image Courtesy: Google

ଶଙ୍ଖ ବଜାଇଲା ବେଳେ କେବେ ବି ଅଧାଖଣ୍ଡିଆ ବଜାଇବେ ନାହିଁ, ଯଦି ଆପଣଙ୍କ ଅଭ୍ୟାସ ନାହିଁ ବଜନ୍ତୁ ନାହିଁ । ଏହି ଭଳି ଭୁଲ କେବେ କରିବେ ନାହିଁ ନହେଲେ ମାତା ଲକ୍ଷ୍ମୀ କେବେ ବି ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ । ଯାହା ଘରେ ଶଙ୍ଖ ନ ଥାଏ ତା ଘରକୁ ମାତା ଲକ୍ଷ୍ମୀ କୃପା କରନ୍ତି ନାହିଁ ଓ ସବୁବେଳେ ଧନର ଅଭାବ ଦେଖାଦେଇଥାଏ । ଶଙ୍ଖକୁ ସବୁବେଳେ ଉଚ ସ୍ଥାନରେ ରଖିବେ କେବେ ବି ତଳେ ରଖିବେ ନାହିଁ । ଯଦି ଆପଣଙ୍କର ହାର୍ଟ ପ୍ରୋବ୍ଲେମ କିମ୍ବା ପେଟ ଜନିତ କିଛି ସମସ୍ୟା ଥାଏ, ତାହେଲେ ଶଙ୍ଖ ନିହାତି ବଜାଇବା ଦରକାର ଅଟେ ।

Image Courtesy: Google

ଶଙ୍ଖ ବଜାଇବା ଦ୍ଵାରା ଆପଣଙ୍କର ହାର୍ଟର ସମସ୍ୟା କ୍ଲିୟର ହୁଏ, ଯଦି ଆପଣଙ୍କର ହାର୍ଟବିଟ କାମିଯାଉଥିବ ଶଙ୍ଖ ବଜାଇବା ଦ୍ଵାରା ଭଲ ହେବ । ତା ଛଡା ଯଦି ଆପଣଙ୍କର ଗ୍ୟାସପ୍ରୋବ୍ଲେମ ଥାଏ ଶଙ୍ଖ ବଜାଇବା ଦ୍ଵାରା ଭଲ ହୋଇଥାଏ । ମନେରଖିଥିବେ ଶଙ୍ଖ ହେଉଛି ପବିତ୍ର, ଶଙ୍ଖ ବଜାଇବା ଦ୍ଵାରା ଆପଣ ପବିତ୍ର ହେଇଗଲେ, ସ୍ନାନ କରିବା ପରେ ହିଁ ଶଙ୍ଖ ଛୁଇଁବେ । ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଯଦି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଘରେ ଆପଣ ଦୁଇଟି ଶଙ୍ଖ ରଖନ୍ତୁ ।ଗୋଟେ ଠାକୁର ଘରେ ଓ ଆଉ ଗୋଟେ ଦକ୍ଷିଣାବର୍ତୀ ଶଙ୍ଖ ।

Image Courtesy: Google

ଦକ୍ଷିଣାବର୍ତୀ ଶଙ୍ଖ ଯାହା ଘରେ ଥାଏ ସେହି ଘର ଧନ ଧାନ୍ୟରେ ପରିପୂର୍ଣ ହୁଏ । ସେ ଘରେ ସବୁବେଳେ ମଙ୍ଗଳ ଲାଗିରୁହେ, ଅଶୁଭ କେବେ ହୁଏ ନାହିଁ, କେବେ ବି ବିପଦ ଆସେ ନାହିଁ । ଘରେ ଯଦି କିଛି ଧନ ସମସ୍ୟା କିମ୍ବା ଘରର କିଛି ଅମଙ୍ଗଳ ହେଉଥାଏ ତାହେଲେ ଘରେ ଦୁଇଟି ଶଙ୍ଖ ରଖନ୍ତୁ । ସବୁବେଳେ ମନେ ରଖନ୍ତୁ ଘରେ ଯଦି ଆପଣଙ୍କର ଭୁତ ପ୍ରେତର ଭୟ ଥାଏ କି ଆପଣ ଯଦି କିଛି ଅନୁଭବ କରୁଛନ୍ତି ତାହେଲେ ଘରେ ଶଙ୍ଖ ବଜାନ୍ତୁ, ଏହା କରିବା ଦ୍ଵାରା ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ।

Image Courtesy: Google

ଶଙ୍ଖର ପାଣି ରଖି ଯଦି ସେଇ ପାଦୁକକୁ ପ୍ରତେକଦିନ ସେବନ କରନ୍ତି ତ ଆପଣଙ୍କର ସବୁ ରୋଗ ଭଲ ହୋଇଥାଏ । ଶଙ୍ଖ ଖାଲି ଘରେ ରଖନ୍ତୁ ନାହିଁ ଶଙ୍ଖ ବାଜିବା ଦରକାର ସେମିତି ରଖିଲେ ଅଶୁଭ ଅଟେ । ମାତା ଲକ୍ଷ୍ମୀଙ୍କ କୃପା ରହିବନି ଯଦି ଘରେ ଶଙ୍ଖ ନବାଜେ । ସବୁବେଳେ ମନେ ରଖନ୍ତୁ ଶଙ୍ଖକୁ ସମ୍ମାନିତ କରନ୍ତୁ ତା ସହିତ ଖେଳିବା କଥା ନୁହେଁ, କି ଶଙ୍ଖଦେହରେ ଗୋଡ ନ ବାଜେ କି ହତାଦାର କରିବା କଥା ନୁହେଁ । ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରେ ଶଙ୍ଖ ରଖନ୍ତୁ ।

Leave a Reply

Your email address will not be published. Required fields are marked *