ସଞ୍ଜୟଙ୍କ ପରିବାର ଦୁଃଖ ଦେଖି Rani ଙ୍କ ଆଖିରେ ଧାର ଧାର ଲୁହ, କହିଲେ ” ମୁଁ କୋଟିପଟି ନୁହେଁ କିନ୍ତୁ…. ” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଗଣମାଧ୍ୟମରେ ସଞ୍ଜୟ ନାମକ ଯୁବକ ଙ୍କର ସ୍ୱାସ୍ଥ୍ୟ ଖରାପ ହେବା ନେଇ ଚର୍ଚ୍ଚା ଚାଲିଛି । ସଞ୍ଜୟ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିବାରୁ ତାଙ୍କ ବୁଢା ବାପା ମା ଗଣମାଧ୍ୟମ ଜରିଆରେ ଓଡିଶା ବାସୀଙ୍କୁ ସାହାଯ୍ୟର ନିବେଦନ କରିଛନ୍ତି । ଏହାରି ଭିତରେ ଯାତ୍ରୀ ତଥା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ପହଞ୍ଚି ଯାଇଛନ୍ତି ସଞ୍ଜୟଙ୍କ ପରିବାର ରେ ।

ଆଉ ରାନୀ ପଣ୍ଡା ନିଜର ଏକ ବଡ ବୟାନ ଗଣମାଧ୍ୟମକୁ ଦେଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାନୀ ପଣ୍ଡା କହିଛନ୍ତି “ଗୋଟେ ମା ଠାରୁ ତା ପୁଅ ଚାଲିଗଲେ କେତେ ଯେ କଷ୍ଟ ଲାଗେ ସେ ମା ହିଁ ଜାଣିଥିବ । ମୁଁ ସବୁବେଳେ ଚେଷ୍ଟା କରେ ଯେ ମୋ ଦ୍ଵାରା କଣ ହୋଇପାରିବ । ମୁଁ ତ ନେତା, ମନ୍ତ୍ରୀ କି ବଡ ନେତ୍ରୀ ନୁହେଁ କି ମୁଁ ଗୋଟେ କୋଟିପତି ନୁହେଁ ।

ତେଣୁ ମୋ ଦ୍ଵାରା ଯାହା ହୁଏ ସାହାଜ୍ଯ ସହଯୋଗର ହାତ ବଢାଇବାକୁ ଚେଷ୍ଟା କରେ । ଯେବେ ଠାରୁ ଓଡିଶାରେ ବିପଦ ଆସିଛି ମୁଁ ସେବେ ଠାରୁ ଚେଷ୍ଟା କରିଛି ଯାହା ଭବିଷ୍ୟତରେ ବି ରହିଛି । ମୁଁ ଏ ମଉସା ମାଉସୀଙ୍କ ଦୁଖ ନିୟୁଜରେ ଦେଖିବା ପରେ ତାଙ୍କ ପାଖକୁ ଆସିଛି । ତାଙ୍କ ଦୁଖ ମୁଁ ଦେଖିପାରିଲି ନାହାଇହିଁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ତାଙ୍କ ପୁଅଟି ଜଲ୍ଦି ଭଲ ହେଉ ।

ସବୁ ଓଡିଶାବାସୀଙ୍କୁ ଓ ସବୁ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସାହାଜ୍ୟ କରିବାକୁ ଅନୁରୋଧ କରିବି । ସେମାନେ ଯେମିତି ତାଙ୍କ ପୁଅକୁ ଫେରି ପାଆନ୍ତୁ । ଦରକାର ପଡିଲେ ତାଙ୍କ ପୁଅ ଭଲ ହୋଇ ଘରକୁ ଫେରିବା ପରେ ମୁଁ ପୁଣି ଥରେ ତାଙ୍କ ପରିବାରକୁ ଭେଟିବା ପାଇଁ ଆସିବି । ଅନୁଭବ ତାଙ୍କ ମାଟି କେନ୍ଦ୍ରାପଡା ଆସି ପାରି ନାହାନ୍ତି କରଣ ସେ ତାଙ୍କର ବ୍ଯକ୍ତିଗତ ସମସ୍ୟାରେ ଚିନ୍ତାରେ ଅଛନ୍ତି ।

ଏହା ସହ ଅନୁଭବ ନିଜ ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆସିପାରି ନାହାନ୍ତି । ଅନୁଭବ ନ ଆସିଲେ କଣ ହେଲା ରାନୀ ପଣ୍ଡା ତ ଆସିଛି । ଅନୁଭବ ଆସିବା ଯାହା ରାନୀ ପଣ୍ଡା ଆସିବା ସେୟା । ରାନୀ ପଣ୍ଡା ତରଫରୁ ଯାହା ହୋଇପାରିବ ସେ କରିବ । ଦରକାର ପଡିଲେ ଉପର ଲେବଲ ମାନେ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିବାକୁ ପଡିଲେ ମୁଁ କରିବି ବ୍ୟସ୍ତ ହେବାର କିଛି ନାହି ।

ରାନୀ ପଣ୍ଡା ଯେଉଁ ଯାଏଁ ବଞ୍ଚିଛି ସେତେ ଯାଏଁ ସାହାଜ୍ଯ ସହଯୋଗର ହାତ ବଢାଇବ । ଏ ଗାଁ ର ସରପଞ୍ଚଙ୍କୁ ପ୍ରଥମ ଥର ଦେଖିଲି ଯିଏ କି ସଞ୍ଜୟ ଙ୍କ ପରିବାରର ଦୁଖ ସମୟରେ ଆସି ଛିଡା ହୋଇଛନ୍ତି । କାହିଁକି ନା ସରପଞ୍ଚ ମାନେ ସବୁ ଚିତା କାଟି ପଳାଇ ଥାନ୍ତି । କିନ୍ତୁ ସଞ୍ଜୟଙ୍କ ଗାଁ ର ସରପଞ୍ଚ ବହୁତ ଭଲ ମଣିଷ” । ତା ହେଲେ ବନ୍ଧୁଗଣ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *