ବୈଜ୍ଞାନିକ ମାତ୍ରେ ମଣିଷ ଆଜି ବି ପଶୁପକ୍ଷୀଙ୍କର ସନ୍ଧାନ କରିବାରେ ଲାଗିଛି । ଦୁନିଆରେ ଏମିତି କିଛି ପଶୁପକ୍ଷୀ ଅଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ଆଜି ଆମେ ଅପାନ ମାନଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ ଯାହା ପଶୁପକ୍ଷୀ ମାନଙ୍କୁ ଆଧାର କରି କୁହା ଯାଇଛି । ଆମ ଦେଶରେ ଏମିତି ଅନେକ ପ୍ରକାର ର ସାପ ଦେଖା ଯାଇଥାନ୍ତି । ସେମାନଙ୍କ ମଧ୍ୟ ରୁ ପେରାଡାଇଜ ଫ୍ଲାଇଙ୍ଗ ସାପ ହେଉଛି ଅନ୍ଯତମ । ସାପ ମାନଙ୍କର ଗୋଡ ନ ଥାଇ ସେମାନେ ଯେତେ ଜଲ୍ଦି ଯାଇଥାନ୍ତି ତେବେ ସେମାନେ ଯଦି ଉଡିବାକୁ ଲାଗିବେ ତେବେ କଣ ହେବ ।
ଫ୍ଲାଇଙ୍ଗ ସାପର ସୂଚନା ଆପଣ ମାନେ କୌଣସି ହଲିଉଡ ବା ସ୍ଵପ୍ନ ରେ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଦକ୍ଷିଣ ପୂର୍ବ ଏସିଆ ଜଙ୍ଗଲ ରେ ଫ୍ଲାଇଙ୍ଗ ସାପ ଥିବା ଏକ ସତ୍ୟ ଘଟଣା ଅଟେ । ଲୋକ ମାନେ ଏହି ଭଳି ସାପ କୁ ଫାଳିଙ୍ଗ ସାପ ନାଁ ରେ ଜାଣିଛନ୍ତି । କିନ୍ତୁ ବୈଜ୍ଞାନିକ ମତରେ ଏହାର ନାଁ ହେଉଛି କ୍ରୀଷୋପେଲିୟା ଅଟେ ।
ଫ୍ଲାଇଙ୍ଗ ସାପ ଇଣ୍ଡୋନେସିୟା, ମ୍ୟାଲେସିୟା, ଫିଲିପିନ୍ସ ଆଦି ଦେଶ ମାନଙ୍କରେ ଦେଖା ଯାଇଥାଏ । କିନ୍ତୁ ସତ କହିବାକୁ ଗଲେ ପାରାଡାଇଜ ଫ୍ଲାଇଙ୍ଗ ସାପ ଭଳି ଖତରନାକ ବିଷଧର ସାପ ବାସ୍ତବରେ ଉଡି ପାରନ୍ତି ନାହି କିନ୍ତୁ ଗ୍ଲାଇଡ଼ର ଅଟନ୍ତି । ଏମାନଙ୍କୁ ଦେଖିଲେ ଲାଗିବ ଯେ ଏମାନେ ଆକାଶରେ ଉଡୁଛନ୍ତି ।
ଯେବେ ଏହି ସଫା ଗୋଟେ ଗଛ ରୁ ଅନ୍ୟ ଗଛ କୁ ଯାଇଥାଏ ତେବେ ସେ ତାର ପେଟକୁ ଗୁଡେଇ ଦେଇଥାଏ । ଯାହା ଦ୍ଵାରା ସେ ଉଡିବା ସମୟରେ ନିଜ ଶରୀର କୁ ପତଳା କରିପାରେ । ଏହା ଦ୍ଵାରା ସେ ଗୋଟେ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରିଥାଏ । ଏହି ଧରଣର ସାପ ୧୦୦ ମିଟର ରୁ ଅଧିକ ଦୂରତା ଯାଏଁ ଗ୍ଲାଇଡ କରିପାରେ ।
ଏମାନେ ଉଡିବା ସମୟରେ ନିଜ ମୁଣ୍ଡ କୁ ପୁରା ସିଧା ରଖିଥାନ୍ତି । ଏପରି କରିବା ଦ୍ଵାରା ଏମାନେ ନିଜକୁ ନିୟନ୍ତ୍ରଣ କରି ପାରାନ୍ତି । ଏମାନେ ବିଷଧର ହେଲେ ମଧ୍ୟ ମଣିଷ ମାନଙ୍କ ପାଇଁ ଏତେ ଭୟ କରିବାର ନାହି । କାରଣ ଏମାନେ ଛୋଟ ଜୀବ କୁ ନିଜର ଶିକାର କରି ଖାଇଥାନ୍ତି । ଏମାନେ ଅଧିକ ସମୟ ଗଛରେ ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।