ସାପ ପାଟିରୁ ବାହାରୁଛି ଅଣ୍ଡା ! ଆଶ୍ଚର୍ଯ୍ୟ କରିଦେବ ପଣଙ୍କୁ ଏହି Video… ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଗତ କାଲି କହ୍ନେଇବନ୍ଧ ରୁ ଫୋନ ଆସିଥିଲା କି ସାପଟି ଗୁହାଳ ଘରେ ପଶି ଯାଇଛି । ଫୋନ ଆସିବା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ଘଟଣା ସ୍ଥଳରେ ଯାଇ ପହଞ୍ଚିଥିଲେ । ସେମାନେ ଦେଖିବାକୁ ପାଇଥିଲେ କି ଗୁହାଳ ଚାରିପଟେ ପାଚିରି ଘେରା ହୋଇଛି । ସ୍ଵାମୀ ଜଣକ ପାଚେରି ଡେଇଁ ଆର ପଟକୁ ଗଲେ । ଆଉ ସ୍ତ୍ରୀ ଜଣକ ଅନ୍ୟ ପଟେ ସାପକୁ ଜଗି ରହିଲେ । ସ୍ଵାମୀ ଜଣକ ପାଚେରି ସେପଟକୁ ଯାଇ ସାପ କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଲେ । ଆଉ ସାପ ମଧ୍ୟ ବାହାରକୁ ପଳେଇ ଆସିଲା । ତେବେ ସୂଚନା ଅନୁଯାୟୀ ସାପ ଟି ଗୋଖର ସାପ ଥିଲା । ବହୁତ ବଡ ମଧ୍ୟ ଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ସାପ ଟି ୮ଟି ଅଣ୍ଡା ଗିଳି ଦେଇଥିଲା । ଯାହାକୁ ସେ ଗୁହାଳ ଭିତରୁ ବାହାରିବା ପରେ ପାଟି ବାଟେ ବାହାର କରିଛି । ସେହି ଅଣ୍ଡା ମଧ୍ୟରୁ ଛୁଆ ମଧ୍ୟ ଗୋଟେ ବାହାରି ଯାଇଛି ଯାହା ସୂଚନା ରହିଛି । ସାପଟି ୮ଟି ଅଣ୍ଡା ଉଗାଳିଛି ବୋଲି ସ୍ତ୍ରୀ ଜଣଙ୍କ କହିଛନ୍ତି । ତ ସେହି ଗୋଖର ସାପ (ଚମ୍ପା ନାଗ)ଟି ଗତ ବର୍ଷେ ହେବେ ଲୋକ ମାନଙ୍କ ଘରେ ପଶି ହଇରାଣ ହରକତ କରିବା ସହ କୁକୁଡା ଗୁଡାକୁ ମାରି ଗିଳି ଦେଉଥିଲା ।

ଏମିତି ଗୋଖର ସାପଟି କୁକୁଡା ଅଣ୍ଡା ମଧ୍ୟ ଖାଇ ଯାଇଥିଲା । ଯାହା କାରଣରୁ ଲୋକ ମାନେ ବହୁତ ଅସୁବିଧାର ସମୁଖିନ୍ନ ହେଉଥିଲେ । ତେବେ ଗୋଖର ସାପଟି ଧରା ପଡିବା ଏବେ ସେଠିକାର ଲୋକ ମାନେ ବହୁତ ଖୁସି ଅଛନ୍ତି । ସାପ କୁ ଜାଲ ରେ ପକାଇବା ପାଇଁ ଚେଷ୍ଟା କରା ଯାଇଥିଲା କିନ୍ତୁ ସେ ଜାଲ ରେ ଧରା ଦେଲା ନାହିଁ । ତେବେ ଅନେକ ପ୍ରୟାସ ପରେ ଗୋଖର ସାପଟି ଏବେ ଧରା ପଡିଛି ।

ସ୍ତ୍ରୀ ଜଣକ କହିଛନ୍ତି ସେ ଦୀର୍ଘ ୪ରୁ ୫ ବର୍ଷ ହେବ ସାପ ଧରୁଛନ୍ତି ତେଣୁ ତାଙ୍କୁ ଆଉ ଭୟ ଲାଗୁ ନାହି । ଯେଉଁ ସାପ ଟି ଧରା ପଡିଛି ତାକୁ ଚମ୍ପା ନାଗ ମଧ୍ୟ କୁହାଯାଏ । ତାର ରଙ୍ଗ ଚମ୍ପା ଅଟେ । ଏହି ସାପ ବହୁତ କମ ଜାଗାରେ ଦେଖିବାକୁ ମିଳିଥାଏ ।

ଗୋଖର ସାପର ବୟସ ପାଖପାଖି ୨୫ ବର୍ଷ ହେବ ବୋଲି ସାପ ଧରିଥିବା ମହିଳା ଜଣକ କହିଛନ୍ତି । ଗୋଖର ସାପ ଟି ପ୍ରାୟ ୭ ଫୁଟ ଲମ୍ବ ହେବ । ବହୁତ କଷ୍ଟ ରେ ସାପଟି ଧରା ପଡିଛି ବୋଲି ମହିଳା ଜଣକ ମତ ଦେଇଛନ୍ତି ।

ସେଠିକାର ଲୋକ ମାନେ ସାପଟି ଧରା ପଡିଥିବାରୁ ଉଭୟ ସ୍ଵାମୀ ସ୍ତ୍ରୀ ଦୁହିଁଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *